ବିଜେଡିକୁ ଛାଡ଼ୁନି ‘ବୈଜୟନ୍ତ’ ଭୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ବିଜେଡିକୁ ଛାଡ଼ୁନି ‘ବୈଜୟନ୍ତ’ ଭୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ରାଜନୀତିକ ଉଷ୍ମତା ଲାଗି ରହିଥିବାବେଳେ କ୍ଷମତାସୀନ ବିଜେଡିକୁ ‘ବୈଜୟନ୍ତ ପଣ୍ଡା’ ଭୟ ଛାଡ଼ୁନି। କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବିଜେଡି ଆଜି ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛି। ତା’ପୁଣି ଶ୍ରୀ ପଣ୍ଡାଙ୍କ ପରିବାରର ମାଲିକାନାରେ ଥିବା ଇମ୍ଫା କମ୍ପାନୀର ହେଲିକପ୍ଟରକୁ ସେ ଉପଯୋଗ କରୁଥିବା ନେଇ ବିଜେଡି ଅଭିଯୋଗ କରିଛି।

ବିଜେଡିର ୪ଜଣିଆ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ବିଜେପି ସାଂସଦ ପ୍ରାର୍ଥୀ ଶ୍ରୀ ପଣ୍ଡାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଇମ୍ପା କମ୍ପାନୀର ହେଲିକପ୍ଟରକୁ ଶ୍ରୀ ପଣ୍ଡା ତାଙ୍କର ନିର୍ବାଚନ ପ୍ରଚାର କାର୍ଯ୍ୟରେ ଉପଯୋଗ କରୁଛନ୍ତି ଓ ଏସବୁ ହେଲିକପ୍ଟରଗୁଡ଼ିକର ବ୍ୟବସାୟିକ ଚାର୍ଟର ନାହିଁ। ତେଣୁ ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି।

ତେବେ ପ୍ରଶ୍ନ ଉଠୁଛି, ଶ୍ରୀ ପଣ୍ଡା ଏପର୍ଯ୍ୟନ୍ତ ନିଜର ନାମାଙ୍କନ ପତ୍ର ଦାଖଲ କରିନଥିବାବେଳେ ତାଙ୍କ ପାରିବାରିକ ମାଲିକାନାରେ ଥିବା ହେଲିକପ୍ଟରକୁ ସେ ବ୍ୟବହାର କରିବାକୁ ନେଇ ବିଜେଡି କାହିଁକି ଏତେ ଭୟଭୀତ ହୋଇପଡ଼ିଛି?

ରାଜନୀତିକ ବିଶ୍ଲେଷକଙ୍କ ମତରେ, ବୈଜୟନ୍ତଙ୍କୁ ଟକ୍କର ଦେବା ପାଇଁ ବିଜେଡି ବହୁ କସରତ କରି ଜଣେ ଯୋଗ୍ୟ ପ୍ରାର୍ଥୀ ନପାଇବା ପରେ ଅଭିନେତା ଅନୁଭବ ମହାନ୍ତିଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଆଉ ବୈଜୟନ୍ତଙ୍କ ବିରୋଧରେ ଅନୁଭବଙ୍କ ନାଁ ଘୋଷଣା କରିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯେଉଁଭଳି ଆଚରଣ ପ୍ରଦର୍ଶନ କଲେ ତାହା ବିଗତ ୪ଟି ସାଧାରଣ ନିର୍ବାଚନର ପ୍ରାର୍ଥୀ ଘୋଷଣାବେଳେ ଦେଖିବାକୁ ମିଳିନଥିଲା। ନବୀନ ନିଜର ତଥାକଥିତ ନରମ ସ୍ଵଭାଵର ବିପରୀତ ଆଚରଣ କରି ବୈଜୟନ୍ତଙ୍କୁ କଟାକ୍ଷ କରିବା ସହ ବିଜେଡିର ପ୍ରାର୍ଥୀ ଅନୁଭବ ଜଣେ ସ୍ୱଚ୍ଛ ପ୍ରାର୍ଥୀ ବୋଲି ଓକିଲାତି କରିବାକୁ ପଛାଇ ନଥିଲେ। ଯଦିଓ ଅତୀତରେ ବେଆଇନ ଖଣି ପରିବହନ ଓ ଚେକ୍ ବାଉନ୍ସ ମାମଲାରେ ଅନୁଭବ ଓ ତାଙ୍କ ଭାଇ ବିବଦୀୟ ହୋଇଥିଲେ।

କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ସଂଗଠନ ସୁଦୃଢ଼ ଥିବାବେଳେ ଜିଲ୍ଲା ବିଜେଡିରେ ତୀବ୍ର ଗୋଷ୍ଠୀକନ୍ଦଳ ଓ ଦଳୀୟ ଟିକେଟ୍ ବଣ୍ଟନକୁ ନେଇ ରହିଥିବା ଅସନ୍ତୋଷର ଫାଇଦା ତାଙ୍କୁ ମିଳିବାର ସମ୍ଭାବନା ରହିଛି। ତେଣୁ ଦଳୀୟ ଲୋକସଭା ପ୍ରାର୍ଥୀ ଶ୍ରୀ ମହାନ୍ତିଙ୍କୁ ଚର୍ଚ୍ଚାରେ ରଖିବା ପାଇଁ ବିଜେଡି ଏବେ ପୁଣିଥରେ ବୈଜୟନ୍ତଙ୍କୁ ଓ ତାଙ୍କର ହେଲିକପ୍ଟର ଚଢ଼ାକୁ ନେଇ ଟାର୍ଗେଟ୍ କରିଥିବା ଜଣାପଡ଼ିଛି।



from Odisha Reporter https://ift.tt/2CRdJnd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages