ଜରୁରୀ କାମ ନଥିଲେ, ଯାଆନ୍ତୁନି ଶ୍ରୀଲଙ୍କା : କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ଜରୁରୀ କାମ ନଥିଲେ, ଯାଆନ୍ତୁନି ଶ୍ରୀଲଙ୍କା : କେନ୍ଦ୍ର

ନୂଆଦିଲ୍ଲୀ: ୨୫୦ ଜୀବନ ନେଇଥିବା ଇଷ୍ଟର ରବିବାର ଦିନ ଭୟଙ୍କର ଆତ୍ମଘାତୀ ହମ୍‌ଲାକୁ ସପ୍ତାହେ ବିତିଯାଇଥିଲେ ମଧ୍ୟ ଶ୍ରୀଲଙ୍କାରେ ବର୍ତ୍ତମାନ ମଧ୍ୟ ସ୍ଥିତି ସୁଧୁରନି। ଏହାକୁ ଲକ୍ଷ୍ୟ କରି ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏହିଁ ଆଡଭାଇଜରୀରେ କୁହାଯାଇଛି, ୨୧ ଏପ୍ରିଲ ୨୦୧୯ରେ ଶ୍ରୀଲଙ୍କାରେ ସଂଘଟିତ ଆକ୍ରମଣ କାରଣରୁ ଉପୁଜିଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ, ଭାରତୀୟ ନାଗରିକ ସେତିକି ଜରୁରୀ ନ ହୋଇନଥିଲେ ଶ୍ରୀଲଙ୍କା ଗସ୍ତ କରନ୍ତୁ ନାହିଁ।

ଏତିରେ ଆହୁରି ମଧ୍ୟ କୁହାଯାଇଥିଲା, ଶ୍ରୀଲଙ୍କା ସରକାର ଏହି ଦେଶରେ ସୁରକ୍ଷା କଡ଼ାକଡ଼ି କରିଛନ୍ତି। ରାତ୍ରକାଳରେ ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରାଯାଉଥିବାରୁ ଶ୍ରୀଲଙ୍କାରେ ଯାତାୟାତ ପାଇଁ ସମସ୍ୟା ହେଉଛି। ଯେଉଁମାନେ ଅତି ଜରୁରୀ କାରଣରୁ ଶ୍ରୀଲଙ୍କା ଯିବାକୁ ଚାହୁଁଛନ୍ତି, ସେମାନେ କଲମ୍ବୋରେ ଅବସ୍ଥାପିତ ଭାରତୀୟ ହାଇକମିଶନ୍‌ ଏବଂ କାଣ୍ଡିଠାରେ ଅବସ୍ଥାପିତ ଆସିଷ୍ଟାଣ୍ଟ ହାଇ କମିଶନ୍, ହମ୍ବାନ୍‌ଟୋଟା ଓ ଜାଫ୍‌ନାରେ ଥିବା ଦୂତାବାସ ସହ ଯୋଗାଯୋଗ କରି ସହାୟତା ମାଗିପାରିବେ। ହାଇକମିଶନ୍‌ଙ୍କ ୱେବ୍‌ସାଇଟ୍‌ରେ ହେଲ୍ପଲାଇନ୍‌ ନମ୍ବର ମଧ୍ୟ ଦିଆଯାଇଥିବା ଏଥିରେ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ରବିବାରର ହମ୍‌ଲା ପରେ ଶ୍ରୀଲଙ୍କା ସୁରକ୍ଷାକର୍ମୀର ଖାନ୍‌ତଲାସି ଅପରେସନ୍‌ ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଦେହରେ ବିସ୍ଫୋରକ ଖଞ୍ଜିଥିବା ୩ ଜଣ ଆତଙ୍କବାଦୀ ନିଜକୁ ବିସ୍ଫୋରଣରେ ଉଡ଼ାଇଦେଇଥିବାବେଳେ ଅନ୍ୟମାନେ ସୁରକ୍ଷା କର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ୧୫ ଜଣଙ୍କ ମଧ୍ୟରେ ୬ ଜଣ ଛୋଟ ଛୁଆ ମଧ୍ୟ ଥିଲେ।



from Odisha Reporter http://bit.ly/2XRgWee

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages