
ନୂଆଦିଲ୍ଲୀ: ଦେଶର ଚାଷୀକୂଳଙ୍କ ଚିନ୍ତା ବଢ଼ାଇଛି ଭାରତୀୟ ପାଣିପାଗ ବିଭାଗର ସୂଚନା। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦେଶରେ ଚଳିତ ଥର ପ୍ରାକ୍ ମୌସୁମୀ ବର୍ଷା ୨୭% କମ୍ ରେକର୍ଡ କରାଯାଇଛି। ଜୁନ୍ରେ ଦକ୍ଷିଣ –ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥାଏ। ତେବେ ଏହା ପୂର୍ବରୁ ମାର୍ଚ୍ଚରୁ ଏପ୍ରିଲ ଯାଏ ଦେଶରେ କାଁଭାଁ ବର୍ଷା ହୋଇଥାଏ। ଏହାକୁ ପ୍ରାକ୍ ମୌସୁମୀ ବର୍ଷା କୁହାଯାଇ ଥାଏ। ତେବେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଯାଇଛି।
ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୨୭% କମ୍ ବର୍ଷା ରେକର୍ଡ କରାଯାଇଛି। ମାର୍ଚ୍ଚ ୧ରୁ ଏପ୍ରିଲ ୨୪ ମଧ୍ୟରେ ସମଗ୍ର ଦେଶରେ ୪୩.୩ ମିଲିମିଟର ବର୍ଷା ହୋଇଛି। ନିୟମ ଅନୁସାରେ ଏହି ଅବଧିରେ ୫୯.୬ ମିମି ବର୍ଷା ହେବା କଥା। ତେଣୁ ସ୍ୱାଭାବିକ ଠାରୁ ପ୍ରାକ୍ ମୌସୁମୀ ପ୍ରଭାବରେ ୨୭% କମ୍ ବର୍ଷା ହୋଇଛି।
ଉତ୍ତର ପ୍ରଦେଶ, ପଞ୍ଜାବ, ଦିଲ୍ଲୀ, ହରିଆଣା, ଜମ୍ମୁ-କଶ୍ମୀର, ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶ ଭଳି ଉତ୍ତର-ପଶ୍ଚିମ ରାଜ୍ୟଗୁଡ଼ିକରେ ସବୁଠାରୁ ଅଧିକ ସ୍ୱାଭାବିକ ଠାରୁ ୩୮% କମ୍ ବର୍ଷା ରେକର୍ଡ ହୋଇଛି। ଦକ୍ଷିଣ ଭାରତ ରାଜ୍ୟ ଗୁଡ଼ିକରେ ସ୍ୱାଭାବିକ ଠାରୁ ୩୧% କମ୍ ବର୍ଷା ହୋଇଥିଲା ବେଳେ ପୂର୍ବ-ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ୨୩% କମ୍ ବର୍ଷା ହୋଇଛି। କେବଳ କେନ୍ଦ୍ରୀୟ ଭାରତୀୟ ରାଜ୍ୟଗୁଡ଼ିକରେ ସ୍ୱାଭାବିକଠାରୁ ପ୍ରାକ୍ ମୌସୁମୀ ୫% ଅଧିକ ବର୍ଷିଛି।
ଅନ୍ୟପକ୍ଷରେ ପ୍ରାକ୍ ମୌସୁମୀ ବର୍ଷା, ବିଜୁଳି ଓ ଘଡ଼ଘଡ଼ି ଯୋଗୁ ଚଳିତ ମାସରେ ମଧ୍ୟପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଓ ରାଜସ୍ଥାନରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।
ପ୍ରାକ୍ ମୌସୁମୀ ବର୍ଷା ଉପରେ ଓଡ଼ିଶା ଭଳି କିଛି ରାଜ୍ୟ ଚାଷ ପାଇଁ ନିର୍ଭର କରନ୍ତି। ସେହିପରି ଆଖୁ ଓ କଟନ ଚାଷ ପାଇଁ ଚାଷୀମାନେ ପ୍ରାକ୍ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଆନ୍ତି। ତେବେ ଏଥର ସ୍ୱଳ୍ପ ବୃଷ୍ଟିପାତ ଚାଷୀର ଚିନ୍ତା ବଢ଼ାଇଛି।
from Odisha Reporter http://bit.ly/2PC5pNm
No comments:
Post a Comment