ବିଜେପି ପାଇଁ ପ୍ରଚାର କଲେ ଗ୍ରେଟ୍‌ ଖଲି, ଆପତ୍ତି ଉଠାଇଲା ଟିଏମ୍‌ସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ବିଜେପି ପାଇଁ ପ୍ରଚାର କଲେ ଗ୍ରେଟ୍‌ ଖଲି, ଆପତ୍ତି ଉଠାଇଲା ଟିଏମ୍‌ସି

କୋଲକାତା: ପଶ୍ଚିମବଙ୍ଗରେ ପୁଣିଥରେ ବିଜେପି ଓ କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଟିଏମସି ପାଇଁ ବାଂଲାଦେଶ ଅଭିନେତା ପ୍ରଚାର କରିଥିବାରୁ ବିଜେପି ଏହା ବିରୋଧରେ ଆପତ୍ତି ଉଠାଇଥିଲା। ଏବେ ବିଜେପି ପାଇଁ ପ୍ରଫେସନାଲ ରେସଲର ଦଲୀପ ସିଂହ ରାଣା ଓରଫ୍‌ ଗ୍ରେଟ୍‌ ଖଲି ପ୍ରଚାର କରିବାରୁ ଟିଏମସି ଏହା ବିରୋଧରେ ପ୍ରତିବାଦ କରିଛି। ଏନେଇ ଟିଏସି ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଏକ ଅଭିଯୋଗ ମଧ୍ୟ କରାଯାଇଛି।

ଏପ୍ରିଲ ୨୬ରେ ଗ୍ରେଟ୍‌ ଖଲି ତାଙ୍କ ବନ୍ଧୁ ତଥା ବିଜେପି ଟିକେଟ୍‌ରେ ଯାଦଭପୁରରୁ ନିର୍ବାଚନ ଲଢ଼ୁଥିବା ଅନୁପମ ହାଜାରେଙ୍କ ପାଇଁ ପ୍ରଚାର କରିଥିଲେ। ତେବେ ଗ୍ରେଟ୍‌ ଖଲି ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିବାରୁ ସେ ବେଙ୍ଗଲରେ ପ୍ରଚାର କରିପାରିବେ ନାହିଁ ବୋଲି ଟିଏମସି ପକ୍ଷରୁ କୁହାଯାଇଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଟିଏମସି ଲେଖିଥିବା ଚିଠିରେ କହିଛି ଯେ “ ରାଣା ଭାରତୀୟ ନାଗରିକ ନୁହନ୍ତି। ତେଣୁ ଜଣେ ବିଦେଶୀ କେମିତି ଭାରତରେ ନିର୍ବାଚନ ଲଢ଼ୁଥିବା ବ୍ୟକ୍ତିଙ୍କ ପାଇଁ ପ୍ରଚାର କରିବେ? ଜଣେ ବିଦେଶୀ ଭାରତୀୟ ଭୋଟରଙ୍କ ମାନସିକତାକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିବା ବେଆଇନ୍‌। ବିଜେପି ବିଦେଶୀ ନାଗରିକଙ୍କୁ ବ୍ୟବହାର କରି ଭୋଟରଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛି।”

ଏହି ଚିଠିର ଏକ ନକଲକୁ ଭାରତୀୟ ନିର୍ବାଚନ କମିଶନ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ମଧ୍ୟ ପଠା ଯାଇଛି।

ଗ୍ରେଟ୍‌ ଖଲି ଭାରତରେ ଜନ୍ମ ଗ୍ରହଣ କରିଥିଲେ ହେଁ ୨୦୧୪ ଫେବୃଆରୀ ମାସରେ ସେ ଆମେରିକା ନାଗରିକତ୍ୱ ଗ୍ରହଣ କରିଛନ୍ତି।



from Odisha Reporter http://bit.ly/2ZGHiBx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages