ବିଏସ୍‌ଏନ୍‌ଏଲ୍‌କୁ ୩୮ ହଜାର ଟଙ୍କା ଦେଇନାହାନ୍ତି ବରୁଣ ଗାନ୍ଧି, ପ୍ରାର୍ଥିପତ୍ର ଖାରଜ ଆବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ବିଏସ୍‌ଏନ୍‌ଏଲ୍‌କୁ ୩୮ ହଜାର ଟଙ୍କା ଦେଇନାହାନ୍ତି ବରୁଣ ଗାନ୍ଧି, ପ୍ରାର୍ଥିପତ୍ର ଖାରଜ ଆବେଦନ

ପିଲିଭିଟ୍‌: ବିଜେପି ସାଂସଦ ବରୁଣ ଗାନ୍ଧି ଟେଲି ସେବା ପ୍ରଦାନକାରୀ ସଂସ୍ଥା ବିଏସ୍‌ଏନ୍‌ଏଲ୍‌କୁ ଫୋନ୍‌ ବିଲ୍‌ ବିବାଦରେ ୩୮ ହଜାର ଟଙ୍କା ଦେଇନାହାନ୍ତି। ବାରମ୍ବାର କମ୍ପାନୀ ପକ୍ଷରୁ ଶ୍ରୀ ଗାନ୍ଧିଙ୍କୁ ଏ ସମ୍ପର୍କରେ ଅବଗତ କରାଯାଉଥିଲେ ହେଁ ସେ ଏହାକୁ ଅଣଦେଖା କରି ଚାଲିଛନ୍ତି। ତେଣୁ କମ୍ପାନୀ ତାଙ୍କ ପ୍ରାର୍ଥିପତ୍ର ଖାରଜ ପାଇଁ ପରୋକ୍ଷରେ ଆବେଦନ କରିଛି।

ଏଥିସହ ପିଲିଭିଟ୍‌ର ବିଏସ୍‌ଏନ୍‌ଏଲ୍‌ ଅଫିସ ପକ୍ଷରୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଶ୍ରୀ ଗାନ୍ଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି କରାଯାଇଛି। ଏହି ପିଲିଭିଟ୍‌ ଆସନରୁ ଶ୍ରୀ ଗାନ୍ଧି ଏଥର ନିର୍ବାଚନ ଲଢ଼ୁଛନ୍ତି। ୨୦୦୯-୨୦୧୪ ପର୍ଯ୍ୟନ୍ତ ବରୁଣ ପିଲିଭିଟ୍‌ରେ ଥିବା ତାଙ୍କ ଅଫିସରେ ଟେଲିଫୋନ୍‌ ସଂଯୋଗ କରିଥିଲେ। ଏ ବାବଦରେ ୩୮,୬୧୬ ଟଙ୍କା ବିଲ୍‌ ହୋଇଥିଲେ ହେଁ ଏହାକୁ ସେ ଦେଇନାହାନ୍ତି।

ଇତି ମଧ୍ୟରେ ୫ ବର୍ଷ ବିତି ଯାଇଥିଲେ ହେଁ ବକେୟା ଅର୍ଥ ଶ୍ରୀ ଗାନ୍ଧି ପୈଠ କରୁନାହାନ୍ତି। ଶ୍ରୀ ଗାନ୍ଧି ପିଲିଭିଟ୍‌ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ ହେଁ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ କୌଣସି ନୋ ଅବଜେକସନ୍‌ ପ୍ରମାଣପତ୍ର ନେଇନାହାନ୍ତି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ନିମୟ ଅନୁଯାୟୀ, ଜଣେ ନେତା ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ନୋ ଅବଜେକସନ୍‌ ପ୍ରମାଣପତ୍ର ଦେବା ଦରକାର। ହେଲେ ଶ୍ରୀ ଗାନ୍ଧି ଏହାକୁ ଅଣଦେଖା କରିଛନ୍ତି। ତେଣୁ ତାଙ୍କ ପ୍ରାର୍ଥିପତ୍ର ଖାରଜ କରାଯାଉ ବୋଲି ପରୋକ୍ଷରେ କମ୍ପାନୀ ପକ୍ଷରୁ ଦାବି କରାଯାଇଛି।



from Odisha Reporter http://bit.ly/2D51pji

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages