ମାୟାବତୀଙ୍କୁ ସୁପ୍ରିମକୋର୍ଟ ଝଟ୍‌କା, ଇସିଙ୍କ ଦଣ୍ଡବିଧାନକୁ ସ୍ୱାଗତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ମାୟାବତୀଙ୍କୁ ସୁପ୍ରିମକୋର୍ଟ ଝଟ୍‌କା, ଇସିଙ୍କ ଦଣ୍ଡବିଧାନକୁ ସ୍ୱାଗତ

ନୂଆଦିଲ୍ଲୀ: ଉତ୍ତେଜନାମୂଳକ ମନ୍ତବ୍ୟ ଦେଇ ନିର୍ବାଚନ କମିଶନ(ଇସି)ଙ୍କ ଦ୍ୱାରା ଦଣ୍ଡିତ ହୋଇଥିବା ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ଆଜି ସୁପ୍ରିମକୋର୍ଟରେ ନିରାଶ ହେବା ପଡ଼ିଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବାରୁ ଇସି ମାୟାବତୀଙ୍କୁ ଦଣ୍ଡ ସ୍ୱରୂପ ୪୮ ଘଣ୍ଟା ପାଇଁ ସେ କୌଣସି ପ୍ରଚାର କାର୍ଯ୍ୟରେ ଯୋଗଦେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ।

ଏହାକୁ ମାୟାବତୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ହେଁ ଏହାକୁ ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ଏହାକୁ ଅଗ୍ରାହ୍ୟ କରିବା ବେଳେ ସୁପ୍ରିମକୋର୍ଟ ଇସିଙ୍କୁ ଛିଗୁଲାଇବାକୁ ଭୁଲି ନାହାନ୍ତି। କୋର୍ଟ କହିଛନ୍ତି, “ଯାହା ହେଉ ଶେଷରେ ଇସିଙ୍କ ନିଦ ଭାଙ୍ଗିଛି। ଇସି ବିବାଦୀୟ ବୟାନ ପାଇଁ ନେତାମାନଙ୍କ ଉପରେ ଲଗାଇଥିବା କଟକଣାକୁ ଆମେ ସ୍ୱାଗତ କରୁଛୁ।”

ନିର୍ବାଚନ ବେଳେ ବିଭିନ୍ନ ରାଜନୀତିକ ଦଳର ନେତାମାନେ ବିବାଦୀୟ ବୟାନ ଦେଉଥିବା ବେଳେ ଇସି କେବଳ ନିରବଦ୍ରଷ୍ଟା ସାଜିଥିଲେ। ଏହାକୁ ନେଇ ଗତକାଲି ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଇସିଙ୍କୁ ଦନ୍ତହୀନ ବାଘ ବା ଟୁଥଲେସ୍‌ ଟାଇଗର ବୋଲି କହିଥିଲେ। ଆଜି ଇସିଙ୍କ କ୍ଷମତାର ତର୍ଜମା କରାଯିବାର ଥିଲା।

ହେଲେ ଆଜି କୋର୍ଟରେ ଇସି ଗତକାଲି ଦେଶର ୪ ଜଣ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିବା କଥା କହିଥିଲେ। ଏହାକୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ତପୀଠ ଶୁଣିବା ପରେ ଖୁସି ବ୍ୟକ୍ତ କରିଥିଲେ। ଖଣ୍ଡପୀଠ କହିଥିଲେ, “ ଲାଗୁଛି ଇସିଙ୍କ ନିଦ ଭାଙ୍ଗିଛି। ଏବେ ଇସି ବିଭିନ୍ନ ରାଜନୀତିକ ଦଳର ନେତାମାନଙ୍କ ପ୍ରଚାରରେ ଲଗାମ ଲଗାଇଛନ୍ତି। ଏହା ଖୁସିର କଥା।” ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଜଷ୍ଟିସ୍‌ ସଞ୍ଜବୀ ଖାନ୍ନା ମଧ୍ୟ ରହିଥିଲେ।

ଗତକାଲି ଇସି ଯୋଗୀ ଆଦିତ୍ୟନାଥଙ୍କୁ ୭୨ ଘଣ୍ଟା, ମାୟାବତୀଙ୍କୁ ୪୮ ଘଣ୍ଟା, ଆଜମ ଖାନ୍‌ଙ୍କୁ ୭୨ ଘଣ୍ଟା ଓ ମାନେକା ଗାନ୍ଧିଙ୍କୁ ବିବାଦୀୟ ବୟାନ ପାଇଁ ୪୮ ଘଣ୍ଟା କାଳ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ।



from Odisha Reporter http://bit.ly/2VVfWoQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages