
ନୂଆଦିଲ୍ଲୀ: ଦେଶରେ ନିର୍ବାଚନୀ ଆଚରଣବିଧି ଲାଗୁ ହୋଇଥିବା ବେଳେ ଜୀଟିଭି ଏବଂ ଆଣ୍ଡ ଟିଭିରେ ପ୍ରସାରିତ ସିରିଆଲ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ଏବଂ ପ୍ରଚାର କରାଯାଉଛି। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ଆପତ୍ତି ଉଠାଇବାରୁ ନିର୍ବାଚନ କମିଶନ ଉଭୟ ଟିଭି ଚ୍ୟାନେଲକୁ ନୋଟିସ୍ ପଠାଇଛନ୍ତି।
ଆଣ୍ଡ ଟିଭିରେ ପ୍ରସାରିତ ‘ଭାବିଜୀ ଘର ପର ହୈ’ଏବଂ ଜୀଟିଭିରେ ପ୍ରସାରିତ ‘ତୁଝ ସେ ହେ ରାବତା’ ନାମକ ଦୁଇଟି ସିରିଆଲରେ ମୋଦି ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର କରାଯାଇଥିଲା। ଏହା ବିରୋଧରେ କଂଗ୍ରେସ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଏହି ଦୁଇ କାର୍ଯ୍ୟକ୍ରମର ପ୍ରଯୋଜକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
କଂଗ୍ରେସର ଅଭିଯୋଗ ଅନୁଯାୟୀ, ଏହି ଦୁଇ କାର୍ଯ୍ୟକ୍ରମରେ ମୋଦି ସରକାରଙ୍କ ସ୍ୱଚ୍ଛ ଭାରତ, ଉଜ୍ଜ୍ୱଳା ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନାର ପ୍ରଚାର କରାଯାଇଛି। ସିରିଆଲ୍ରେ ଅଭିନୟ କରୁଥିବା କଳାକାରମାନେ ବେଶ କୌଶଳ କ୍ରମେ ଏହାର ପ୍ରଚାର କରିଥିଲେ। ତେଣୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”
ଅନ୍ୟପକ୍ଷରେ ଜୀ ଚ୍ୟାନେଲ ପକ୍ଷରୁ କୁହାଯାଇଛି ଯେ , “ଜୀ ନେଟୱର୍କ ଏକ ଦାୟିତ୍ୱସମ୍ପନ୍ନ ଟିଭି ଚ୍ୟାନେଲ। ଏହା ସର୍ବଦା ତା’ର ବିଷୟବସ୍ତୁ ପ୍ରତି ସଜାଗ ରହିଥାଏ। ସିରିଆଲର ଆବଶ୍ୟକତା ଅନୁଯାୟୀ ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ କୁହାଯାଇଥିଲା। ତେଣୁ ଏହାକୁ ନେଇ ଚ୍ୟାନେଲ କାହାର ପ୍ରଚାର କରୁଛି ବୋଲି କହିବା ଠିକ୍ ନୁହେଁ।”
‘ଭାବିଜୀ ଘରେ ପେ ହୈ’ କାର୍ଯ୍ୟକ୍ରମରେ କେମିତି ମୋଦି ସରକାରଙ୍କ ପ୍ରଚାର କରାଯାଇଥିଲା, ତା’ର ଭିଡିଓ ସୋଶାଲ୍ ମିଡିଆରେ ଜଣେ ବ୍ୟକ୍ତି ପୋଷ୍ଟ କରିଛନ୍ତି।
ଦେଖନ୍ତୁ ଭିଡିଓ
Yesterday i realized Modi has found another venue to advertise himself. i watch "Bhabhi ji ghar par hain" (that's right, deal with it), this TV serial has started to use some not so subtle Product placement/advertisement recently, but yesterday something else happened
…1/n pic.twitter.com/hClL6PErvF— Victim (Heath Ledger) Goberoi (@VictimGames) April 6, 2019
from Odisha Reporter http://bit.ly/2VzoySf
No comments:
Post a Comment