ରାହୁଲ ଗାନ୍ଧିଙ୍କ ନାଗରିକତ୍ୱକୁ ନେଇ ପୁଣି ପ୍ରଶ୍ନ କଲେ ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ରାହୁଲ ଗାନ୍ଧିଙ୍କ ନାଗରିକତ୍ୱକୁ ନେଇ ପୁଣି ପ୍ରଶ୍ନ କଲେ ସ୍ୱାମୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ନାଗରିକତା କ’ଣ? ଭାରତୀୟ ନା ବ୍ରିଟିଶ୍‌? ଏହି ପ୍ରଶ୍ନ ପୁଣି ଥରେ ଭାରତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାରତୀୟ ଜନତା ପାର୍ଟିର ନେତା ସୁବ୍ରମଣ୍ୟମ୍‌ ସ୍ୱାମୀ ଏକ ଲମ୍ୱା ସମୟ ଧରି ରାହୁଲ ଗାନ୍ଧିଙ୍କ ନାଗରିକତାକୁ ନେଇ ପ୍ରଶ୍ନ ଉଠାଇ ଆସୁଛନ୍ତି। ଏପରିକି ଗୃହମନ୍ତ୍ରଣାଳୟ ମଧ୍ୟ ରାହୁଲ ଗାନ୍ଧିଙ୍କୁ ଏହାର ସ୍ପଷ୍ଟୀକରଣ ଦେବା ପାଇଁ କହିଛନ୍ତି।

ତେବେ ସୁବ୍ରମଣ୍ୟମ୍‌ ସ୍ୱାମୀଙ୍କର ଆରୋପ ଅନୁସାରେ ରାହୁଲ ଗାନ୍ଧି ଜଣେ ବ୍ରିଟିଶ୍‌ ନାଗରିକ। କିନ୍ତୁ ରାହୁଲଙ୍କର ଜନ୍ମସ୍ଥାନ ଭାରତରେ ବୋଲି କଂଗ୍ରେସ ଜବାବ ଦେଇ ଆସୁଛି।
ତେବେ ଆସନ୍ତୁ ଜାଣିବା ରାହୁଲଙ୍କର ନାଗରିକତାକୁ ନେଇ ବିବାଦ କେବେଠୁ ଚାଲିଛି।

୧. ୪ ବର୍ଷ ପୂର୍ବରୁ ଅର୍ଥାତ୍‌ ୨୦୧୫ରେ ସୁବ୍ରମଣ୍ୟମ୍‌ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ସର୍ବପ୍ରଥମେ ଏହି ପ୍ରଶ୍ନ ଉଠାଇଥିଲେ। ୨୦୧୫ ନଭେମ୍ୱରରେ ଦେଇଥିବା ଚିଠିରେ ସେ ଦାବି କରିଥିଲେ ଯେ, ରାହୁଲ ଗାନ୍ଧି ଜଣେ ବ୍ରିଟିଶ୍‌ ନାଗରିକ। ତେଣୁ ତାଙ୍କର ଭାରତୀୟ ନାଗରିକତା ଏବଂ ସଂସଦର ସଦସ୍ୟତା ପଦ ରଦ୍ଧ କରାଯାଉ।

୨. ୨୦୧୬ ଜାନୁଆରୀରେ ଏହି ମାମଲା ପୁଣି ଚର୍ଚ୍ଚାକୁ ଆସିଥିଲା। ସେହି ସମୟରେ ବିଜେପି ସାଂସଦ ମହେଶ ଗିରି ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖି ରାହୁଲ ଗାନ୍ଧିଙ୍କର ନାଗରିକତା ସ୍ପଷ୍ଟ କରିବା ପାଇଁ ଦାବି କରିଥିଲେ। ଏହା ପରେ ଏହି ମାମଲା ଏକ ସମିତି ସମ୍ମୁଖକୁ ଯାଇଥିଲା ଏବଂ ପୂରା ଘଟଣାର ଯାଞ୍ଚ ହେବା ପରେ ରାହୁଲ ଗାନ୍ଧୀଙ୍କୁ ଜବାବ ଦେବାକୁ ପଡ଼ିଥିଲା।

ସମିତିକୁ ଦେଇଥିବା ଜବାବରେ ରାହୁଲ ଗାନ୍ଧି କହିଥିଲେ, “ମୋର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଚେଷ୍ଟା କରାଯାଉଛି। ରାହୁଲ ଆହୁରି ମଧ୍ୟ କହିଥିଲେ, ମୁଁ ବ୍ରିଟିଶ୍‌ର ନାଗରିକ ନୁହେଁ କିମ୍ୱା ବ୍ରିଟିଶ୍‌ ନାଗରିକତା ଗ୍ରହଣ କରିବା ପାଇଁ କେବେ ହେଲେ ଦାବି କରିନାହିଁ। ମୋତେ କେବଳ ଏତିକି ଆଶ୍ଚର୍ଯ୍ୟ ଲାଗୁଛି ଯେ, ସମିତି ଏସବୁ କଥାକୁ ଯାଞ୍ଚ କରିବା ପାଇଁ ସ୍ୱୀକାର କିପରି କଲେ।“

୩. ୨୦୧୭ ଡିସେମ୍ୱରରେ ଏହି ମାମଲା ପୁଣି ଚର୍ଚ୍ଚାକୁ ଆସିଥିଲା। ସେହି ସମୟରେ ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ୍‌ କରି ରାହୁଲଙ୍କ ନାଗରିକତ୍ୱ ଉପରେ ପ୍ରଶ୍ନ ଉଠାଇଲେ। ଏପରିକି ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖି ଅଭିଯୋଗ ସମ୍ପର୍କରେ ଜଣାଇଥିଲେ।  ବର୍ତ୍ତମାନ ନିର୍ବାଚନ ଚାଲିଥିବାବେଳେ  ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାହୁଲ ଗାନ୍ଧିଙ୍କୁ ଏ ନେଇ ନୋଟିସ୍‌ ପଠାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ରାହୁଲ ଭାରତର ନାଗରିକ କି ନୁହେଁ ତା’ର ଜବାବ ଦାଖଲ କରିବେ ବୋଲି ନୋଟିସ୍‌ରେ କୁହାଯାଇଛି।

ରାହୁଲଙ୍କର ନାଗରିକତାକୁ ନେଇ କ’ଣ ଥିଲା ସୁବ୍ରମଣ୍ୟମ୍‌ ସ୍ୱାମୀଙ୍କର ତର୍କ ?
ବିଜେପି ନେତା ସୁବ୍ରମଣ୍ୟମ୍‌ ସ୍ୱାମୀ ଗୃହ ମନ୍ତ୍ରଣାଳୟକୁ ଜଣାଇଥିଲେ ଯେ, “ ରାହୁଲ ବ୍ୟାକପସ୍‌ ଲିଃ ନାମକ ଏକ ବ୍ରିଟିଶ କମ୍ପାନୀର ନିର୍ଦ୍ଦେଶକ ଅଟନ୍ତି ଏବଂ ସେକ୍ରେଟେରୀ ମଧ୍ୟ । ଉକ୍ତ କମ୍ପାନୀର ରିଟର୍ଣ୍ଣ ଫାଇଲ୍‌ରେ ରାହୁଲ ନିଜକୁ ବ୍ରିଟିଶ ନାଗରିକ ବୋଲି ଦର୍ଶାଇଛନ୍ତି।
ଏହି କମ୍ପାନୀଟି ୨୦୦୩ରେ ଲଣ୍ଡନରେ ସ୍ଥାପିତ ହୋଇଥିଲା। ୧୦/୧୦/୨୦୧୫ ଓ ୩୧/୧୦/୨୦୦୬ରେ କମ୍ପାନୀର ବାର୍ଷିକ ରିଟର୍ଣ୍ଣ ଫାଇଲ ହୋଇଥିଲା। ଏଥିରେ ରାହୁଲ ଗାନ୍ଧିଙ୍କ ଜନ୍ମ ତାରିଖ ୧୯/୬/୧୯୭୦ ରହିଛି। ଏଥିରେ ରାହୁଲ ନିଜକୁ ବ୍ରିଟିଶ ନାଗରିକ ବୋଲି ଦର୍ଶାଇଛନ୍ତି।
ଏହାକୁ ନେଇ କ’ଣ ରହିଛି ଆଇନ୍‌?
ଭାରତୀୟ ଆଇନ୍‌ ଅନୁସାରେ, ଜଣେ ବ୍ୟକ୍ତି କେବଳ ଗୋଟିଏ ଦେଶର ନାଗରିକତ୍ୱ ଗ୍ରହଣ କରିପାରିବ। ଅର୍ଥାତ୍‌ ଜଣେ ଭାରତର ନାଗରିକ,  ଅନ୍ୟ କୌଣସି ଦେଶର ନାଗରିକତ୍ୱ ଗ୍ରହଣ କରିପାରିବ ନାହିଁ। ଦ୍ୱୈତ ନାଗରିକତ୍ୱ ଭାରତୀୟ ଆଇନ୍‌ରେ ନାହିଁ। ଅନ୍ୟ ଅର୍ଥରେ, କୌଣସି ବିଦେଶୀ ନାଗରିକ କେବେ ହେଲେ ଦେଶର ସାଂସଦ ହୋଇପାରିବେ ନାହିଁ।
ତେବେ ଏହି ପ୍ରଶ୍ନ କେବଳ ସ୍ୱାମୀ ଉଠାଇ ନାହାନ୍ତି ବରଂ ରାହୁଲ ବାୟନାଡ ଓ ଅମେଠି ଆସନ ପାଇଁ ଯେବେ ନାମାଙ୍କନ ଭରିଥିଲେ, ସେତେବେଳେ  ଜଣେ ବିପକ୍ଷ ପ୍ରାର୍ଥୀ ମଧ୍ୟ ରାହୁଲଙ୍କର ନାଗରିକତ୍ୱକୁ ନେଇ ଏପରି ପ୍ରଶ୍ନ ଉଠାଇଥିଲେ।



from Odisha Reporter http://bit.ly/2WjBgoA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages