କଂଗ୍ରେସର ପୁଣି ଜଣେ ପ୍ରାର୍ଥୀ ଲଢ଼ିବାକୁ ଅନିଚ୍ଛୁକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

କଂଗ୍ରେସର ପୁଣି ଜଣେ ପ୍ରାର୍ଥୀ ଲଢ଼ିବାକୁ ଅନିଚ୍ଛୁକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ରାଜନୀତିକ ଉଷ୍ମତା ଲାଗି ରହିଥିବାବେଳେ କଂଗ୍ରେସ ଏବେ ହରଡ଼ଘଣାରେ ପଡ଼ିଛି। ଦଳର ଜଣକ ପରେ ଜଣେ ବିଧାୟକ ପ୍ରାର୍ଥୀ ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଯାହାକି ନିର୍ବାଚନ ସମୟରେ କଂଗ୍ରେସରେ ଥିବା ତୀବ୍ର ଅସନ୍ତୋଷକୁ ପଦାରେ ପକାଇଛି। ଆଜି ଗୋଟିଏ ଦିନରେ ଘୋଷିତ ହୋଇଥିବା ଦଳର ଦୁଇଜଣ ବିଧାୟକ ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଓ ଯୁଧିଷ୍ଠିର ସାମନ୍ତରାୟ ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି।

ଦଳର କବିସୂର୍ଯ୍ୟନଗରରୁ ବିଧାୟକ ପ୍ରାର୍ଥୀ ସୀତାରାମ ପାଣିଗ୍ରାହୀ ବିଜେଡିରେ ସାମିଲ ହୋଇଥିବାବେଳେ ଆଜି ବେଗୁନିଆରୁ ଦଳୀୟ ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହି ନିଜର ଅନିଚ୍ଛା ବ୍ୟକ୍ତ କରିଥିଲେ। ପୃଥ୍ୱୀଙ୍କ ଅନିଚ୍ଛାର କିଛି ଘଣ୍ଟା ନପୁରୁଣୁ ପିପିଲିରୁ ଦଳୀୟ ପ୍ରାର୍ଥୀ ହୋଇଥିବା ଯୁଧିଷ୍ଠିର ସାମନ୍ତରାୟ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ଗତକାଲି ରାତିରେ ତାଙ୍କୁ ପିପିଲିରୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା।

ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ଶ୍ରୀ ସାମନ୍ତରାୟଙ୍କ ନିର୍ବାଚନ ଲଢ଼ିବା ପାଇଁ ଅନିଚ୍ଛା କଂଗ୍ରେସକୁ ଚିନ୍ତାରେ ପକାଇଛି। ଶ୍ରୀ ସାମନ୍ତରାୟ ଦଳୀୟ ନେତୃତ୍ୱଙ୍କୁ ଦାୟୀ କରି ନିର୍ବାଚନ ଲଢ଼ିବାକୁ ମନା କରିଛନ୍ତି। ପିସିସି ସଭାପତି ଅନ୍ୟଠାରୁ ଟଙ୍କା ନେଇ ତାଙ୍କର ପ୍ରାର୍ଥୀତ୍ୱକୁ ଝୁଲାଇ ରଖିଥିଲେ ବୋଲି ଅଭିଯୋଗ କରିଛନ୍ତି। ଏତେ କମ ସମୟ ମଧ୍ୟରେ ସେ ନିର୍ବାଚନ ଲଢ଼ିବା ସମ୍ଭବପର ନୁହେଁ। ତେଣୁ ନିଜର କର୍ମୀ ଓ ସମର୍ଥକଙ୍କ ସହ ପରାମର୍ଶ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି।

ସୂଚନାଯୋଗ୍ୟ, ଦଳର କବିସୂର୍ଯ୍ୟନଗରର ବିଧାୟକ ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ ଗତକାଲି ବିଜେଡିରେ ସାମିଲ ହୋଇଥିବାବେଳେ ପୃଥ୍ୱୀବଲ୍ଲଭ ନିଜର ଭିଣୋଇ ତଥା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଚାପରେ ନିର୍ବାଚନ ଲଢ଼ିବାରୁ ବିରତ ରହିଥିବା ଜଣାପଡ଼ିଛି।



from Odisha Reporter https://ift.tt/2TTcw48

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages