ଟସ୍‌ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବେ ବିରାଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ଟସ୍‌ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବେ ବିରାଟ୍‌

ବେଙ୍ଗାଲୁରୁ: ଲଗାତାର ୫ଟି ମ୍ୟାଚ୍‌ ହାରି ଚଳିତ ଆଇପିଏଲ୍‌ ମହାକୁମ୍ଭରୁ ବିଦା ହେବା ଆଶଙ୍କାରେ ପଡ଼ିଥିବା ବିରାଟ୍‌ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟ ଲକ୍ଷ୍ୟ ନେଇ ଆଜି ପଡ଼ିଆକୁ ଓହ୍ଲାଇଛି। ଆଇପିଏଲ୍‌ର ଏହି ୨୦ତମ ମ୍ୟାଚ୍‌ରେ ବେଙ୍ଗାଲୁରୁର ମୁକାବିଲା ଯୁବ ଷ୍ଟାର ଖଚିତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ହେଉଛି। ମ୍ୟାଚ୍‌ରେ ଟସ୍‌ ଜିତି ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ ନିଷ୍ପତ୍ତି ନେଇଛି। ଅର୍ଥାତ ବିରାଟ୍‌ କୋହଲିଙ୍କ ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରିବ।

ଗତ ମ୍ୟାଚ୍‌ରେ ବେଙ୍ଗାଲୁରୁ ୨୦୫ ରନ୍‌ କରିଥିଲେ ହେଁ କୋଲକାତାଠାରୁ ଦଳକୁ ପରାସ୍ତ ହେବାକୁ ପଡ଼ିଥିଲା। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ଲଗାତାର ୨ଟି ପରାଜୟ ଭୋଗିଛି। ତେଣୁ ଉଭୟ ଦଳ ଆଜିର ମ୍ୟାଚ୍‌କୁ ଜିତିବାକୁ ନିଶ୍ଚିତ ଉଦ୍ୟମ କରିବେ। ଦିଲ୍ଲୀ ବର୍ତ୍ତମାନ ସୁଦ୍ଧା ୫ଟି ମ୍ୟାଚ୍‌ଟି ୩ଟିରେ ହାରିଥିବା ବେଳେ ମାତ୍ର ୨ଟିରେ ଜିତିବାକୁ ସକ୍ଷମ ହୋଇଛି।



from Odisha Reporter http://bit.ly/2OXlbBR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages