ଭଦ୍ରକରେ ହେବ ନବାଗତଙ୍କ ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ଭଦ୍ରକରେ ହେବ ନବାଗତଙ୍କ ଲଢ଼େଇ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜନୀତିରେ ଜୋରଦାର ପରିବାରବାଦ। ଏଥର ଏହାର ଜ୍ୱଳନ୍ତ ଉଦାହାରଣ ପାଲଟିଛି ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ। ଭୋଟରଙ୍କ ପାଇଁ ଏଠାରେ ପ୍ରାର୍ଥୀଙ୍କ ମୁହଁ ସିନା ନୂଆ, ହେଲେ ରାଜନୀତିରେ ପାରିବାରିକ ଚେର ସମସ୍ତଙ୍କର ବେଶ ଲମ୍ବା। କିଏ ପ୍ରବୀଣ ରାଜନେତାଙ୍କ ପୁଅ ତ କିଏ ଝିଅ । ଆଉ ଜଣେ ପ୍ରଭାବଶାଳୀ ନେତାଙ୍କ ପତ୍ନୀ ।

ଭଦ୍ରକରେ ବିଜେଡି ପ୍ରାର୍ଥୀ କରିଛି ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳଙ୍କୁ। ବିଜେପି ପ୍ରାର୍ଥୀ ଦେଇଛି ୮ ଥର ସାଂସଦ ହୋଇଥିବା ଅର୍ଜ୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁଙ୍କୁ। ଅନ୍ୟପକ୍ଷେ କଂଗ୍ରେସ ପ୍ରାର୍ଥୀ କରିଛି ଭଦ୍ରକ ଲୋକସଭା ଆସନର ପୂର୍ବତନ ସାଂସଦ ଅନନ୍ତ ସେଠୀଙ୍କ ଝିଅ ମଧୁମିତାଙ୍କୁ

ଭଦ୍ରକର ରାଜନୈତିକ ଇତିହାସ ଦେଖିଲେ ଗତ ଦୁଇ ଦଶନ୍ଧି ଧରି ଏହା ବିଜେଡିର ଗଡ଼ ଭାବରେ ପରିଚିତ। ଗତ ନିର୍ବାଚନରେ ୭ଟି ବିଧାନସଭା କ୍ଷେତ୍ରକୁ ବିଜେଡି ନିଜ ହାତକୁ ନେଇଥିଲା। ୧୯୯୮ରୁ ୨୦୧୪ ପର୍ଯ୍ୟନ୍ତ ଭଦ୍ରକରେ କେବଳ ଜଣେ ନାଁ ଶୁଣିବାକୁ ମିଳିଥିଲା। ସେ ହେଉଛନ୍ତି ଅର୍ଜୁନ ଚରଣ ସେଠୀ। ଅର୍ଜୁନ ସେଠାରେ ୮ ଥର ସାଂସଦ ରହି ସାରିଛନ୍ତି। କିନ୍ତୁ ଭଦ୍ରକରେ ସରକାରୀ ମେଡିକାଲ୍‌ କଲେଜ, ବେକାରୀ ସମସ୍ୟା, ଶିଳ୍ପ ସମସ୍ୟା ଆଜି ବି ସମ୍ପୂର୍ଣ୍ଣ ହୋଇପାରିନାହିଁ। ତେଣୁ ଏତେ ଥର ସାଂସଦ ରହିଥିଲେ ମଧ୍ୟ ଅର୍ଜୁନ ଲୋକଙ୍କ ବିଶ୍ୱାସକୁ ଜିତି ପାରିନାହାନ୍ତି। ଏଣୁ ଏଥର ବିଜେଡି ଅର୍ଜୁନଙ୍କୁ ଉପରେ ଭରସା କରିନାହିଁ।

ପ୍ରାର୍ଥୀ କରିଛି ମଞ୍ଜୁଲତା ମଣ୍ଡଳଙ୍କୁ। ମଞ୍ଜୁଲତା ରାଜନୀତିରେ ନୂଆ ମୁହଁ ହେଲେ ମଧ୍ୟ ତାଙ୍କ ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳ ଜଣେ ପ୍ରଭାବଶାଳୀ ନେତା ଓ ବର୍ତ୍ତମାନର ଧାମନଗର ବିଧାୟକ ।
ବିଜେଡି ଆଡ କରିଦେଲେ ବି ଅର୍ଜ୍ଜୁନ ସେଠୀ ଭଦ୍ରକ ଜିଲ୍ଲାର ପ୍ରଭାବଶାଳୀ ନେତା ଓ ତାଙ୍କର ଏଠାରେ ଯଥେଷ୍ଟ ଦବ୍‌ଦବା ରହିଛି ଏହା ଅସ୍ୱୀକାର କରିହେବନି। ଏପରିକି ପୁଅ ଅଭିମନ୍ୟୁଙ୍କୁ ଟିକଟ ଦେବାକୁ ଅର୍ଜ୍ଜୁନ ଅନୁରୋଧ କରିଥିଲେ ମଧ୍ୟ ବିଜେଡି ତାହାକୁ ରକ୍ଷା କରିପାରିଲାନି। ଶେଷରେ ଅର୍ଜ୍ଜୁନ ବିଜେପିରେ ସାମିଲ ହୋଇଥିଲେ ଓ ସେହି କ୍ରମରେ ପୁଅ ଅଭିମନ୍ୟୁଙ୍କୁ ବି ଦଳରୁ ସାଂସଦ ପ୍ରାର୍ଥୀ ଭାବେ ଟିକଟ ମିଳିଲା।

କଂଗ୍ରେସର ଅନନ୍ତ ସେଠୀ ଭଦ୍ରକର ପୂର୍ବତନ ସାଂସଦ। ୧୯୮୪ ନିର୍ବାଚନରେ ସେ ଏହି ଆସନରୁ ଜିତିଥିଲେ। ଏବେ ସେହି ଆସନରୁ କଂଗ୍ରେସ ପ୍ରାର୍ଥୀ କରିଛି ତାଙ୍କ ଝିଅ ମଧୁମିତାଙ୍କୁ। ଅନ୍ୟପକ୍ଷେ ଅନନ୍ତଙ୍କୁ ସିମୁଳିଆ ବିଧାନସଭା ମଣ୍ଡଳୀରୁ ବିଧାୟକ ଟିକଟ ମିଳିଛି । ମଧୁମିତା ଜଣେ ଉଚ୍ଚ ଶିକ୍ଷିତା ଓ ପେସାରେ ଇଞ୍ଜିନିୟର। କଂଗ୍ରେସର ପକେଟ ଭୋଟ ପାଇବା ସହ ବଂଶବାଦ ସୂତ୍ରରେ କିଛି ଭୋଟ ମଧ୍ୟ ପାଇବେ। ତେବେ ସବୁଠାରୁ ଗୁତୁୱପୂର୍ଣ୍ଣ ବିଷୟ ହେଉଛି, ମଧୁମିତାଙ୍କ ପ୍ରଚାର ଭୋଟରଙ୍କୁ ବେଶ ପ୍ରଭାବିତ କରଛ ।

ତେବେ ଯାହା ହେଉ ନା କାହିଁକି, ଏହି ନିର୍ବାଚନରେ ଲେଢ଼ଇ ହେବ ବିଜେପି ଓ ବିଜେଡି ମଧ୍ୟରେ। ଚାନ୍ଦବାଲି, ଧାମନଗର,ସିମୁଳିଆ, ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ବିଜେପିର ଦବ୍‌ଦବା ଅଧିକ ରହିଛି। ତା ଛଡା ଏଠାରେ ଅର୍ଜୁନ ସେଠୀଙ୍କର ପ୍ରଭାବ ଦଳକୁ କିଛିଟା ଫାଇଦା ଦେବ । ଅନ୍ୟପକ୍ଷେ ତାଙ୍କ ପୁଅ ଅଭିମନ୍ୟୁଙ୍କର ସରଳ ବ୍ୟକ୍ତିତ୍ୱ ଲୋକଙ୍କୁ ଅଧିକ ମାତ୍ରାରେ ଆକୃଷ୍ଟ କରିପାରିଛି। ଏସବୁକୁ ଦେଖିଲେ ବିଜେପି ପଲା ଭାରି ଥିବା ପରି ମନେ ହେଇଛି।

ଅନ୍ୟପକ୍ଷେ ବିଜେଡିରେ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଏଥର ଧାମନଗର ବିଧାନସଭା ପାଇଁ ଏଥର ଟିକଟ ମିଳିନାହିଁ। ଧାମନଗରରେ ମୁକ୍ତିକାନ୍ତଙ୍କର ପ୍ରଭାବ ଅଧିକ ରହିଥିଲେ ମଧ୍ୟ ଗୋଷ୍ଠୀ କନ୍ଦଳ ଯୋଗୁ ଟିକଟ ପାଇବାରେ ସେ ଅସଫଳ ହୋଇଛନ୍ତି। ତେଣୁ ଅସନ୍ତୁଷ୍ଟ ମୁକ୍ତିକାନ୍ତ ଯେପରି ବିଜେପିରେ ନ ମିଶିବେ ସେଥିପାଇଁ ବିଜେଡି ତାଙ୍କର ସ୍ତ୍ରୀ ମଞ୍ଜୁଲତା ମଣ୍ଡଳକୁ ଭଦ୍ରକ ସାଂସଦ ପ୍ରାର୍ଥୀ ଭାବରେ ଘୋଷଣା କରିଛି।

ତେବେ ଯିଏ ବି ଏଠାରୁ ଜିତୁ, ସେ ରେକର୍ଡ କରିବ। ବିଜେଡି ବା କଂଗ୍ରେସ ଜିତିଲେ ସେ ହେବେ ଭଦ୍ରକର ପ୍ରଥମ ମହିଳା ଏମ୍‌ପି ଏବଂ ବିଜେପି ଜିତିଲେ ଦଳ ଏଠାରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିବ। ତେବେ ଦେଖାଯାଉ, ଭାଗ୍ୟଦେବୀ କାହାକୁ ସହାୟ ହେଉଛନ୍ତି !



from Odisha Reporter http://bit.ly/2ICkGNj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages