
ଆଠଗଡ଼(ନୀଳକଣ୍ଠ ଦୋରା): ବଙ୍ଗୋମୁଣ୍ଡା ଅବକାରୀ ଅଧିକାରୀ ଶଶିକାନ୍ତ ଦତ୍ତଙ୍କ ନେତୃତ୍ୱରେ କୁଣ୍ଡାବୁଟୁଲା ପଞ୍ଚାୟତ ଡୁମେରପଡା ଗାଁର ଦୁଇଟି ଜାଗା ରେ ପୃଥକ ପୃଥକ ଚଢ଼ାଉ କରାଯାଇଥିଲା । ବେଆଇନ ମଦ କାରବାରରେ ଲିପ୍ତ ଥିବା ନେଇ ଅବକାରି ବିଭାଗ ସୁଶିଲା ମଲ୍ଲିକ (୩୬), ଗଡସେ ମଲ୍ଲିକ (୪୫)ଙ୍କୁ ଗିରଫ କରିଛି ।
ଉଭୟଙ୍କ ନିକଟରୁ ୧ କୁଇଣ୍ଟାଲ ୨୦ କେଜି ମହୁଲ ପୋଚ, ରନ୍ଧା ସାମଗ୍ରୀ, ୨୨ ଲିଟର ମଦ ଜବତ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ବିଭାଗ ଏସ୍ଆଇ ଅଲେଖ ପୁଟେଲ, ଏସ୍ଆଇ ସହଦେବ କୁଅଁର, ପ୍ରଫୁଲ୍ଲ ନାଗ, ଜତିନ ଦିପ, ଡୁଲେଶ୍ୱର କୁମୁଡା ପ୍ରମୁଖ ସାମିଲ ଥିଲେ ।
from Odisha Reporter http://bit.ly/2IvBLZi
No comments:
Post a Comment