ବଟଲରଙ୍କ ବିସ୍ଫୋରକ ବ୍ୟାଟିଂରେ ଜିତିଲା ରାଜସ୍ଥାନ ରୟାଲ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ବଟଲରଙ୍କ ବିସ୍ଫୋରକ ବ୍ୟାଟିଂରେ ଜିତିଲା ରାଜସ୍ଥାନ ରୟାଲ୍ସ

ମୁମ୍ବାଇ: ଜୋସ ବଟଲରଙ୍କ ଧୂଆଁଧାର ବ୍ୟାଟିଂକୁ ଆଧାର କରି ରାଜସ୍ଥାନ ରୟାଲ୍ସ ଏଠାରେ ଅନୁଷ୍ଠିତ ଆଇପିଏଲର ୨୭ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ୱିକେଟରେ ପରାସ୍ତ କରିଛି। ଚଳିତ ସଂସ୍କରଣରେ ରୟାଲ୍ସ ଏହା ଦ୍ୱିତୀୟ ବିଜୟ। ଅନ୍ୟପକ୍ଷରେ ମୁମ୍ବାଇ ହ୍ୟାଟ୍ରିକ୍ ବିଜୟରୁ ବଞ୍ଚିତ ହୋଇଛି।

ୱାଙ୍ଖଡେ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୭ ରନ୍ କରିଥିଲା। ଦଳ ପକ୍ଷରୁ କ୍ୱିଣ୍ଟନ୍ ଡି’କକ୍ ସର୍ବାଧିକ ୮୧ (୫୨ ବଲ୍, ୬ ଚୌକା, ୪ ଛକା) ରନ୍ କରିଥିବା ବେଳେ ରୋହିତ ଶର୍ମା (୪୭) ଓ ହାର୍ଦ୍ଦିକ ପାଣ୍ଡ୍ୟା (୨୮*) ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥିଲେ।

ଜବାବରେ ରାଜସ୍ଥାନ ୧୯.୩ ଓଭରରେ ୬ ୱିକେଟ୍ ହରାଇ ୧୮୮ ରନ୍ କରି ମ୍ୟାଚକୁ ସହଜରେ ଜିତି ନେଇଛି। ରାଜସ୍ଥାନ ବିଜୟରେ ମୁଖ୍ୟ ଭୂମିକା ବହନ କରିଥିବା ବଟଲର ମାତ୍ର ୪୩ ବଲରେ ୮ ଚୌକା ଓ ୭ ଛକା ସହ ସର୍ବାଧିକ ୮୯ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

୧୮୮ ରନର କଷ୍ଟସାଧ୍ୟ ଲକ୍ଷ୍ୟର ପିଛା କରୁଥିବା ରାଜସ୍ଥାନକୁ ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ଜୋସ ବଟଲର ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୬୦ ରନ୍ ଯୋଡ଼ିଥିଲେ। ରାହାଣେ ୨୧ ବଲରେ ୬ ଚୌକା ଓ ୧ ଛକା ସହ ୩୭ ରନ୍ କରି କୃନାଲ ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ।

ଏହା ପରେ ବଟଲର ଗୋଟିଏ ପଟେ ଦ୍ରୁତ ରନ୍ କରିଚାଲିଥିବା ବେଳେ ତାଙ୍କୁ ସଞ୍ଜୁ ସାମସନ୍ (୩୧) ଭରପୂର ସହଯୋଗ କରିଥିଲେ। ଦ୍ୱିତୀୟ ୱିକେଟ୍ ପାଇଁ ଦୁହେଁ ୮୭ ରନର ମ୍ୟାଚ୍ ବିଜୟୀ ପାର୍ଟନରଶିପ୍ କରିଥିଲେ। ଦଳର ସ୍କୋର ୧୪୭ ଥିବା ବେଳେ ବଟଲରଙ୍କୁ ରାହୁଲ ଚହର ଆଉଟ୍ କରିଥିଲେ।

ଏହା ପରେ ମୁମ୍ବାଇ ଲଗାତାର ଚାରୋଟି ୱିକେଟ୍ ନେଇ ମ୍ୟାଚକୁ ଫେରିବାକୁ ପ୍ରୟାସ କରିଥିଲା। କିନ୍ତୁ ନିମ୍ନକ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ ଗୋପାଲ୍ ଦ୍ରୁତ ଅପରାଜିତ ୧୩ ରନ୍ କରି ରାଜସ୍ଥାନକୁ ବିଜୟୀ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭେନ୍ ସ୍ମିଥ୍ (୧୨), ରାହୁଲ ତ୍ରିପାଠୀ (୧) ଓ ଡେବୁଟାଣ୍ଟ ଲିଆମ ଲିଭିଙ୍ଗଷ୍ଟୋନ୍ (୧) ନିରାଶ କରିଥିଲେ। ମୁମ୍ବାଇ ପକ୍ଷରୁ କୃନାଲ ୩ଟି ଓ ଜସପ୍ରୀତ ବୁମ୍ରା ୨ଟି ୱିକେଟ୍ ନେଇଥିଲେ।

ପୂର୍ବରୁ ରାଜସ୍ଥାନ ଅଧିନାୟକ ଆଜିଙ୍କ୍ୟ ରାହାଣେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ମୁମ୍ବାଇକୁ ରୋହିତ୍ ଓ ଡି’କକ୍ ଭଲ ଷ୍ଟାର୍ଟ ଦେଇଥିଲେ । ଗତ ମ୍ୟାଚରେ ବିଶ୍ରାମ ନେଇଥିବା ରୋହିତ ପ୍ରତ୍ୟାବର୍ତ୍ତନରେ ଆଶାନୁରୂପ ବ୍ୟାଟିଂ କରିଛନ୍ତି। ରୋହିତଙ୍କ ସହ ଡି’କକ୍ ପ୍ରଥମ ୱିକେଟ୍ ପାଇଁ ୯୬ ରନର ଭାଗୀଦାରୀ କରିଥିଲେ।

ରୋହିତ ୩୨ ବଲରେ ୬ ଚୌକା ଓ ୧ ଛକା ସହ ୪୭ ରନ୍ କରି ଜୋଫ୍ରା ଆର୍ଚରଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ୧୬ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ କିଙ୍ଗସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚର ହିରୋ କାଇରାନ୍ ପୋଲାର୍ଡ (୬) ମଧ୍ୟ ନିରାଶ କରିଥିଲେ। ତେବେ ଡି’କକ୍ ଧୈର୍ଯ୍ୟର ସହ ବ୍ୟାଟିଂ କରି ୩୪ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ।

ତାଙ୍କ ସହ ଶେଷଭାଗରେ ହାର୍ଦ୍ଦିକ ପାଣ୍ଡ୍ୟା ଆକ୍ରମଣାତ୍ମକ ବ୍ୟାଟିଂ କରି ମୁମ୍ବାଇକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ହାର୍ଦ୍ଦିକ ମାତ୍ର ୧୧ ବଲରେ ୧ ଚୌକା ଓ ୩ ଛକା ସହ ୨୮ ରନ୍ କରି ଅପରାଜିତ ରହିଥିବା ବେଳେ ଇଶାନ୍ କିଷାନ୍ ୫ ରନ୍ କରି ଆଉଟ୍ ହୋଇଥିଲେ। ଡି’କକଙ୍କୁ ଆର୍ଚର ପ୍ୟାଭିଲିୟନ୍ ପଠାଇଥିଲେ। ରାଜସ୍ଥାନ ପକ୍ଷରୁ ଆର୍ଚର ୩ଟି, ଧୱନ୍ କୁଲକର୍ଣ୍ଣି ଓ ଜୟଦେବ ଉନାଦକତ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ ।



from Odisha Reporter http://bit.ly/2ICk2Ph

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages