ମାସୁଦକୁ ନେଇ ଆମେରିକା-ଚାଇନା ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ମାସୁଦକୁ ନେଇ ଆମେରିକା-ଚାଇନା ମୁହାଁମୁହିଁ

ୱାଶିଂଟନ୍‌: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ କଳାତାଲିକା ଭୁକ୍ତ କରିବା ପାଇଁ ଆମେରିକା ପଣ କରିଥିବା ବେଳେ ଏହାକୁ ପୁଣିଥରେ ଚାଇନା ବିରୋଧ କରିଛି। ଚାଇନା କହିଛି, ଆମେରିକା କେବଳ ବିବାଦକୁ ବଢ଼ାଇବାକୁ ଚାହୁଁଛି। କିନ୍ତୁ ସେମାନେ ଏହାର ସ୍ଥାୟୀ ସମାଧାନକୁ ଅଧିକ ଗୁରୁତ୍ୱ ଦେଉଛନ୍ତି।

ମାସୁଦକୁ ଆତଙ୍କବାଦୀ ଘୋଷଣା ସହ କଳାତାଲିକା ଭୁକ୍ତ କରିବାକୁ ଭାରତ ସମେତ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍‌ ଚାହୁଁଥିବା ବେଳେ ଏହାକୁ ଚାଇନା ବିରୋଧ କରୁଛି। ଚାଇନାର ଏଭଳି ଆଭିମୁଖ୍ୟକୁ ଦେଖି ଆମେରିକା ଆଜି କହିଛି ଯେ ମାସୁଦକୁ କଳାତାଲିକା ଭୁକ୍ତ କରିବାକୁ ସବୁ ପ୍ରକାରର ବିକଳ୍ପକୁ ବ୍ୟବହାର କରାଯିବ।

ଆମେରିକାର ଏଭଳି ଆଭିମୁଖ୍ୟ ଦେଖି ଚାଇନା ଏହାର ପାଲଟା ଜବାବ ଦେଇଛି। ଚାଇନା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଗେଙ୍ଗ ଶୁଆଙ୍ଗ କହିଛନ୍ତି, “ମାସୁଦ ପ୍ରସଙ୍ଗର ସ୍ଥାୟୀ ଓ ସହଜ ସମାଧାନ ପାଇଁ ଚାଇନା ସର୍ବଦା ଉଦ୍ୟମ କରୁଛି। କିନ୍ତୁ ଆମେରିକା ବାରମ୍ବାର ମାସୁଦ ପ୍ରସଙ୍ଗରେ ବିଶ୍ୱକୁ ଧମକ ଦେଇ ବିବାଦକୁ ଜଟିଳତା ମଧ୍ୟକୁ ନେଇ ଯାଉଛି।

ଆମେରିକା, ବ୍ରିଟେନ୍‌ ଓ ଫ୍ରାନ୍ସ ଜାତିସଂଘ ସୁରକ୍ଷା ପରିଷଦରେ ଯେଉଁ ଚିଠା ସଂକଳ୍ପ ଆଣିବାକୁ ଉଦ୍ୟମ କରୁଛନ୍ତି, ତାହା ଠିକ୍‌ ନୁହେଁ। ଏହାଦ୍ୱାରା କେବଳ ଏକ ଖରାପ ବାର୍ତ୍ତା ସୃଷ୍ଟି ହେଉଛି। ଜାତିସଂଘ ସୁରକ୍ଷା ପରିଷଦର ଅଧିକାଂଶ ସଦସ୍ୟ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ କରିବାକୁ ଚାହୁଁଛନ୍ତି। ହେଲେ ଆମେରିକା ଜାତିସଂଘ ଉପରେ ଚାପ ପକାଇ ନିଜ ଜିଦ୍‌କୁ ରଖିବାକୁ ଚେଷ୍ଟା କରୁଛି। ଆମେରିକାର ଏଭଳି ଆଭିମୁଖ୍ୟ ବଦଳିବା ଦରକାର। ଆମେରିକା ଯଦି ଆଗକୁ ଏଭଳି କାର୍ଯ୍ୟ କରେ, ତା’ହେଲେ ଦକ୍ଷିଣ ଏସିଆରେ ଶାନ୍ତି ବ୍ୟାହତ ହେବ।”

ପୁଲୱାମା ଆତଙ୍କବାଦୀ ହମ୍‌ଲା ପରେ ଭାରତ ମାସୁଦ ବିରୋଧରେ କୂଟନୀତିକ ସ୍ତରରେ ଆଲୋଚନା କରିଥିଲା। ଏହାପରେ ଫ୍ରାନ୍ସ, ଆମେରିକା ଓ ବ୍ରିଟେନ୍‌ ଓ ଆମେରିକା ଜାତିସଂଘ ସୁରକ୍ଷା ପରିଷଦରେ ଏକ ଚିଠା ପ୍ରସ୍ତାବ ଆଗତ କରିଥିଲେ।

ଏଥିରେ ମାସୁଦକୁ ବିଶ୍ୱସ୍ତରୀୟ ଆତଙ୍କୀ ଘୋଷଣା କରିବାକୁ ପ୍ରସ୍ତାବ ରହିଥିଲା। କିନ୍ତୁ ଚାଇନା ଭିଟୋ ପ୍ରୟୋଗ କରି ଏହାକୁ ବିରୋଧ କରିଥିଲା। ଏହାପରେ ଆମେରିକା ଚିଠା ସଂକଳ୍ପ ଆଣିବାକୁ ଘୋଷଣା କରିଥିଲା। ତେବେ ଆଜି ଆମେରିକା ମାସୁଦ ବିରୋଧରେ ସମସ୍ତ ବିକଳ୍ପ ବ୍ୟବହାର କରାଯିବ ବୋଲି କହିବା ପରେ ଚାଇନା ଚିହିଁକି ଉଠିଛି।



from Odisha Reporter https://ift.tt/2UcmQJS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages