
ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର) : ନିର୍ବାଚନ ପ୍ରଚାର ଅଭିଯାନ ଶେଷ ହୋଇଥିଲେ ମଧ୍ୟ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ବିଜେଡିର ୯୭ଜଣ ମନ୍ତ୍ରୀ ଓ ବିଧାୟକ ଏବଂ ବିଜୁ ଯୁବ ବାହିନୀର ସଦସ୍ୟମାନେ ଏବେବି ନିର୍ବାଚନ ହେବାକୁ ଥିବା ସମସ୍ତ ୬ଟି ଲୋକସଭା ମଣ୍ଡଳୀ ଏବଂ ୪୨ଟି ବିଧାନସଭା ମଣ୍ଡଳୀରେ ଡେରା ପକାଇଛନ୍ତି। ବିଜେପି ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେବା ସହ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି।
ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଏବଂ ସମ୍ବେଦନଶୀଳ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରେ ତୁରନ୍ତ ବିଜେଡିର ମନ୍ତ୍ରୀ , ବିଧାୟକ, ବିଜୁ ଯୁବ ବାହିନୀର ସଦସ୍ୟ ଏବଂ ଭୋଟର ଲିଷ୍ଟରେ ନାଁ ନଥିବା ଭୋଟରମାନଙ୍କୁ ସେ ଅଞ୍ଚଳରୁ ତୁରନ୍ତ ବିଦା କରିବାକୁ ଦାବି କରିଛନ୍ତି। ବିଶେଷ କରି କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ପ୍ରତି ବିଧାନସଭା କ୍ଷେତ୍ରରେ ବିଜେଡିର ବାହୁବଳୀ ଓ କଳାଟଙ୍କାରେ ବଳିୟାନ ନେତାମାନେ ପୁରା ପ୍ରଚାର ଦାୟିତ୍ୱ ନେଉଛନ୍ତି। ନିର୍ବାଚନ ପ୍ରକିୟାକୁ ପ୍ରଭାବିତ କରି ଏହି ବିଜେଡିର ବାହୁବଳି ନେତାମାନେ ଭୟଭୀତ କରାଇବା ସହ ଟଙ୍କା ବାଣ୍ଟିବା ଭଳି ବେନିୟମ କାମ କରୁଛନ୍ତି।
କେଉଁ ଅଧିକାରୀମାନଙ୍କୁ କେଉଁଠି ଦାୟିତ୍ୱ ଦିଆଯାଇଛି ସେହି ତାଲିକା ପୂର୍ବରୁ ମଗାଯାଇଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ତାହା ପ୍ରସ୍ତୁତ କରାଯାଇନାହିଁ। ତୁରନ୍ତ ବିଜେଡିର ବାହୁବଳୀ ମନ୍ତ୍ରୀ, ବିଧାୟକ, ବିଜୁ ଯୁବ ବାହିନୀର ଗୁଣ୍ଡାମାନଙ୍କୁ ସମସ୍ତ ନିର୍ବାଚନମଣ୍ଡଳୀରୁ ବାହାର କରାଯାଉ ବୋଲି ବିଜେପି ଦାବି କରିଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ରମାରଞ୍ଜନ ବଳିଆରସିଂହ ଏବଂ ନିର୍ବାଚନ ପ୍ରକୋଷ୍ଠର ଆବାହକ ରବିଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
from Odisha Reporter http://bit.ly/2L7tgpy
No comments:
Post a Comment