ନେତାଙ୍କୁ ଘାରିଲାଣି ଷ୍ଟ୍ରଙ୍ଗରୁମ୍‌ରେ ଇଭିଏମ୍‌ ଟ୍ୟାମ୍ପରିଂ ଭୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ନେତାଙ୍କୁ ଘାରିଲାଣି ଷ୍ଟ୍ରଙ୍ଗରୁମ୍‌ରେ ଇଭିଏମ୍‌ ଟ୍ୟାମ୍ପରିଂ ଭୟ

ceo assures foolproof security of evm and vvpats across the state

କେନ୍ଦୁଝର/ପୁରୀ/ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସରିନି ନିର୍ବାଚନ। ହେଲେ ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲାଣି ଇଭିଏମ୍ ସୁରକ୍ଷା ଓ ଟାମ୍ପରିଂ ଷଡ଼ଯନ୍ତ୍ର ନେଇ ସାଂଘାତିକ ଖବର ଆସୁଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛି ପ୍ରଶାସନ। ତେବେ ବ୍ରହ୍ମଗିରିର ୬୨ ନମ୍ବର ବୁଥ୍‌ରେ ଇଭିଏମ୍ ହିସାବ ନମିଳିବା ପରେ ସେଠାରେ ସାନି ମତଦାନ ପାଇଁ ଇସିଙ୍କୁ ସୁପାରିସ କରାଯାଇଥିବା ସହ ସମସ୍ତ ଷ୍ଟ୍ରଙ୍ଗରୁମ୍‌ର ସୁରକ୍ଷା ଆଦୌ ଢିଲା ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନିର୍ବାଚନ ଅଧିକାରୀ।

ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ସ୍କୁଲ ଅଫ୍ ମାଇନିଂ ଇଂଜିନିୟରିଂ ସ୍ଥିତ ଷ୍ଟ୍ରଙ୍ଗରୁମ୍ ଆଗରେ ୩ଜଣ ଅଚିହ୍ନା ବ୍ୟକ୍ତି ଏକ ଗାଡ଼ିରେ ଆସି ବୁଲୁଥିଲେ। ସେମାନଙ୍କୁ ଦେଖି ତତ୍‌କ୍ଷଣାତ ଘେରି ଯାଇଥିଲେ ସ୍ଥାନୀୟ ବିଜେପି କର୍ମୀ। ଜଣକୁ କାବୁ କରି ସେମାନେ ପୁଲିସ ଜିମା ଦେଇଥିବା ବେଳେ ଅନ୍ୟ ୨ଜଣ ଚମ୍ପଟ୍ ମାରିଥିଲେ। ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଇଭିଏମ୍ ଟାମ୍ପରିଂ ଷଡ଼ଯନ୍ତ୍ର ଉଦ୍ୟମ ଅଭିଯୋଗ ଆଣି ଧାରଣାରେ ବସିଥିଲେ ବିଜେପି କର୍ମୀ। ସେମାନେ ଷ୍ଟ୍ରଙ୍ଗ ରୁମ୍‌ର ସୁରକ୍ଷା ଓ ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ି ବସିଥିଲେ। ଖବର ପାଇ ଜିଲ୍ଲା ନିର୍ବାଚନ ଅଧିକାରୀ ବିଭିନ୍ନ ଦଳର ଏଜେଣ୍ଟମାନଙ୍କୁ ଡାକି ଷ୍ଟ୍ରଙ୍ଗ ରୁମ୍ ସୁରକ୍ଷା ବିଷୟରେ ଅବଗତ କରାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସେପଟେ ଏହି ଘଟଣାକୁ ନେଇ ଆଜି ବିଜେପି ଟିମ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି। ଜିଲ୍ଲାପାଳ ସଫେଇ ଦେବାକୁ କାହିଁକି ୫ ଘଣ୍ଟା ନେଲେ ବୋଲି ଆପତ୍ତି ଉଠାଇଛି ଦଳ।

ଠିକ୍ ସେମିତି ଇଭିଏମ୍ ସୁରକ୍ଷାକୁ ନେଇ ଝାରସୁଗୁଡ଼ାରେ ସନ୍ଦେହ ସୃଷ୍ଟି ହୋଇଛି। ବଢ଼େଇମୁଣ୍ଡା ଯାନ୍ତ୍ରିକ ମହାବିଦ୍ୟାଳୟରେ ଇଭିଏମ୍ ଥିବା ଷ୍ଟ୍ରଙ୍ଗ ରୁମ୍ ଚାରିପଟ ଗତିବିଧି ଜାଣିବାକୁ ଲାଗିଥିବା ସିସିଟିଭିର ଡିସପ୍ଲେ ଅଚଳ ହୋଇପଡିଥିବାରୁ ସୁରକ୍ଷା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ବ୍ରଜରାଜନଗର ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା। ଏମିତିକି ଗତକାଲି ସନ୍ଧ୍ୟା ପରର ସିସିଟିଭି ଫୁଟେଜକୁ ସେ ମାଗିଛନ୍ତି। ତେବେ ଅଭିଯୋଗ ପରେ ଡିସପ୍ଲେ ମରାମତି ହୋଇଥିବା କହିଛନ୍ତି ସ୍ଥାନୀୟ ଉପଜିଲ୍ଲାପାଳ ଶିବ ଟପ୍ପୋ।

ସେପଟେ ୨୩ ତାରିଖ ନିର୍ବାଚନ ପରେ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ୬୨ ନମ୍ବର ବାଘମୁଣ୍ଡା ବୁଥ୍‌ରେ ଇଭିଏମ୍ ଓ ଭିଭିପାଟ୍ କଣ୍ଟ୍ରୋଲ ରୁମରେ ଡିପୋଜିଟ୍ ସତ୍ତ୍ୱେ ହିସାବ ନମିଳିବାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ସେ କହିଛନ୍ତି ଏହା ଷ୍ଟ୍ରଙ୍ଗରୁମରେ କୌଣସି ସ୍ଥାନରେ ଭୁଲ୍ ବଶତଃ ରହିଥିଲେ ବି ନିର୍ବାଚନ ସ୍ୱଚ୍ଛତା ଦୃଷ୍ଟିରୁ ଉକ୍ତ ବୁଥ୍‌ରେ ସାନି ମତଦାନ ପାଇଁ ଗତ ୨୪ ତାରିଖରୁ କେନ୍ଦ୍ର ନିର୍ବାଚନ ଆୟୋଗଙ୍କୁ ସୁପାରିସ କରାଯାଇଛି। ତେବେ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଇଭିଏମ୍ ସୁରକ୍ଷାରେ ଢିଲା ହେବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେବା ସହ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।



from Odisha Reporter http://bit.ly/2IZjvXG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages