ଆକାଶରୁ ଖସିଲା, ଉଚ୍ଚ ଗଛ ଉପରେ ଯାଇ ଲାଖିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ଆକାଶରୁ ଖସିଲା, ଉଚ୍ଚ ଗଛ ଉପରେ ଯାଇ ଲାଖିଲା

ୱାଶିଂଟନ୍‌: ଆମେରିକାର ଇଡାହୋ ଠାରେ ଏକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଘଟିଛି। ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଆକାଶରୁ ତଳକୁ ଖସି ପଡ଼ିଥିଲା। ତେବେ ଏହା ସୌଭାଗ୍ୟକ୍ରମେ ଏକ ୬୦ ଫୁଟ୍‌ ଉଚ୍ଚ ଗଛର ଡାଳରେ ଲାଖି ରହିଯିବାରୁ ପାଇଲଟ୍‌ ଜଣଙ୍କ ସୁରକ୍ଷିତ ଅବସ୍ଥାରେ ଅବତରଣ କରିପାରିଛନ୍ତି। ବିମାନଟି ଗଛ ଉପରେ ଲାଖିବା ପରେ ଏହାର ଏକ ଅଂଶ ଏବଂ ଗୋଟିଏ ଚକା ତଳକୁ ଖସି ପଡ଼ିଥିଲା। କିନ୍ତୁ ବିମାନର ଅନ୍ୟ ଅଂଶଗୁଡ଼ିକ ସୁରକ୍ଷିତ ଭାବେ ଗଛ ଉପରେ ହିଁ ଲଟକି ରହିଥିଲା।

ବିମାନଟି ଗଛରେ ଲାଖି ଯିବା ପରେ ଏହା ମଧ୍ୟରେ ଥିବା ୭୯ ବର୍ଷୀୟ ବୃଦ୍ଧ ପାଇଲଟ୍‌ଙ୍କୁ ଉଦ୍ଧାରକାରୀ ଦଳ ସୁରକ୍ଷିତ ଭାବେ ତଳକୁ ଆଣିଥିଲେ। ୭୯ ବର୍ଷୀୟ ପାଇଲଟ୍‌ ଜନ୍‌ ନିଜର ସିଙ୍ଗଲ ଇଞ୍ଜିନ୍‌ ପାଇପର କବ୍‌ ପିଏ-୧୮ ଚଳାଉଥିବା ବେଳେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।



from Odisha Reporter http://bit.ly/2vk5YC2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages