
ନୂଆଦିଲ୍ଲୀ: ଗୁଜ୍ଜର ଏବଂ ଅନ୍ୟ ୪ ଜାତିର ଲୋକଙ୍କ ପାଇଁ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଚାକିରୀ କ୍ଷେତ୍ରରେ ଗୁଜରାଟ ସରକାର କରିଥିବା ୫% ଆରକ୍ଷଣ ବ୍ୟବସ୍ଥାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁପ୍ରିମ୍କୋର୍ଟ। ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆରକ୍ଷଣ ବ୍ୟବସ୍ଥାରେ ସ୍ଥଗିତାଦେଶ ଲାଗୁ କରିବା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି।
ଗତ ଫେବୃଆରୀ ୧୩ରେ ହିଁ ରାଜସ୍ଥାନ ବିଧାନସଭା ଗୁଜ୍ଜର, ରାଇକା-ରେବ୍ରୀ, ଗଡିଆ ଲୁହାର, ବଞ୍ଜାରା ଏବଂ ଗଡ୍ରିଆ ଆଦି ଗୋଷ୍ଠୀଙ୍କୁ ୫% ଆରକ୍ଷଣ ଦେଇଥିଲେ। ରାଜସ୍ଥାନରେ କ୍ଷମତାରେ ଥିବା କଂଗ୍ରେସ ସରକାର ରାଜସ୍ଥାନ ପଛୁଆ ବର୍ଗ (ସଂଶୋଧନ) ବିଲ୍ ୨୦୧୯ ପାରିତ କରି ଏହି ଆରକ୍ଷଣ ସମ୍ଭବ କରାଇଥିଲେ। ଏହି ୫ ବର୍ଗର ଲୋକେ ଲଗାତାର ଆନ୍ଦୋଳନ କରିବା ପରେ ଯାଇ ସରକାର ବାଧ୍ୟ ହୋଇ ଏହି ଆରକ୍ଷଣ ଲାଗୁ କରିଥିଲେ।
ଏହି ଆନ୍ଦୋଳନ ଚାଲିଥିବା ବେଳେ ୬୪ଟି ଟ୍ରେନ୍ ବାତିଲ ହୋଇଥିଲା, ୭୧ଟିର ଗତିପଥ ବଦଳିଥିଲା, ୩୨ଟି ଟ୍ରେନ୍ ଆଂଶିକ ବାତିଲ ହୋଇଥିଲା ବୋଲି ଉତ୍ତର ପଶ୍ଚିମ ରେଲୱେ ପକ୍ଷରୁ କୁହାଯାଇଥିଲା। ସେହିଭଳି ପଶ୍ଚିମ ମଧ୍ୟମ ରେଲ୍ୱେର ୧୪୮ ଟ୍ରେନ୍ ବାତିଲ କରାଯିବା ସହ ୧୪୩ଟିର ଗତିପଥ ବଦଳାଯାଇଥିଲା। ଗୁଜ୍ଜର ନେତା କିରୋରି ସିଂହ ବୈଂଶଲା ଏହାର ନେତୃତ୍ୱ ନେଇଥିଲେ।
from Odisha Reporter http://bit.ly/2If8BNd
No comments:
Post a Comment