ଓଡ଼ିଆ ୱେଟଲିଫ୍ଟର୍ ଝିଲି ଜିତିଲେ ରୌପ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ଓଡ଼ିଆ ୱେଟଲିଫ୍ଟର୍ ଝିଲି ଜିତିଲେ ରୌପ୍ୟ

ନିଙ୍ଗବାଓ: ଚୀନର ନିଙ୍ଗବୋରେ ଚାଲିଥିବା ଏସିଆନ୍ ୱେଟଲିଫ୍ଟିଙ୍ଗ୍ ଚାମ୍ପିଅନଶିପରେ ଓଡ଼ିଆ ଭାରୋତ୍ତୋଳକ ଝିଲି ଦଳବେହେରା ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ମହିଳା ୪୫ କେଜି ବର୍ଗରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଖାତା ଖୋଲିଛନ୍ତି।

ଓଡ଼ିଶା ଜନ୍ମିତ ଏହି ୟୁଥ୍ ୱେଟଲିଫ୍ଟର୍ ‘ଏ’ ବର୍ଗରେ ମୋଟ ୧୬୭ କେଜି ଭାର ଉଠାଇ ଦ୍ୱିତୀୟ ସ୍ଥାନରେ ରହି ଏହି ସଫଳତା ଅର୍ଜନ କରିଛନ୍ତି। ଏହି ବର୍ଗରେ ଭିଏତନାମର ହୁୟେନ୍ ଥି ଭିଜଙ୍ଗ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି।

ଗତବର୍ଷ ଝିଲି ତାସକେଣ୍ଟରେ ଆୟୋଜିତ ଆଇଡବ୍ଲ୍ୟୁଏଫ୍ ଜୁନିୟର୍ ୱାର୍ଲ୍ଡ ୱେଟ୍ ଲିଫ୍ଟିଙ୍ଗ୍ ଚାମ୍ପିଅନଶିପର ୪୮ କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତି ରେକର୍ଡ କରିଥିଲେ। ତେବେ ସେ ଚଳିତ ଚାମ୍ପିଅନଶିପରେ ୪୫ କେଜି ବର୍ଗରେ ରୌପ୍ୟ ପଦକ ଜିତି ନିଜ ପ୍ରଦର୍ଶନରେ ଉନ୍ନତି ଆଣିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ଜଣାଯାଉଛି।



from Odisha Reporter http://bit.ly/2ULNSYT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages