
ନୂଆଦିଲ୍ଲୀ: ଜାପାନର ଫାର୍ମା କମ୍ପାନୀ ଦାଇଚି ଫାର୍ମର ୪୦୦୦ କୋଟିର ଆର୍ବିଟ୍ରେଶନ ଆୱାର୍ଡ ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଔଷଧ କମ୍ପାନୀ ରାନବକ୍ସିର ମାଲିକଙ୍କୁ ଜେଲ ପଠାଇ ଦେବାକୁ ଚେତାବନୀ ଦେଇଛନ୍ତି। ଶୁକ୍ରବାର ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ରାନବକ୍ସି କମ୍ପାନୀ ସୁପ୍ରିମକୋର୍ଟଙ୍କ ଆଦେଶର ଅବମାନନା କରିଥିବାରୁ ରାନବକ୍ସି ବ୍ରଦର୍ସ ମଲଭିନ୍ଦର ମୋହନ ସିଂହ ଏବଂ ଶିଭିନ୍ଦର ସିଂହଙ୍କୁ ଆଗାମୀ ଦିନରେ ଜେଲ ପଠାଯାଇ ପାରିବ ବୋଲି କହି ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ରାନବକ୍ସି କମ୍ପାନୀକୁ ବକେୟା ଟଙ୍କା ଫେରାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ କମ୍ପାନୀ ଟଙ୍କା ପରିଶୋଧ ନ କରିବାରୁ ଏପରି କଡ଼ା ଚେତାବନୀ ଦେଇଛନ୍ତି ଖଣ୍ଡପୀଠ। ଏପ୍ରିଲ ୧୧ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।
ଏହି ମାମଲାର ଶୁଣାଣି ବେଳେ ରାନବକ୍ସିର ପୂର୍ବତନ ପ୍ରମୋଟର ଶିଭିନ୍ଦର ସିଂହ ଉପସ୍ଥିତ ଥିଲେ। ସେ ନିଜ ପକ୍ଷ ରଖି କହିଥିଲେ ଯେ ତାଙ୍କର ସମସ୍ତ ସମ୍ପତ୍ତିର ମୂଲ୍ୟ ୯୦୦ କୋଟି ରହିଛି ତେଣୁ ଅଧିକ କିଛି ସମୟ ଦେଲେ ସେ ୨ ହଜାର କୋଟି ଟଙ୍କା ଭରିବାକୁ ଚେଷ୍ଟା କରିବେ।
ରାନବକ୍ସି ଓ ଜାପାନର ଫାର୍ମା କମ୍ପାନୀ ଦାଇଚି ସଙ୍କୋୟ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଜାରି ରହିଛି। ଦୁଇ କମ୍ପାନୀ ମଧ୍ୟରେ ବିବାଦର ସମାଧାନ ପାଇଁ ସିଙ୍ଗାପୁରର ଏକ କୋର୍ଟ ରାନବକ୍ସିକୁ ୩ ହଜାର ୫୦୦ କୋଟି ଟଙ୍କା ଫେରାଇବାକୁ କହିଥିଲା। ହେଲେ ରାନବକ୍ସି ଏହି ବକେୟା ଟଙ୍କା ପରିଶୋଧ ନକରିବାରୁ ଏହି ବିଦେଶୀ ଫାର୍ମା କମ୍ପାନୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି।
ଜାପାନର ଦାଇଚି ସଙ୍କୟୋ ଗ୍ରୁପ ସହ ମିଶି ସିଂହ ବ୍ରଦର୍ସଙ୍କ ରାନବକ୍ସି କମ୍ପାନୀ ପ୍ରତିଷ୍ଠା ହୋଇଥିଲା। ହେଲେ ସିଂହ ବ୍ରଦର୍ସଙ୍କ ସହ ବ୍ୟବସାୟରେ ଭୁଲ ବୁଝାମଣା ସୃଷ୍ଟି ହେବାରୁ ଦାଇଚି ଗ୍ରୁପ ଏଥିରୁ ଓହରି ଜାପାନ ଫେରିଯାଇଥିଲା।
from Odisha Reporter http://bit.ly/2G26jPO
No comments:
Post a Comment