ରାହୁଲ ଗାନ୍ଧିଙ୍କ ବାୟୋପିକ୍‌ରେ କିଏ ହିରୋଇନ୍‌, ଉତ୍ତର ଦେଲେ କଂଗ୍ରେସ ଅଧ୍ୟକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ରାହୁଲ ଗାନ୍ଧିଙ୍କ ବାୟୋପିକ୍‌ରେ କିଏ ହିରୋଇନ୍‌, ଉତ୍ତର ଦେଲେ କଂଗ୍ରେସ ଅଧ୍ୟକ୍ଷ

ପୁଣେ: ବର୍ତ୍ତମାନ ଦେଶରେ ବାୟୋପିକ୍‌ର ଋତୁ ଚାଲିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ମଧ୍ୟ ପୁଣେର ଛାତ୍ରୀମାନେ ସମାନ ପ୍ରଶ୍ନ କରିଥିଲେ। ଏଥିସହ ତାଙ୍କ ବାୟୋପିକ୍‌ରେ ହିରୋଇନ୍‌ କିଏ ହେବ ସେ ସମ୍ପର୍କରେ ମଧ୍ୟ ପଚାରିଥିଲେ। ଏହାର ଉତ୍ତର ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ସେ ବିଷୟରେ ମୁଁ ଜାଣିନାହିଁ। କିନ୍ତୁ ମୁଁ ମୋର କାମକୁ ବିବାହ କରିସାରିଛି।

ଏଭଳି କଥା ରାହୁଲ ପ୍ରଥମଥର କହିନାହାନ୍ତି। ପୂର୍ବରୁ ସାମ୍ବାଦିକମାନଙ୍କ ସହ ଭାବବିନିମୟ ବେଳେ ଥରେ ରାହୁଲଙ୍କୁ ତାଙ୍କ ବିବାହ ସଂକ୍ରାନ୍ତରେ ପଚରା ଯାଇଥିଲା। ଏହାର ଉତ୍ତର ଦେଇ ରାହୁଲ ସେ କଂଗ୍ରେସ ପାର୍ଟିକୁ ବିବାହ କରିଥିବା କହିଥିଲେ।

ତେବେ ପୁଣେର ଛାତ୍ରୀମାନେ ଭଉଣୀ ପ୍ରିୟଙ୍କାଙ୍କ ଉପରେ ପ୍ରଶ୍ନ କରିବାରୁ ରାହୁଲ ଟିକଏ ଭାବପ୍ରବଣ ହୋଇଯାଇଥିଲେ। ସେ କହିଥିଲେ, “ମୁଁ ଏକ ଅସାଧାରଣ ନିୟମ ପାଳନ କରେ। ମୋତେ ପ୍ରିୟଙ୍କା ପିନ୍ଧାଉଥିବା ରାକ୍ଷୀକୁ କେବେ ଖୋଲେ ନାହିଁ। ଏହା ନଷ୍ଟ ହେଲା ପର୍ଯ୍ୟନ୍ତ ମୋ ହାତରେ ରହିଥାଏ। ପ୍ରିୟଙ୍କା ଥରେ ରାକ୍ଷୀ ବାନ୍ଧିଲେ ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ ତାକୁ ରଖିଥାଏ।” ରାହୁଲ ଗତବର୍ଷର ରାକ୍ଷୀକୁ ମଧ୍ୟ ସମସ୍ତଙ୍କୁ ଦେଖାଇଥିଲେ। ସେହିପରି ରାହୁଲ ଗୀତ ଗାଇପାରିବେ କି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ମୁଁ ସବୁଠାରୁ ଖରାପ କଣ୍ଠଶିଳ୍ପୀ।

ଆଲୋଚନା କାଳରେ ରାହୁଲ ଜେଜେ ମା’ ଇନ୍ଦିରା ଗାନ୍ଧିଙ୍କ କଥା ମଧ୍ୟ କହିଥିଲେ।



from Odisha Reporter http://bit.ly/2D1bDB2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages