ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଲେ ସୁମିତ୍ରା ମହାଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଲେ ସୁମିତ୍ରା ମହାଜନ

ଇନ୍ଦୋର: ବିଜେପିର ବରିଷ୍ଠ ନେତା ତଥା ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଆସନ୍ତା ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ସେ ୮ଥର ମଧ୍ୟପ୍ରଦେଶର ଇନ୍ଦୋର ଆସନରୁ ଜିତିଥିଲେ ହେଁ ଏଥର ତାଙ୍କୁ ଦଳ ଟିକେଟ୍‌ ଦେବାକୁ ଚାହୁଁ ନଥିବା ସେ ହୃଦୟଙ୍ଗମ କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି।

ସେ ଏକ ଚିଠି ଲେଖି ଏକଥା ଘୋଷଣା କରିବା ସହ କହିଛନ୍ତି, ମୋତେ ଟିକେଟ୍‌ ଦେବାକୁ ନେଇ ଦଳ ମଧ୍ୟରେ ସହମତି ହୋଇପାରୁନାହିଁ। ତେଣୁ ସେ ନିଜେ ନିର୍ବାଚନ ଲଢ଼ିବାକୁ ମନା କରିବା ସହ ଦଳ ଯଥାଶୀଘ୍ର ଇନ୍ଦୋର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।

ବିଜେପି ମଧ୍ୟପ୍ରଦେଶର ୨୯ଟି ଲୋକସଭା ଆସନରୁ ୧୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି। କିନ୍ତୁ ବିଜେପିର ଗଡ଼ କୁହାଯାଉଥିବା ଇନ୍ଦୋର ଆସନରେ ଦଳ କାହାର ନାଁ ଏଯାଏ ଘୋଷଣା କରିନାହିଁ। ବିଜେପି ଏଠାରୁ ନୂଆ ମୁହଁକୁ ସୁଯୋଗ ଦେବାକୁ ଚାହୁଁଥିବା ଖବର ବାରମ୍ବାର ପ୍ରକାଶ ପାଇବା ପରେ ସୁମିତ୍ରା ମହାଜନ ଏଭଳି ଚିଠି ଲେଖିଛନ୍ତି।

ଶ୍ରୀମତୀ ମହାଜନ ନିଜର ଅସନ୍ତୋଷ ପ୍ରକାଶ କରି ଲେଖିଥିବା ଚିଠିରେ କହିଁଛନ୍ତି, “ଦଳ ଏଯାଏ କ’ଣ ପାଇଁ ଇନ୍ଦୋର ପାଇଁ ମୋ ନାଁକୁ ଘୋଷଣା କରୁନାହିଁ? ମୋତେ ନେଇ ଯଦି ବିଜେପିର ନେତୃ ମଣ୍ଡଳୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି, ତା’ହେଲେ ମୁଁ ଏହି ଟିକେଟ୍‌ ଦୌଡ଼ରୁ ନିଜକୁ ପ୍ରତ୍ୟାହାର କରିନେଉଛି। ଫଳରେ ପ୍ରାର୍ଥୀ ଚୟନ କରିବା ଦଳର ନେତାଙ୍କ ପାଇଁ ସହଜ ହେବ। ଏବେ ସେମାନେ ଯାହାକୁ ଚାହିଁବେ ଇନ୍ଦୋରରୁ ପ୍ରାର୍ଥୀ କରିପାରିବେ।”

୭୬ ବର୍ଷୀୟ ମହାଜନ କହିଛନ୍ତି, ମୁଁ ଟିକେଟ୍‌ ଦେବା ପ୍ରସଙ୍ଗରେ ବରିଷ୍ଠ ନେତାଙ୍କ ସହ କଥା ହେବା ସହ ଚୂଡ଼ାନ୍ତ ନିଷ୍ପତ୍ତି ସେମାନଙ୍କ ଉପରେ ଛାଡ଼ିଥିଲି। ହେଲେ ଏବେ ସେମାନେ ଦ୍ୱନ୍ଦ୍ୱରେ ରହିଥିବା ହୃଦୟଙ୍ଗମ କରୁଛି। ତେଣୁ ମୁଁ ନିର୍ବାଚନ ଲଢ଼ିବାକୁ ଚାହୁଁନାହିଁ ବୋଲି ଘୋଷଣା କରିଛି।



from Odisha Reporter http://bit.ly/2U0UfSA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages