ରସଲେଙ୍କୁ ଆଉଟ୍ କରିବା ପାଇଁ ଉପାୟ ବାହାର କଲେ କୁଲଦୀପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ରସଲେଙ୍କୁ ଆଉଟ୍ କରିବା ପାଇଁ ଉପାୟ ବାହାର କଲେ କୁଲଦୀପ

କୋଲକାତା: ଚଳିତ ଆଇପିଏଲରେ କୋଲକାତା ରାଇଡର୍ସ ଦଳର ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ବୋଲରଙ୍କୁ ଆତଙ୍କିତ କରିଛି। ତାଙ୍କ ବିରୋଧରେ ବୋଲିଂ କରିବା ପାଇଁ ବୋଲରମାନଙ୍କୁ ଏକାଧିକଥର ଚିନ୍ତା କରିବାକୁ ପଡୁଛି। ରସେଲଙ୍କୁ ଆଉଟ୍ କରିବା ପାଇଁ ବୋଲରମାନେ ଅନେକ ଉପାୟ ଆପଣାଇଥିଲେ ହେଁ, ସଫଳ ହୋଇନାହାନ୍ତି।

ଚଳିତ ସଂସ୍କରଣରେ ରସେଲ୍ ମାତ୍ର ୧୨୧ ବଲରେ ୨୫୭ ରନ୍ କରିଛନ୍ତି ଏବଂ ତାଙ୍କର ଷ୍ଟ୍ରାଇକରେଟ୍ ୨୧୨.୩୯ ରହିଛି। ତେବେ ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂକୁ କିପରି ରୋକି ହେବ, ତାହାର ଉପାୟ ବାହାର କରିଛନ୍ତି ଖୋଦ୍ କେକେଆର ସ୍ପିନର କୁଲଦୀପ ଯାଦବ।

କୁଲଦୀପ କହିଛନ୍ତି, ମୁଁ ରସେଲଙ୍କ ଦୁର୍ବଳତା ଜାଣି ପାରିଛି, ଯାହାର ଫାଇଦା ମୁଁ ବିଶ୍ୱକପ ବେଳେ ଉଠାଇବାକୁ ଚାହୁଁଛି। ରସେଲ ଟର୍ଣ୍ଣ କରୁଥିବା ବଲର ସାମ୍ନା କରିବାକୁ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଯଦି ବଲ ଟର୍ଣ୍ଣ କରୁଥାଏ, ତାହେଲେ ଏହା ରସେଲଙ୍କ ପାଇଁ ସମସ୍ୟା।

କେବଳ ଏତିକି ନୁହେଁ, ବିଶ୍ୱକପ୍ ପାଇଁ ମୁଁ ରସେଲଙ୍କ ବିରୋଧରେ ଭିନ୍ନ ପ୍ରକାରର ରଣନୀତି ପ୍ରସ୍ତୁତ କରିଛି। ରସେଲଙ୍କୁ କିପରି ରୋକାଯାଇ ପାରିବ, ତାହା ମୁଁ ଜାଣିସାରିଛି ବୋଲି କୁଲଦୀପ କହିଛନ୍ତି। କୁଲଦୀପ ଆହୁରି କହିଛନ୍ତି, ମୁଁ ରସେଲଙ୍କ ସହ ଡ୍ରେସିଂ ରୁମ୍ ସେୟାର କରିଛି, କିନ୍ତୁ କେବେବି ତାଙ୍କୁ ନେଟ୍ସରେ ବୋଲିଂ କରିନାହିଁ। ସ୍ପିନରଙ୍କୁ ସେ କୌଣସି ସୁଯୋଗ ଦିଅନ୍ତି ନାହିଁ। ଆଉ ପେସ ବୋଲରଙ୍କ ପାଇଁ ରସେଲ ଆତଙ୍କ।

ତାଙ୍କ ବିରୋଧରେ କୌଣସି ବୋଲର ବୋଲିଂ କରିବାକୁ ଭୟ କରିବେ। କିନ୍ତୁ ମୋ ମତରେ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବା ପାଇଁ ମାତ୍ର ଗୋଟିଏ ବଲ୍ ଆବଶ୍ୟକ। ଯଦି ଆପଣ ସେହି ବ୍ୟାଟ୍ସମ୍ୟାନର ସ୍ୱଭାବକୁ ଆକଳନ କରିବାରେ ସଫଳ ହୁଅନ୍ତି, ତାହେଲେ ତାଙ୍କୁ ଆଉଟ୍ କରିବା ସହଜ ହୋଇପଡେ। ଚଳିତ ଆଇପିଏଲରେ ମୋର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। କିନ୍ତୁ ଏହାକୁ ନେଇ ମୁଁ ଆଦୌ ବ୍ୟଥିତ ନୁହେଁ। ଆଗକୁ ୱାର୍ଲ୍ଡକପ୍ ଥିବାରୁ ମୁଁ ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛି ବୋଲି କୁଲଦୀପ କହିଛନ୍ତି।



from Odisha Reporter http://bit.ly/2VEuDfU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages