ବିଜେଡି କର୍ମୀଙ୍କ ଉତ୍ପାତ: ମରଣାନ୍ତକ ଆକ୍ରମଣ କରି ଗାଡ଼ି ଭଙ୍ଗାରୁଜା କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ବିଜେଡି କର୍ମୀଙ୍କ ଉତ୍ପାତ: ମରଣାନ୍ତକ ଆକ୍ରମଣ କରି ଗାଡ଼ି ଭଙ୍ଗାରୁଜା କଲେ

ଆଠଗଡ଼(ନୀଳକଣ୍ଠ ଦୋରା):ଆଠଗଡ଼ ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏବେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି। ତା’ସହିତ ରାଜନୀତିକ ହିଂସାକାଣ୍ଡ ମଧ୍ୟ ଘଟୁଥିବା ଦେଖିବାକୁ ମିଳିଛି।

ଆଠଗଡ଼ ଥାନା ଖୁଣ୍ଟକଟା ପଞ୍ଚାୟତ ରେଗେଡ଼ାପଡ଼ା ଗ୍ରାମର ମାୟାଧର ନାଥ ଆଜି ଦିନ ଦୁଇଟା ସମୟରେ ଘରୁ ବାହାରି ସେହି ପଞ୍ଚାୟତରେ ଥିବା ବିଜେପି କାର୍ଯ୍ୟାଳୟକୁ ଯାଉଥିବା ସମୟରେ ବିଜେଡିର ଦୁଇଜଣ କର୍ମୀ ମାୟାଧର ନାଥଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କ ଗାଡ଼ି ଭଙ୍ଗାରୁଜା କରିଛନ୍ତି।

ଏଥିସହିତ ମାୟାଧରଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ ଗୋଡ଼ରେ ଗଭୀର କ୍ଷତ ଲାଗିଛି। ଖବର ପାଇ ବିଜେପି କର୍ମୀ ଘଟଣାସ୍ଥଳରେ ପହଞ୍ଚି ମାୟାଧରଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ ଆଠଗଡ଼ ଡ଼ାକ୍ତରଖାନାକୁ ଆଣିଛନ୍ତି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ମାଡ଼ ମାରିଥିବା ଯୁବକକୁ ଗିରଫ ପାଇଁ ବିଜେପିକର୍ମୀ ମାନେ ଦାବି କରିଛନ୍ତି। ବିଜେପି କର୍ମୀମାନେ ଆଠଗଡ଼ ଥାନା ଘେରାଉ କରିବା ସହ ଖୁଣ୍ଟୁଣୀ ନରସିଂହପୁର ରାଜ୍ୟ ରାଜପଥରେ ଥିବା ଆଠଗଡ ଥାନା ସମ୍ମୁଖରେ ରାସ୍ତାରୋକ କରିଛନ୍ତି।



from Odisha Reporter http://bit.ly/2DjLBt8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages