ଆଡଭାନୀଙ୍କ ପରି ମହାନ ନେତାଙ୍କ ପାଇଁ ଆମ ଦଳ ଆଜି ସୁଦୃଢ଼ ହୋଇପାରିଛି: ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ଆଡଭାନୀଙ୍କ ପରି ମହାନ ନେତାଙ୍କ ପାଇଁ ଆମ ଦଳ ଆଜି ସୁଦୃଢ଼ ହୋଇପାରିଛି: ମୋଦି

ନୂଆଦିଲ୍ଲୀ: ବିଜେପି ଏହାର ସମାଲୋଚକଙ୍କୁ କେବେ ମଧ୍ୟ ‘ଶତ୍ରୁ’ ବା ‘ରାଷ୍ଟ୍ର ବିରୋଧୀ’ କହେ ନାହିଁ ବୋଲି କହି ବିଜେପି ପ୍ରତିଷ୍ଠାତା ସଦସ୍ୟ ଲାଲକୃଷ୍ଣ ଆଡଭାନୀ କରିଥିବା ଟ୍ୱିଟ୍‌କୁ ରିଟ୍ୱିଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଏହି ଟ୍ୱିଟ୍‌ରେ କହିଛନ୍ତି, ଦଳର ବରିଷ୍ଠ ନେତା ଆଡଭାନୀ ବିଜେପିର ପ୍ରକୃତ ମର୍ମ ବଖାଣିଛନ୍ତି।


ସେ ଏହି ଟ୍ୱିଟ୍‌ରେ କହିଛନ୍ତି, “ଆଡଭାନୀ ବିଜେପିର ପ୍ରକୃତ ମର୍ମ ବିଷୟରେ କହିଛନ୍ତି। ବିଶେଷ କରି ପ୍ରଥମେ ରାଷ୍ଟ୍ର, ତାପରେ ଦଳ, ତାପରେ ମୁଁ- ଉକ୍ତିଟି ପ୍ରେରଣାଦାୟକ। ବିଜେପି କାର୍ଯ୍ୟକର୍ତ୍ତା ଭାବରେ ମୁଁ ଗର୍ବିତ ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ପରି ମହାନ ବ୍ୟକ୍ତି ବିଜେପିକୁ ଯେମିଟି ସୁଦୃଢ଼ କରିଛନ୍ତି ସେଥିପାଇଁ ମଧ୍ୟ ଗର୍ବିତ।”

ସୂଚନାଯୋଗ୍ୟ ଯେ ପ୍ରଥମ ଥର ପାଇଁ ଲାଲକୃଷ୍ଣ ଆଡଭାନୀ ଏଥରର ନିର୍ବାଚନ ଲଢ଼ୁନାହାନ୍ତି। ଏହାକୁ ନେଇ ବାଦବିବାଦ ଆରମ୍ଭ ହୋଇସାରିଥିବାବେଳେ ସେ ‘ପ୍ରଥମେ ରାଷ୍ଟ୍ର, ତା’ପରେ ଦଳ, ତା’ପରେ ମୁଁ’ ଶୀର୍ଷକ ଏକ ବ୍ଲଗ୍‌ରେ ଆଜି ମୁହଁ ଖୋଲିଛନ୍ତି। ସେ ଆଜି ସମସ୍ତଙ୍କୁ ଆହ୍ୱାନ କରି କହିଛନ୍ତି, “ବିଜେପିରେ ଥିବା ଆମ ସମସ୍ତଙ୍କ ପାଇଁ ବର୍ତ୍ତମାନ ଆମେ ଅତୀତକୁ ଦେଖିବାର, ବର୍ତ୍ତମାନକୁ ଦେଖିବାର ଏବଂ ଭବିଷ୍ୟତକୁ ଦେଖିବାର ସମୟ ଆସିଛି।”



from Odisha Reporter https://ift.tt/2CVs5D2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages