ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମକ୍ ପୋଲିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମକ୍ ପୋଲିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଭୁବନେଶ୍ୱର, କଟକ ସହ ୬ଟି ସଂସଦୀୟ ଲୋକସଭା କ୍ଷେତ୍ରରେ ଏହି ନିର୍ବାଚନ ହେବ। ଏହା ପୂର୍ବରୁ ରାଜଧାନୀ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ମତଦାନ ଲାଗି ଇଭିଏମ୍ ଓ ଭିଭିପ୍ୟାଟ୍‌ର କମିଶନିଂ ହୋଇଛି। ଏଥିରେ  ପୋଲିଂ କର୍ମଚାରୀ ଯୋଗ ଦେଇ ମକ୍ ପୋଲିଂ ମାଧ୍ୟମରେ ମେସିନ୍‌କୁ ଯାଞ୍ଚ କରିଛନ୍ତି।

ବିଜେବି କଲେଜ୍ ନ୍ୟୁ ଆର୍ଟସ୍ ବ୍ଲକ୍‌ରେ କମିଶନିଂ ଚାଲିଥିବାବେଳେ, ନିର୍ବାଚନ ଆୟୋଗ ଇଞ୍ଜିନିୟରମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମକ୍ ପୋଲିଂ ହୋଇଛି।

ଯେଉଁଥିରେ ଭିଭିପାଟ୍ ଚିଟ୍ ସହ କଣ୍ଟ୍ରୋଲ୍ ୟୁନିଟ ରେଜଲ୍ଟକୁ ମ୍ୟାଚ୍ କରାଯାଉଛି। ରେଜଲ୍ଟ ଠିକ୍ ଥିଲେ, ଯଉମୁଦ ସିଲ୍ କରାଯାଇ ଇଭିଏମ୍, ଭିଭିପ୍ୟାଟ୍ ମେସିନ୍‌କୁ ଷ୍ଟ୍ରଙ୍ଗ୍ ରୁମ୍‌ରେ ରଖାଯାଉଛି।

ଯାହାକୁ ଜଗି ରହୁଛନ୍ତି ସୁରକ୍ଷା କର୍ମୀ। ଆସନ୍ତା ୧୬ ତାରିଖ ସୁଦ୍ଧା କମିଶନିଂ କାର୍ଯ୍ୟ ଶେଷ ହେବ। ୨୧ ତାରିଖରେ ସବୁ ବୁଥ୍‌କୁ ଇଭିଏମ୍, ଭିଭିପ୍ୟାଟ୍‌,  କଣ୍ଟ୍ରୋଲ୍ ୟୁନିଟ୍ ସହ ଆସେସୋରିଜ୍ ବକ୍ସ ପଠାଯିବ।

ଭୁବନେଶ୍ୱରର ୫ଟି ନିର୍ବାଚନ ମଣ୍ଡଳୀ ଲାଗି ୧୧ଶହରୁ ଅଧିକ ବୁଥ୍ କରାଯାଇଛି। ସେପଟେ ପ୍ରତିରକ୍ଷା ବିଭାଗରେ କାର୍ଯ୍ୟରତ ବ୍ୟକ୍ତି, ପୋଲିଂ କର୍ମଚାରୀଙ୍କ ଭଳି ଅନ୍ୟ ଭୋଟର୍ ଯେଉଁମାନେ ନିର୍ବାଚନ ଦିନ ଅନୁପସ୍ଥିତ ରହିବେ, ସେମାନଙ୍କ ଠାରୁ ପୋଷ୍ଟାଲ୍ ବାଲାଟ୍ ଭୋଟିଂ ଜରିଆରେ ମତଦାନ ସଂଗ୍ରହ କରାଯାଉଛି। ଏଥିପାଇଁ ବିଜେବି କଲେଜ୍‌ର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭୋଟର୍ ମାନେ ଆଗୁଆ ମତଦାନ କରି ନିଜ ଅଧିକାର ସାବ୍ୟସ୍ତ କରୁଛନ୍ତି। ୧୫ ତାରିଖ ଯାଏ ଏହି ପୋଷ୍ଟାଲ ବାଲାଟ୍ ଭୋଟିଂ ଚାଲିବ।

ଯେଉଁସବୁ ଇଭିଏମ୍ ଓ ଭିଭିପାଟ୍ ମେସିନ୍ କାମ କରୁନାହିଁ ସେସବୁ ବଦଳାଯାଉଛି। ସେହିପରି ଭୋଟ୍ ଦିନ ବୁଥ୍‌ରେ ମେସିନ୍ କାମ ନକଲେ ଜରୁରୀକାଳିନ ଷ୍ଟକ୍‌ରୁ ମତଦାନ କେନ୍ଦ୍ରକୁ ଟେଷ୍ଟେଡ୍ ଇଭିଏମ୍ ଓ ଭିଭିପାଟ୍ ମେସିନ୍ ଯିବା ଲାଗି ବ୍ୟାକ୍ ଅପ୍ ପ୍ଲାନ୍ ରଖାଯାଇଛି।



from Odisha Reporter http://bit.ly/2D9dZxJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages