
ମୁମ୍ବାଇ: ଚଳିତ ଆଇପିଏଲର ୨୭ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ୍ ଶର୍ମା ଏଭଳି ଏକ କାମ କରିଛନ୍ତି, ଯାହାକୁ ଦେଖି ସମସ୍ତେ ହସି ହସି ଗଡିବେ।
ରୋହିତ ନିଜକୁ ଆଉଟ୍ ହେବାରୁ ରକ୍ଷା କରିବା ପାଇଁ ଚତୁରତା ଦେଖାଇଛନ୍ତି। ତାଙ୍କର ଏହି ଚତୁରାତକୁ ଦେଖି ସମସ୍ତେ ହସି ହସି ଗଡ଼ିଥିଲେ। ଏପରିକି ନିଜେ ରୋହିତ ମଧ୍ୟ ନିଜ ହସକୁ ରୋକିପାରି ନଥିଲେ।
ହିଟମ୍ୟାନ୍ ଭାବେ ପରିଚିତ ରୋହିତ ବ୍ୟକ୍ତିଗତ ୪୪ ରନରେ ବ୍ୟାଟିଂ କରୁଥିଲେ। ଇନିଂସର ଦଶମ ଓଭରରେ କେ. ଗୌତମଙ୍କ ଏକ ବଲକୁ ମାରିବା ପାଇଁ ରୋହିତ ଆଗକୁ ଆସିଥିଲେ। ଏହି ସମୟରେ ଗୌତମ ଚତୁରତାର ସହ ବଲକୁ ଲେଗ୍ ଷ୍ଟମ୍ପର ଅତ୍ୟଧିକ ବାହାରକୁ ପକାଇଥିଲେ।
ଏଭଳି ସ୍ଥିତିରେ ରୋହିତ ମଧ୍ୟ ବୁଦ୍ଧି ଖଟାଇ ଶରୀରଠାରୁ ବହୁ ଦୂରରେ ଯାଉଥିବା ବଲକୁ ଗୋଡରେ ବାହାର କରିଦେଇଥିଲେ। ରୋହିତ ଭଲଭାବେ ଜାଣିଥିଲେ ଯେ, ସେ ଶଟ୍ ମାରିବା ପାଇଁ ବଲ୍ ପର୍ଯ୍ୟନ୍ତ ପହଞ୍ଚିପାରି ନଥାନ୍ତେ। ଯଦି ବଲ ସିଧା ୱିକେଟକିପର ସଞ୍ଜୁ ସାମସନଙ୍କ ନିକଟକୁ ଯାଇଥାନ୍ତା, ତାହେଲେ ରୋହିତ ଷ୍ଟମ୍ପ ଆଉଟ୍ ହୋଇଥାନ୍ତେ।
ତେଣୁ ରୋହିତ ବ୍ୟାଟ୍ ବଦଳରେ ଗୋଡ ଦ୍ୱାରା ବଲକୁ ବାହାର କରି ନିଜ ୱିକେଟ୍ ରକ୍ଷା କରିଥିଲେ। ଏଭଳି କରିବା ପରେ ରୋହିତ ନିଜ ହସକୁ ରୋକିପାରି ନଥିଲେ। ତେବେ ରୋହିତ ଏହା ପରେ ଆଉ ୩ ରନ୍ ଯୋଡ଼ି ଆଉଟ୍ ହୋଇଯାଇଥିଲେ।
ଦେଖନ୍ତୁ ଭିଡିଓ
#MI #MIvsRR #RohitSharma
waw.. How @ImRo45 saves his wickethttps://t.co/HcUAz1cwUc— GreatDingo (@GreatDingo007) April 13, 2019
from Odisha Reporter http://bit.ly/2v8utlj
No comments:
Post a Comment