ମୁହଁ ଖୋଲିଲେ ଆଡଭାନୀ: କହିଲେ ପ୍ରଥମେ ରାଷ୍ଟ୍ର, ତା’ପରେ ଦଳ, ତା’ପରେ ମୁଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ମୁହଁ ଖୋଲିଲେ ଆଡଭାନୀ: କହିଲେ ପ୍ରଥମେ ରାଷ୍ଟ୍ର, ତା’ପରେ ଦଳ, ତା’ପରେ ମୁଁ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସର୍ବ ବରିଷ୍ଠ ତଥା ପ୍ରତିଷ୍ଠାତା ସଦସ୍ୟ ଲାଲକୃଷ୍ଣ ଆଡଭାନୀଙ୍କୁ ଏଥର ନିର୍ବାଚନୀ ଟିକେଟ୍‌ ଦିଆଯାଇନଥିବା ନେଇ ବିବାଦ ଘନେଇଥିବାବେଳେ ଏହା ପରେ ପ୍ରଥମ ଥର ପାଇଁ ସେ ମୁହଁ ଖୋଲିଛନ୍ତି। ଗୁରୁବାର ଏକ ବାର୍ତ୍ତା ପଠାଇ ସେ କହିଛନ୍ତି, “ପ୍ରଥମେ ରାଷ୍ଟ୍ର, ତାପରେ ଦଳ, ତାପରେ ଯାଇ ମୁଁ।” ସୂଚନାଯୋଗ୍ୟ ଯେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆଡଭାନୀଙ୍କ ପାରମ୍ପରିକ ଆସନ ଗାନ୍ଧିନଗରରୁ ଚଳିତ ଥର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଲଢ଼ୁଛନ୍ତି।

ଆଉ ୨ ଦିନ ପରେ ବିଜେପି ପ୍ରତିଷ୍ଠା ଦିବସ ଥିବାବେଳେ ଏହା ପୂର୍ବରୁ ଆଡଭାନୀ କହିଛନ୍ତି,“ବିଜେପିରେ ଥିବା ଆମ ସମସ୍ତଙ୍କ ପାଇଁ ବର୍ତ୍ତମାନ ଆମେ ଅତୀତକୁ ଦେଖିବାର, ବର୍ତ୍ତମାନକୁ ଦେଖିବାର ଏବଂ ଭବିଷ୍ୟତକୁ ଦେଖିବାର ସମୟ ଆସିଛି। ବିଜେପିର ଜଣେ ପ୍ରତିଷ୍ଠାତା ସଦସ୍ୟ ଭାବରେ ଦେଶବାସୀଙ୍କୁ ଏବଂ ବିଶେଷ କରି ମୋ ଦଳର ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କୁ ମୁଁ ମୋ ଅନୁଭବ ବଖାଣିବାକୁ ପ୍ରତିଶ୍ରୁତିବଦ୍ଧ। ସେମାନଙ୍କୁ ମୁଁ କିଛି କହିବାକୁ ଚାହୁଁଛି, ଯେଉଁମାନେ ମୋତେ ଉଭୟ ଶ୍ରଦ୍ଧା ଏବଂ ସମ୍ମାନ ଦେଇଛନ୍ତି।”

ଏକ ବ୍ଲଗ୍‌ରେ ଏହି ବାର୍ତ୍ତା ଦେଇ ସେ କହିଛନ୍ତି ଯେ, ମୁଁ ଗାନ୍ଧିନଗରବାସୀଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି, ଯେଉଁମାନେ ମୋତେ ୧୯୯୧ ପରଠାରୁ ଲଗାତାର ଲୋକସଭା ପଠାଇ ଆସୁଛନ୍ତି। ସେମାନଙ୍କ ସ୍ନେହ ଓ ସମର୍ଥନ ମୋତେ ଅଭିଭୂତ କରିଆସିଛି। ଦଳ ଭିତରେ ଏବଂ ଦଳ ବାହାରେ ରାଷ୍ଟ୍ର ସ୍ତରରେ ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁରକ୍ଷା ଯେ ବିଜେପିର ହଲ୍‌ମାର୍କ, ଏକଥା ପ୍ରମାଣିତ ହୋଇଆସିଛି। ଭାରତୀୟ ଗଣତନ୍ତ୍ରରେ ବିବିଧତାରେ ଏକତା, ସ୍ୱାଧୀନ ଅଭିବ୍ୟକ୍ତି ଏବଂ ଅଧିକାରର ଗୁରୁତ୍ୱ ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି, ଭାରତୀୟ ରାଷ୍ଟ୍ରବାଦରେ ଆମେ କେବେ ମଧ୍ୟ ଆମ ସହିତ ରାଜନୀତିକ ବିଭେଦ ଥିବା ବ୍ୟକ୍ତିଙ୍କୁ ରାଷ୍ଟ୍ରଦ୍ରୋହୀ ବୋଲି ବିଚାର କରିନାହୁଁ। ପ୍ରତ୍ୟେକ ନାଗରିକଙ୍କର ବ୍ୟକ୍ତିଗତ ପସନ୍ଦ ଏବଂ ରାଜନୀତିକ ପସନ୍ଦକୁ ଏହି ଦଳ ସମ୍ମାନ ଜଣାଇଆସିଛି। ସେ ଜରୁରୀକାଳୀନ ଶାସନ ସମୟକୁ ତୀର ମାରି କହିଛନ୍ତି, ଆମେ ସ୍ୱାଧୀନତା, ଐକ୍ୟ, ସ୍ୱଚ୍ଛତା ଏବଂ ଗଣମାଧ୍ୟମ ସମେତ ସମସ୍ତ ଅନୁଷ୍ଠାନର ସ୍ୱୟଂକ୍ରିୟତାକୁ ବିଜେପି ସମର୍ଥନ ଜଣାଇଆସିଛି।

ସେ କହିଛନ୍ତି, ସତ୍ୟ, ରାଷ୍ଟ୍ର ନିଷ୍ଠା ଏବଂ ଲୋକତନ୍ତ୍ର ଏକାଠି ହୋଇ ସଂଘର୍ଷରତ ମୋ ଦଳର ବିବର୍ତ୍ତନକୁ ଦିଗ୍‌ଦର୍ଶନ ଦେଇଛନ୍ତି। ଏସବୁରୁ ସୃଷ୍ଟ ହେଉଥିବା ମୂଲ୍ୟବୋଧ ହିଁ ସାଂସ୍କୃତିକ ରାଷ୍ଟ୍ରବାଦ ଏବଂ ସୁଶାସନ।

୨ ଦଶନ୍ଧି ତଳେ ବିଜେପି ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଆଡଭାନୀ ଉପପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସହଯୋଗୀ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାହଙ୍କ ସମୟରେ ସେ ଅବହେଳିତ ହେଉଥିବା ଅଭିଯୋଗ ହୋଇଆସୁଛି। ଦଳ ୨୦୧୪ ମସିହାରେ ଅନେକ ୭୫ ବର୍ଷରୁ ଅଧିକ ବୟସ୍କ ନେତାଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ଆଡଭାନୀ ଏବଂ ମୂରଲୀ ମନୋହର ଶର୍ମାଙ୍କୁ ଟିକେଟ୍‌ ମିଳିଥିଲା। ବିଜେପିର ବୃହତ୍‌ ବିଜୟ ସତ୍ତ୍ୱେ ସେମାନଙ୍କୁ କୌଣସି ନିଷ୍ପତ୍ତି ନେବାକୁ ସୁଯୋଗ ନଦେଇ ‘ମାର୍ଗଦର୍ଶକ ମଣ୍ଡଳୀ’ରେ ସାମିଲ କରିଦେବା ସେମାନଙ୍କ ପାଇଁ ‘ବିଦାୟ ଉତ୍ସବ’ ବୋଲି ଚର୍ଚ୍ଚା ହୋଇଆସୁଥିଲା। ଆଉ ଏବେ ଲଢ଼ିବାର ସୁଯୋଗ ନମିଳିବା ପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଥିଲା।



from Odisha Reporter https://ift.tt/2Vnu1Ly

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages