କେକେଆରକୁ ୧୫୯ ରନରେ ରୋକିଲା ସନରାଇଜର୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

କେକେଆରକୁ ୧୫୯ ରନରେ ରୋକିଲା ସନରାଇଜର୍ସ

ହାଇଦ୍ରାବାଦ: କ୍ରିସ୍ ଲିନଙ୍କ ଧୈର୍ଯପୂର୍ଣ୍ଣ ଅର୍ଦ୍ଧଶତକ ସତ୍ତ୍ୱେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଚଳିତ ଆଇପିଏଲର ରବିବାର ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୯ ରନ୍ କରିଛି। ଫଳରେ ଏହି ମ୍ୟାଚକୁ ଜିତିବା ପାଇଁ ସନରାଇଜର୍ସକୁ ନିର୍ଦ୍ଧାରିତ ଓଭରରେ ୧୬୦ ରନ୍ କରିବାକୁ ପଡ଼ିବ।

କେକେଆର୍ ପକ୍ଷରୁ ଲିନ୍ (୫୧)ଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି। ଜବରଦସ୍ତ ଫର୍ମରେ ଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଆନ୍ଦ୍ରେ ରସେଲ୍ ସପ୍ତମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ମାତ୍ର ୧୫ ରନ୍ କରି ଆଉଟ୍ ହୋଇଛନ୍ତି। ଅନ୍ୟପକ୍ଷରେ ହାଇଦ୍ରାବାଦ ତା’ର ସନ୍ତୁଳିତ ବୋଲିଂ ପ୍ରଦର୍ଶନ ଦ୍ୱାରା କେକେଆରକୁ ୧୫୯ ରନରେ ରୋକିବାକୁ ସକ୍ଷମ ହୋଇଛି।

ସ୍ଥାନୀୟ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ହାଇଦ୍ରାବାଦ ଅଧିନାୟକ କେନ୍ ୱିଲିୟମସନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା କେକେଆର ଦମଦାର ଆରମ୍ଭ କରିଥିଲା। ଦୁଇ ଓପ୍ନର କ୍ରିସ୍ ଲିନ୍ ଓ ସୁନୀଲ୍ ନରିନ୍ ପ୍ରଥମ ୱିକେଟ୍ ପାଇଁ ମାତ୍ର ୧୬ ବଲରେ ୪୨ ରନ୍ ଯୋଡ଼ିଥିଲେ।

ନରିନ୍ ମାତ୍ର ୮ ବଲରେ ୩ ଚୌକା ଓ ୨ ଛକା ସହ ୨୫ ରନ୍ କରି ଖଲିଲ ଅହମ୍ମଦଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହା ପରେ ଗୋଟିଏ ପଟେ ଲିନ୍ ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖିଥିବା ବେଳେ ଅନ୍ୟପଟେ ୱିକେଟ୍ ପତନ ହେବାରେ ଲାଗିଥିଲା।

ମଧ୍ୟକ୍ରମରେ ଶୁବମାନ୍ ଗିଲ୍ (୩), ନୀତୀଶ ରାଣା (୧୧) ଓ ଅଧିନାୟକ ଦିନେଶ କାର୍ତ୍ତିକ (୬) ସମ୍ପୂର୍ଣ୍ଣ ଫେଲ୍ ମାରିଥିଲେ। ତେବେ ରିଙ୍କୁ ସିଂହ ଲିନଙ୍କୁ ଭଲ ସହଯୋଗ କରିଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୫୧ ରନର ପାର୍ଟନରଶିପ୍ କରିଥିଲେ। ଦଳର ସ୍କୋର ୧୨୪ ଥିବା ବେଳେ ରିଙ୍କୁ (୩୦)ଙ୍କୁ ସନ୍ଦୀପ ଶର୍ମା ପ୍ୟାଭିଲିୟନ୍ ପଠାଇଥିଲେ। ସେ ୨୫ ବଲରେ ୧ ଚୌକା ଓ ୨ ଛକା ମାରିଥିଲେ।

ସେଟ୍ ବ୍ୟାଟ୍ସମ୍ୟାନ୍ ଲିନ୍ ମଧ୍ୟ ଅର୍ଦ୍ଧଶତକ ମାରିବା ପରେ ଖଲିଲଙ୍କ ଶିକାର ହୋଇଥିଲେ। ଲିନ୍ ନିଜ ଇନିଂସରେ ୪୭ ବଲରେ ୪ ଚୌକା ଓ ୧ ଛକା ମାରିଥିଲେ। ରସେଲ୍ (୧୫) ବିଳମ୍ବରେ ବ୍ୟାଟିଂ କରିବାକୁ ଆସିଥିଲେ ହେଁ, ନିଜର ଚିରାଚରିତ ଢଙ୍ଗରେ ବ୍ୟାଟିଂ କରିପାରିନଥିଲେ। ସେ ମାତ୍ର ୯ ବଲ୍ ଖେଳି ୨ ଛକା ମାରିବାକୁ ସକ୍ଷମ ହୋଇଥିଲେ। ତାଙ୍କୁ ଭୁବନେଶ୍ୱର କୁମାର ଆଉଟ୍ କରିଥିଲେ। ତେବେ ଦଶମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା କାରିଆପ୍ପା ୩ ବଲରେ ଦ୍ରୁତ ୯ ରନ୍ କରି କେକେଆରକୁ ୧୫୯ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ସନରାଇଜର୍ସ ପକ୍ଷରୁ ଖଲିଲ୍ ୩ଟି ଓ ଭୁବନେଶ୍ୱର କୁମାର ୨ ୱିକେଟ୍ ନେଇଛନ୍ତି।



from Odisha Reporter http://bit.ly/2Xzmha9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages