ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବାରୁ ମୁଣ୍ଡକାଟ କରୁଛି ପୁଲିସ୍: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବାରୁ ମୁଣ୍ଡକାଟ କରୁଛି ପୁଲିସ୍: ବିଜେପି

bjp

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏ ରାଜ୍ୟରେ ଗଣତାନ୍ତ୍ରିକ ଶୈଳୀରେ କ’ଣ ପ୍ରତିବାଦ କରିବାର ଅଧିକାର କାହାର ନାହିଁ ବୋଲି ବିଜେପି ପ୍ରଶ୍ନ କରିବା ସହ ପୁଲିସ୍‌ ମାତ୍ରାଧିକ ପ୍ରତିକ୍ରିୟାଶୀଳ ହେବାକୁ ତୀବ୍ର ବିରୋଧ କରିଛି।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ନବୀନ ବାବୁ ସାଢ଼େ ୪ କୋଟି ଓଡ଼ିଆ ଲୋକ ତାଙ୍କ ପରିବାର ବୋଲି ସବୁଆଡ଼େ ଖଣ୍ଡି ଓଡ଼ିଆରେ ଭାଷଣ ଦେଉଛନ୍ତି। ଯଦି ସାଢ଼େ ୪ କୋଟି ଓଡ଼ିଆ ଲୋକ ମୁଖ୍ୟମନ୍ତ୍ରୀଙ୍କର ପରିବାର, ତା’ହେଲେ ତାଙ୍କ ପରିବାରର ଜଣେ ସଦସ୍ୟ ଯଦି କିଛି ସମସ୍ୟାକୁ ନେଇ ପ୍ରତିବାଦ କରୁଛି, ତାକୁ ପୁଲିସ୍‌ ଲଗାଇ କାହିଁକି ମାଡ଼ ମାରୁଛନ୍ତି ? ଓଡ଼ିଆ ଲୋକଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଏତେ ରାଗ କାହିଁକି ? ବିଜେଡି ନେତାଙ୍କ ପାଖରେ ପ୍ରତିବାଦ କଲେ ପୁଲିସ୍‌ ଏତେ ପ୍ରତିକ୍ରିୟାଶୀଳ କାହିଁକି ହେଉଛି ? ଏତେ ରାଜନୈତିକ ଅସହିଷ୍ଣୁତା ଆଗରୁ ଓଡ଼ିଶାରେ କେବେ ଦେଖାଯାଇ ନଥିଲା। ଜଣେ ଯଦି ମୁଖ୍ୟମନ୍ତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିଲା,ତା ହେଲେ କ’ଣ ପୁଲିସ୍ ଲଗାଇ ତାକୁ ଜୀବନରୁ ମାରିଦେବେ?

ଶ୍ରୀ ମହାନ୍ତି କହିଛନ୍ତି ଯେ, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ବଲାଙ୍ଗିର ଯାଇଥିବାବେଳେ ଆୟୋଜିତ ରୋଡ୍ ଶୋ’ରେ ଜଣେ ସ୍ଥାନୀୟ ଯୁବକ ନିରଞ୍ଜନ ସାହୁ ପ୍ରତିବାଦ ଜଣାଇଥିଲେ। ପୁଲିସ୍ ମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିବାର ସ୍ପଷ୍ଟ ଖବର ମିଳିଛି। ତାଙ୍କ ପରିବାର ବି ସେଇ ସମାନ ଅଭିଯୋଗ କରିଛନ୍ତି।

ତାଙ୍କ ପରିବାର ଲୋକ ଆଗରୁ ଗଣମାଧ୍ୟମରେ ଅଭିଯୋଗ କରିଥିଲେ ଯେ ନିରଞ୍ଜନ ପୁଲିସ୍ ମାଡ଼ରେ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ମଳଦ୍ୱାରରେ ପୁଲିସ୍‌ ରୁଲ୍‌ ବାଡ଼ି ପୂରାଇ ଦେଇଥିଲା। ଫଳରେ ତାଙ୍କର ମଳଦ୍ୱାର ଫାଟି ରକ୍ତସ୍ରାବ ହୋଇଥିଲା। ଏଥିଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା। ତଥାପି ଶାସକ ଦଳର ଚାପରେ ଏବଂ ପୁଲିସ୍‌କୁ ବଞ୍ଚାଇବା ପାଇଁ ଡାକ୍ତର ଏହାକୁ ଅନ୍ୟ ରୂପ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

ନିରଞ୍ଜନଙ୍କ ଅପରାଧ କ’ଣ ଥିଲା ଯେ ତାଙ୍କୁ ଏତେ ବଡ଼ ଦଣ୍ଡ ମିଳିଲା? ସେ ବିଜେଡିକୁ ସମର୍ଥନ ନକରିବା କ’ଣ ତାଙ୍କର ଭୁଲ ଥିଲା? ବିଜେଡି ସରକାରରେ ଅନ୍ୟାୟ ଆଉ ଅନୀତି ସୀମା ଲଙ୍ଘିଲାଣି। ଏତେ ରାଜନୈତିକ ଅସହିଷ୍ଣୁତା ଆଗରୁ କେବେ ଦେଖାଯାଇ ନଥିଲା। ମୁଖ୍ୟମନ୍ତ୍ରୀ ନିଜକୁ କ’ଣ ସମ୍ରାଟ ବୋଲି ଭାବୁଛନ୍ତି? ଯିଏ ତାଙ୍କ ବିରୋଧରେ ଯିବ ତା’ର କ’ଣ ମୁଣ୍ଡକାଟ କରାଇବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter http://bit.ly/2UCngV3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages