ବିଶ୍ୱକପରୁ ବାଦ ପଡ଼ିବେ ମହମ୍ମଦ ଆମୀର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ବିଶ୍ୱକପରୁ ବାଦ ପଡ଼ିବେ ମହମ୍ମଦ ଆମୀର!

ଇସ୍‌ଲାବାଦ: ପାକିସ୍ତାନର ସବୁଠାରୁ ଅଭିଜ୍ଞ ବାମହାତୀ ଦ୍ରୁତ ବୋଲର୍‌ ମହମ୍ମଦ ଆମୀରଙ୍କ ବିଶ୍ୱକପ୍‌ ଖେଳିବା ଉପରେ ଏବେ ସନ୍ଦେହ ସୃଷ୍ଟି ହୋଇଛି। ୨୦୧୭ ଇଂଲଣ୍ଡଠାରେ ଖେଳା ଯାଇଥିବା ଚାମ୍ପିୟନଶିପ୍‌ ଟ୍ରଫି ଫାଇନାଲ୍‌ରେ ମହମ୍ମଦ ଆମୀରଙ୍କ ଘାତକ ବୋଲିଂ ଯୋଗୁ ପାକିସ୍ତାନ ପ୍ରତିପକ୍ଷ ଭାରତକୁ ହରାଇ ପାରିଥିଲା।

ଏବେ ବିଶ୍ୱକପ୍‌ ଇଂଲଣ୍ଡରେ ହେବାକୁ ଥିବା ବେଳେ ଆମୀରଙ୍କ ଏଥିରେ ନ ଖେଳିବା ପାକିସ୍ତାନକୁ ନିଶ୍ଚିତ ଅଡ଼ୁଆରେ ପକାଇବ ବୋଲି କ୍ରିକେଟ୍‌ ପଣ୍ଡିତମାନେ ମତ ଦେଇଛନ୍ତି। ତେବେ ଆମୀର ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ ନହେବାର ସଙ୍କେତ ଖୋଦ୍‌ ଦଳର ଅଧିନାୟକ ସର୍ଫରାଜ ଅହମ୍ମଦ ହିଁ ଦେଇଛନ୍ତି। ଦିନିକିଆରେ ଆମୀର ୱିକେଟ୍‌ ନେବାରେ ବିଫଳ ହେଉଛନ୍ତି ବୋଲି ସର୍ଫରାଜ କହିବା ପରେ ଏଭଳି ଆଲୋଚନା ଆରମ୍ଭ ହୋଇଛି।

ସର୍ଫରାଜ କହିଛନ୍ତି, “ଯେତେବେଳେ ଗୋଟିଏ ଦଳର ପ୍ରମୁଖ ବୋଲର ୱିକେଟ୍‌ ନେଇ ପାରୁନାହିଁ, ସେତେବେଳେ ଏହା କ୍ୟାପ୍ଟେନ୍‌ ପାଇଁ ଚିନ୍ତାର ବିଷୟ। ପାକିସ୍ତାନ ମେ’ ମାସ ଆରମ୍ଭରୁ ଇଂଲଣ୍ଡ ବିପକ୍ଷରେ ୫ଟି ଦିନିକିଆ ଖେଳିବ। ଏଥିସହ ଇଂଲିଶ କାଉଣ୍ଟି ଟିମ୍‌ ବିରୋଧରେ କିଛି ମ୍ୟାଚ୍‌ ଖେଳିବାର ଅଛି। ଏହାପରେ ମେ’ ୨୩ ତାରିଖ ପୂର୍ବରୁ ସବୁ ଦଳ ସେମାନଙ୍କ ବିଶ୍ୱକପ୍‌ ସ୍କ୍ୱାଡ୍‌ ଘୋଷଣା କରିବେ।

ଏହି ସମୟରେ ହିଁ ଆମୀରଙ୍କ ଚୟନ ଉପରେ ବୋର୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ସେ ବିଶ୍ୱକପ୍‌ ଖେଳିବା ଦରକାର କି ନୁହେଁ ସେକଥା ଚୟନ କମିଟି ନିଷ୍ପତ୍ତି ନେବ। ଦଳର କୋଚ୍‌ ମାଇକ୍‌ ଅର୍ଥର ପୂର୍ବରୁ ଆମୀରଙ୍କୁ ଅଧିକ ବିଶ୍ୱାସ କରୁଥିଲେ। ହେଲେ ଏବେ ଦଳ ପାଖରେ ଏକାଧିକ ଦ୍ରୁତ ବୋଲରଙ୍କ ବିକଳ୍ପ ରହିଛି। ତେଣୁ ଟିମ୍‌ ଘୋଷଣା ପରେ ସମସ୍ତେ ଆମୀରଙ୍କ ବିଷୟରେ ଜାଣିପାରିବେ।”

୨୦୧୭ ଚାମ୍ପିୟନଶିପ୍‌ ଟ୍ରଫି ପରେ ଆମୀର ୧୪ଟି ଦିନିକିଆ ଖେଳିଥିବା ବେଳେ ୯ଟିରେ କୌଣସି ୱିକେଟ୍‌ ପାଇନାହାନ୍ତି। ବାକି ୫ଟି ମ୍ୟାଚ୍‌ରେ ସେ ମୋଟ ୫ଟି ୱିକେଟ୍‌ ନେବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ଆଭରେଜ୍‌ ୧୪ଟି ମ୍ୟାଚ୍‌ରେ ୮୫ ରନ୍‌ରେ ଗୋଟିଏ ୱିକେଟ୍‌ ପାଇଛନ୍ତି। ଆମୀର ଏ ପର୍ଯ୍ୟନ୍ତ ପାକିସ୍ତାନ ପକ୍ଷରୁ ୩୬ଟି ଟେଷ୍ଟ, ୫୦ଟି ଦିନିକିଆ ଓ ୪୭ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି।



from Odisha Reporter http://bit.ly/2Ij6dVB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages