ବିଭିନ୍ନ ସ୍ଥାନରେ ଏନଆଇଏର ରେଡ୍, ଆଇଏସଆଇଏସ ଲିଙ୍କରେ ୨ ଗିରଫ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ବିଭିନ୍ନ ସ୍ଥାନରେ ଏନଆଇଏର ରେଡ୍, ଆଇଏସଆଇଏସ ଲିଙ୍କରେ ୨ ଗିରଫ୍

ନୂଆଦିଲ୍ଲୀ: ଆଇଆଇଏସ ଲିଙ୍କରେ ଏନଆଇଏ ଆଜି ଦୁଇ ଜଣକୁ ଗିରଫ କରିଛି । ଜଣେ ହାଇଦ୍ରାବାଦର ମହମ୍ମଦ ତାହା ଅନ୍ୟ ଜଣେ ମହମ୍ମଦ ଗୁଫରନ ବୋଲି ଜଣାପଡ଼ିଛି। ଉଭୟଙ୍କୁ ପୃଥକ ପୃଥକ ସ୍ଥାନରୁ ଏନଆଇଏ ଗିରଫ କରିଛି। ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ଏହି ଦୁଇ ଜଣ ଲିଙ୍କରେ ଥିବା ଏନଆଇଏ ପ୍ରମାଣ ପାଇଛି।

୨୦୧୮ ମସିହାରେ ଆତଙ୍କବାଦୀ ଆଇଏସଆଇଏସ ଲିଙ୍କ ଅଭିଯୋଗରେ ୨ ଜଣ ଗିରଫ ହୋଇଥିଲେ। ଗିରଫ ଦୁଇ ସନ୍ଦିଗ୍ଧ ମହମ୍ମଦ ଅବଦୁଲ୍ଲା ବସିଥ୍ ଏବଂ ମହମ୍ମଦ ଅବଦୁଲ ୨୦୧୬ରେ ଆବୁଧାବିର ଆତଙ୍କୀ ସଙ୍ଗଠନ ସହ ସମ୍ପର୍କରେ ଥବା ଏନଆଇଏ ପ୍ରମାଣ ପାଇବା ପରେ ଗିରଫ କରିଥିଲା । ଏହାପରେ ଦୁଇ ଜଣଙ୍କୁ ପଚରା ଉଚରା ବେଳେ ମିଳିଥିବା ତଥ୍ୟ ଆଧାରରେ ଆଜି ହାଇଦ୍ରାବାଦ ଓ ମହାରାଷ୍ଟ୍ରରେ ଏନଆଇଏ ରେଡ୍ କରିଥିଲା।

ରେଡ୍ ବେଳେ ଏନଆଇଏ ୧୩ଟି ମୋବାଇଲ ଫୋନ୍. ୧୧ଟି ସିମ୍ କାର୍ଡ୍, ଗୋଟିଏ ଆଇ ପ୍ୟାଡ୍, ୨ଟି ଲ୍ୟାପଟପ୍, ଗୋଟିଏ ହାର୍ଡ ଡିସ୍କ, ୬ଟି ପେନ୍ ଡ୍ରାଇଭ୍, ୬ଟି ମେମୋରୀ କାର୍ଡ୍, ୩ଟି ୱାକି ଟକି ଜବତ କରିଛି ।

ଏହାପରେ ଏନଆଇଏ ମହମ୍ମଦ ତାହା ନାମକ ବ୍ୟକ୍ତିକୁ ହାଇଦ୍ରାବାଦରୁ ଗିରଫ କରିଛି। ତେବେ ଗିରଫ ସନ୍ଦିଗ୍ଧଙ୍କ ସ୍ତ୍ରୀକୁ ଏନଆଇଏ କେବଳ ଜେରା କରିଥିବା ଜଣାପଡ଼ିଛି। ୨୦୧୮ରେ ଗିରଫ ହୋଇଥିବା ୨ ସନ୍ଦିଗ୍ଧଙ୍କୁ ମହମ୍ମଦ ତାହା ନାଗପୁରରେ ରହିବା ପାଇଁ ଘର ଯୋଗାଇଥିବାର ପ୍ରମାଣ ମିଳିଛି। ଫେବୃଆରୀରେ ଦୁଇ ସନ୍ଦିଗ୍ଧ ମହମ୍ମଦ ଅବଦୁଲ ବସିଥ୍ ଏବଂ ମହମଦ ଅବଦୁଲ ନାମରେ ଏନଆଇଏ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଥିବା ଜଣାପଡ଼ିଛି।

ସେପଟେ ଅନ୍ୟ ଜଣେ ସନ୍ଦିଗ୍ଧ ମହମ୍ମଦ ଗୁଫରନକୁ ଏନଆଇଏ ଗିରଫ କରିଛି। କିନ୍ତୁ କେଉଁ ସ୍ଥାନରୁ ଗିରଫ କରାଯାଇଛି ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଦିଲ୍ଲୀ ଏନସିଆର ଏବଂ ଉତ୍ତର ପ୍ରଦେଶରେ ଆକ୍ରମଣ କରିବା ପାଇଁ ଆଇଏସଆଇଏସ ଯୋଜନା କରିଥିଲା, ଆକ୍ରମଣ ଯୋଜନାକୁ କାର୍ଯ୍ୟକାରୀ କରାଇବାରେ ଗୁଫରନର ଏକ ବଡ଼ ଭୂମିକା ରହିଥିବା ଏନଆଇଏ ପ୍ରମାଣ ପାଇଛି। ଆଇଏସଆଇଏସର ଏହି ଆକ୍ରମଣ ଯୋଜନାରେ ମହମ୍ମଦ ଗୁଫରନ ୧୩ ନମ୍ବର ବ୍ୟକ୍ତି ଭାବେ ଗିରଫ୍ ହୋଇଛି।



from Odisha Reporter http://bit.ly/2UpQypX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages