ବେଦପ୍ରକାଶଙ୍କୁ ପ୍ରାର୍ଥୀ କରିବା ପଛରେ କିଏ ରଚିଥିଲା ଷଡ଼ଯନ୍ତ୍ର? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ବେଦପ୍ରକାଶଙ୍କୁ ପ୍ରାର୍ଥୀ କରିବା ପଛରେ କିଏ ରଚିଥିଲା ଷଡ଼ଯନ୍ତ୍ର?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୟସ ୮୨ ଛୁଇଁଥିଲା। ଏ ବୟସରେ ପହଞ୍ଚିଲା ପରେ ମଣିଷଟିଏ ଘରେ ବିଶ୍ରାମ ନିଏ। ପରିବାର ଲୋକ ତାଙ୍କୁ ସେବା ଯୋଗାଇ ଦିଅନ୍ତି। କିନ୍ତୁ ଏହି ବୟସରେ ବି ଓ ଗୁରୁତର ଅସୁସ୍ଥ ଥିବା କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀର ବୟୋଜ୍ୟେଷ୍ଠ ବିଜେଡି ନେତା ବେଦପ୍ରକାଶ ଅଗ୍ରୱାଲ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। ରାଜ୍ୟ ରାଜନୀତିରେ ବେଦୁ ବାବୁ ଭାବରେ ଜଣାଶୁଣା ଥିବା ଏହି ଭେଟେରାନ୍ ଅଣକଂଗ୍ରେସୀ ନେତାଙ୍କ ଭିତରେ ଜୋଶ୍‌ କମ୍ ନଥିଲା। କିନ୍ତୁ ଏଥର ତାଙ୍କୁ ଟିକେଟ ଦିଆଯିବା ପ୍ରସଙ୍ଗ ଉପରେ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି।

ଯାଚିକି ଟିକଟ ଦିଆଯିବା ପଛରେ ଷଡ଼ଯନ୍ତ୍ର ଥିଲା କି?

ବେଦପ୍ରକାଶଙ୍କ ରାଜନୈତିକ ଦକ୍ଷତା ଓ ଜୋଶ୍‌ ଉପରେ କୌଣସି ପ୍ରଶ୍ନ ନଥିଲେ ବି, ବାସ୍ତବରେ ଏଥର ତାଙ୍କ ଅସୁସ୍ଥତା ଏତେମାତ୍ରାରେ ଅଧିକା ଥିଲା ଯେ, ତାଙ୍କ ଘରଲୋକେ ତାଙ୍କୁ ଟିକଟ ଦିଆଯାଉ ବୋଲି ଚାହୁଁନଥିଲେ। ପ୍ରତିବଦଳରେ ତାଙ୍କର ପରିବାରର ଅନ୍ୟ କାହାକୁ ଦିଆଯିବା ଉଚିତ ଥିଲା ବୋଲି ସେତେବେଳେ କଥା ଉଠିଥିଲା। ପରିବାର ଲୋକେ ମଧ୍ୟ ନବୀନ ନିବାସ ଯାଇ ଏହି ଅନୁରୋଧ କରିଥିଲେ। କାରଣ ସମସ୍ତେ ଜାଣିଥିଲେ ଯେ, ବେଦପ୍ରକାଶଙ୍କ ଅସୁସ୍ଥତା ଏଥର ଅଧିକ ଥିଲା। ରାତିଦିନ ବୁଲି ସେ ନିର୍ବାଚନ ପ୍ରଚାର କରିବା ସମ୍ଭବ ନଥିଲା। ଏହାପରେ ବି ତାଙ୍କୁ ଟିକଟ ଦିଆ ଯାଇଥିଲା। ବାସ୍ତବରେ ବେଦପ୍ରକାଶଙ୍କୁ ଜବରଦସ୍ତ ପ୍ରାର୍ଥୀ କରାଯିବା ପଛରେ ‘ନବୀନ ନିବାସ’ର ଅତ୍ୟଧିକ ‘ବେଦୁ-ପ୍ରେମ’ ଥିଲା, ନା ଅତ୍ୟଧିକ ‘ବିଜୟ-ଭୟ’ ପାଇଁ ପଛପଟେ କିଛି ଗୋଟେ ଷଡ଼ଯନ୍ତ୍ର ରଚନା ହୋଇଥିଲା?

ପୁଅକୁ କାହିଁକି ମିଳିଲାନି ଟିକେଟ?

ପ୍ରଶ୍ନ ଉଠୁଛି- ବେଦପ୍ରକାଶ ମାତ୍ରାଧିକ ଅସୁସ୍ଥ ଅଛନ୍ତି ବୋଲି କ’ଣ ନବୀନ ପଟ୍ଟନାୟକ କିମ୍ବା ତାଙ୍କ ପାରିଷଦମାନେ ଜାଣିନଥିଲେ? ନା ଜାଣିଜାଣି ଟିକେଟ ଦେଇଥିଲେ? ‘ଅସୁସ୍ଥତା’ କାରଣ ଦେଖାଇ କବିସୂର୍ଯ୍ୟନଗର ବିଧାୟିକା ୮୨ ବର୍ଷୀୟା ଭି.ସୁଜ୍ଞାନ କୁମାରୀ ଦେଓ, ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ଭଦ୍ରକ ସାଂସଦ ଅର୍ଜୁନ ସେଠୀଙ୍କୁ ବୟସ ଅଧିକ ଓ ଅସୁସ୍ଥ ବୋଲି କହି ବିଜେଡି ଟିକେଟ ଦେଇନଥିଲା। ଏହି ନ୍ୟାୟରେ ବେଦପ୍ରକାଶଙ୍କୁ ବି ଟିକେଟ ନଦେଇ ତାଙ୍କ ପୁଅ କିମ୍ବା ପରିବାରର ଆଉ କାହାକୁ ଦଳୀୟ ଟିକେଟ ଦିଆଯାଇ ପାରିଥାନ୍ତା। ବେଦୁଙ୍କ ପରିବାର ଲୋକେ ମଧ୍ୟ ନବୀନ ନିବାସ ଆସି ଏହି ଅନୁରୋଧ ହିଁ କରିଥିଲେ। ବିଜେଡିରେ ତ ବଂଶବାଦର ତାଲିକା ବହୁତ ଲମ୍ବା। ନିଜେ ନବୀନ ବାବୁ ମଧ୍ୟ ଉତ୍ତରାଧିକାର ସୂତ୍ରରେ ମୁଖ୍ୟମନ୍ତ୍ରୀ ଗାଦି ପାଇଛନ୍ତି। ତେଣୁ ବୟସ୍କ ବେଦପ୍ରକାଶ ଅଗ୍ରୱାଲ୍‌ଙ୍କ ପୁଅ କିମ୍ବା ପରିବାରର ଅନ୍ୟ କାହାକୁ ଟିକେଟ ଦେବାରେ ଅସୁବିଧା କେଉଁଠି ଥିଲା?

କେନ୍ଦ୍ରାପଡ଼ିଆ ଯୁବ ବିଧାୟକ ରଚିଥିଲେ ଷଡ଼ଯନ୍ତ୍ର !

ଚର୍ଚ୍ଚା ହେଉଛି, ଏହି ଷଡ଼ଯନ୍ତ୍ର କାଳେ ରଚିଥିଲେ କେନ୍ଦ୍ରାପଡ଼ାର ଜଣେ ଯୁବ ବିଜେଡି ନେତା, ଯିଏକି ଏବେ ଜିଲ୍ଲାର ଏକ ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ଏଥର ପାଟକୁରା ନିର୍ବାଚନ ମଣ୍ଡଳୀରେ ବିଜେଡିର ସ୍ଥିତି ଖରାପ ଅଛି ବୋଲି ଦଳ ଭିତରେ ଖବର ଥିଲା। ସେଠି ବିଜେପି ଟିକଟରେ ବିଜୟ ମହାପାତ୍ର ପ୍ରାର୍ଥୀ ହେଲାପରେ, ଏ ଆସନଟି ନିଶ୍ଚିତ ବିଜେଡି ହାତରୁ ଯାଉଛି ବୋଲି ‘ନବୀନ ନିବାସ’ ଜାଣିସାରିଥିଲା। ସେଥିପାଇଁ କୌଣସି ପ୍ରକାରେ ପାଟକୁରାରେ ବିଜୟଙ୍କ ବିଜୟଯାତ୍ରାକୁ ପ୍ରତିରୋଧ କରିବାକୁ ଏହିପରି ଏକ ହୀନ ଷଡ଼ଯନ୍ତ୍ର ରଚନା କରାଯାଇଥିବା ଚର୍ଚ୍ଚା ହେଉଛି।

ବେଦପ୍ରକାଶ ଏଠାକାର ପୁରୁଖା ନେତା। ତେଣୁ ସେ ହିଁ ବିଜୟଙ୍କୁ ପ୍ରତିରୋଧ କରିପାରିବେ ବୋଲି ‘ନବୀନ ନିବାସ’କୁ ବୁଝାଇ ଦିଆଗଲା। ଦ୍ୱିତୀୟଟି ହେଲା, ଯଦି କିଛି ଭଲ ଫଳ ମିଳିଗଲା ତେବେ ଉତ୍ତମ, ନହେଲେ ଅସୁସ୍ଥତା ଯୋଗୁ କିଛି ଖରାପ ହେଲେ, ତାହା ମଧ୍ୟ ବିଜେଡିକୁ ସୁହାଇବ ବୋଲି ଦଳର ପରାମର୍ଶଦାତା ଭିତରେ ଭିତରେ କୁଲୁକୁଲୁ ହେଉଥିଲେ। ଏହି କାରଣରୁ, ମାତ୍ରାଧିକ ଅସୁସ୍ଥ ଥିଲେ ବି ବେଦପ୍ରକାଶଙ୍କୁ ଟିକେଟ ଦିଆଗଲା ଓ ତାଙ୍କ ପରିବାର ଲୋକଙ୍କ କଥାକୁ ଅଣଦେଖା କରାଗଲା ବୋଲି ଚର୍ଚ୍ଚା ହେଉଛି। ଏ କଥା ବି ଚର୍ଚ୍ଚା ହେଉଛି, ବେଦପ୍ରକାଶ ଯଦି ନିର୍ବାଚନରୁ ଦୂରେଇ ରହିଥାନ୍ତେ, ନିଶ୍ଚିତ ଭାବରେ ସେ ସୁସ୍ଥ ଥାଆନ୍ତେ। ତାଙ୍କ ପରାମର୍ଶ ବି ଦଳୀୟ ନେତା ନେଇପାରିଥାନ୍ତେ। କିନ୍ତୁ ବେଦପ୍ରକାଶଙ୍କୁ ପ୍ରାର୍ଥୀ କରିବା ପଛରେ ଦଳର ଅନ୍ୟକିଛି ଉଦ୍ଦେଶ୍ୟ ଥିଲା ବୋଲି ଏବେ ସାରା ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ହେଉଛି।



from Odisha Reporter http://bit.ly/2W4AVWk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages