ଆରସିବିର ପ୍ଲେ-ଅଫ୍‌ ଆଶା ମଉଳିଲା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ଆରସିବିର ପ୍ଲେ-ଅଫ୍‌ ଆଶା ମଉଳିଲା!

ମୁମ୍ବାଇ: ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଆଇପିଏଲ୍‌ରେ ପ୍ଳେ-ଅଫ୍‌ ଖେଳିବାର ଆଶା ଏକ ପ୍ରକାରର ମଉଳି ଯାଇଛି। ଆରସିବି ଆଇପିଏଲ୍‌ରେ ଖେଳିଥିବା ୮ଟି ମ୍ୟାଚ୍‌ରୁ ୭ଟିରେ ହାରିବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। ଗତକାଲି ଦଳ ଆଇପିଏଲ୍‌ର ୮ମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଥିଲା।

ଆରସିବି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ୍‌ ହରାଇ ୧୭୧ ରନ୍‌ କରିଥିଲା। ଏହାର ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍‌ ହରାଇ ୧୯ ଓଭର୍‌ରେ ହିଁ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୧୬ଟି ବଲ୍‌ରେ ୩୭ ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳିଥିଲେ। ଏହାପୂର୍ବରୁ ଆରସିବି ଏବି ଡିଭିଲିୟର୍ସଙ୍କ ୭୫ ରନ୍‌ ବଳରେ ୧୭୧ ରନ୍‌ କରିବାକୁ ହିଁ ସକ୍ଷମ ହୋଇଥିଲା। ମୁମ୍ବାଇ ପକ୍ଷରୁ ଲସିଥ ମାଲିଙ୍ଗା ୩୧ ରନ୍‌ ଦେଇ ୪ଟି ୱିକେଟ୍‌ ଦଖଲ କରିଥିଲେ।

ଏହି ପରାଜୟ ଫଳରେ ଆରସିବି ପାଇଁ ଆଇପିଏଲ୍‌ ପ୍ଲେ-ଅଫ୍‌ ଖେଳିବାର ବାଟ ଏକ ପ୍ରକାରର ବନ୍ଦ ହୋଇଯାଇଛି କହିଲେ ଚଳେ। କାରଣ ଦଳ ୮ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏରେ ଜିତିଛି। ୨ ପଏଣ୍ଟ ସହ ଦଳ ଟିମ୍‌ ତାଲିକାର ଶେଷ ସ୍ଥାନରେ ରହିଛି। ଆଇପିଏଲ୍‌ରେ ଦଳ ଆଉ ୬ଟି ମ୍ୟାଚ୍‌ ଖେଳିବ। ବଳକା ୬ଟି ଯାକ ମ୍ୟାଚ୍‌ ଜିତିଲେ ହିଁ ଦଳ ୧୪ ପଏଣ୍ଟ ସହ ପ୍ଲେ-ଅଫ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ।

କିନ୍ତୁ ସେହି ୬ଟି ଯାକ ମ୍ୟାଚ୍‌ ଜିତିବା ଆରିସିବି ପକ୍ଷରେ ସେତେଟା ସହଜ ହେବନାହିଁ। ଗତବର୍ଷ ରାଜସ୍ଥାନ ରୟାଲ୍ସ ସମାନ ସ୍ଥିତିର ସମ୍ମୁଖୀନ ହୋଇଥିଲା। କିନ୍ତୁ ଦଳ ୧୪ ପଏଣ୍ଟ ସହ ପ୍ଲେ-ଅଫ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ତେଣୁ ଆରସିବି ୨୦୧୯ରେ କ’ଣ ସେଭଳି ପ୍ରଦର୍ଶନ କରିପାରିବ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ବର୍ତ୍ତମାନ ସୁଦ୍ଧା ଆଇପିଏଲ୍‌ର ୧୧ଟି ସଂସ୍କରଣ ଖେଳିଥିବା ଆରସିବି ମାତ୍ର ୪ଥର ପ୍ଲେ-ଅଫ୍‌ ଖେଳିବାର ଯୋଗ୍ୟତା ଅର୍ଜନ କରିଛି। ଆରସିବିର ପ୍ଲେ-ଅଫ୍‌ ଆଶା ମଉଳି ଯାଇଛି କି ବୋଲି ପ୍ରଶ୍ନର ଉତ୍ତର ଦେଇ ୟୁଜବେନ୍ଦର ଚହଲ କହିଛନ୍ତି, “କିଏ କହିଲା? ଆମେ ଏବେ ବି ପ୍ଲେ-ଅଫ୍‌ ଖେଳିବା ଦୌଡ଼ରେ ରହିଛୁ। ଆମେ ଯଦି ବାକି ୬ଟି ଯାକ ମ୍ୟାଚ୍‌ ଜିତିପାରିବୁ, ତା’ହେଲେ ଆମେ ୧୪ ପଏଣ୍ଟ ସହ ପ୍ଲେ-ଅଫ୍‌ ଖେଳିବୁ। ପୂର୍ବରୁ ଏଭଳି ଘଟଣା ଘଟିଛି। ତେଣୁ ଆମେ ଟୁର୍ଣ୍ଣାମେଣ୍ଟରେ ରହିଛୁ। କିଏ ଜାଣେ ଆଗକୁ କ’ଣ ହେବ?”

ଚଳିତ ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଆରସିବି ପ୍ରତିପକ୍ଷ ଚେନ୍ନାଇକୁ ଭେଟି ପରାସ୍ତ ହୋଇଥିଲା। ଲଗାତର ୬ଟି ମ୍ୟାଚ୍‌ ହାରିବା ପରେ ପଞ୍ଜାବକୁ ହରାଇ ଆରସିବି ନିଜର ବିଜୟ ଖାତା ଖୋଲିଥିଲା। କିନ୍ତୁ ଗତକାଲି ଦଳ ମୁମ୍ବାଇ ଠାରୁ ୫ ୱିକେଟ୍‌ରେ ପରାସ୍ତ ହୋଇଛି।



from Odisha Reporter http://bit.ly/2ICOMzp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages