ଅର୍ଜୁନ ସମ୍ମାନ ପାଇଁ ବୁମ୍ରା, ଶାମି ଓ ଜାଡେଜାଙ୍କ ନାଁ ସୁପାରିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ଅର୍ଜୁନ ସମ୍ମାନ ପାଇଁ ବୁମ୍ରା, ଶାମି ଓ ଜାଡେଜାଙ୍କ ନାଁ ସୁପାରିସ୍‌

ନୂଆଦିଲ୍ଲୀ: ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ଆଜି ବିସିସିଆଇ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ନାଁ ଭାରତ ସରକାରଙ୍କୁ ସୁପାରିସ୍‌ କରିଛି। ଏହି ୩ ଖେଳାଳିଙ୍କ ବ୍ୟତୀତ ମହିଳା ଟିମ୍‌ର ସଦସ୍ୟ ପୁନମ ଯାଦବଙ୍କ ନାଁ ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ବିସିସିଆଇ ପ୍ରଶାସନିକ କମିଟି(ସିଓଏ)ର ସଦସ୍ୟମାନେ ବୈଠକ କରି ଏଭଳି ନିଷ୍ପତ୍ତି ନେଇଛନ୍ତି।

୨୫ ବର୍ଷୀୟ ବୁମ୍ରା ଏବେ ଭାରତ ପାଇଁ ୩ଟି ଯାକ ଫର୍ମାଟରେ ଖେଳୁଛନ୍ତି। ଆଗାମୀ ବିଶ୍ୱକପ୍‌ରେ ମଧ୍ୟ ସେ ଭାରତର ବୋଲିଂ ବାହିନୀର ନେତୃତ୍ୱ ନେବେ।
ମହମ୍ମଦ ଶାମି ମଧ୍ୟ ଗତ କିଛି ବର୍ଷ ହେଲା ଭାରତ ପାଇଁ ଭଲ ପ୍ରଦର୍ଶନ କରୁଛନ୍ତି। ସେହିପରି ଅଲରାଉଣ୍ଡର ଜାଡେଜା ଦୀର୍ଘ ବର୍ଷ ପରେ ଭାରତର ସୀମିତ ଓଭର୍‌ ଟିମ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି। ଏହି ଦୁଇ ଖେଳାଳି ଭାରତର ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ରହିଛନ୍ତି।

ଅନ୍ୟପକ୍ଷରେ ୨୫ ବର୍ଷୀୟ ପୁନମ ଭାରତ ପାଇଁ ୪୧ଟି ଦିନିକିଆରେ ୬୩ଟି ୱିକେଟ୍‌ ନେଇଥିବା ବେଳେ ୫୪ ଟି-୨୦ ମ୍ୟାଚ୍‌ରେ ୭୪ଟି ୱିକେଟ ଦଖଲ କରିଛନ୍ତି।



from Odisha Reporter http://bit.ly/2VsVONX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages