
ନୂଆଦିଲ୍ଲୀ: ଦୀର୍ଘ ୫ ଦଶନ୍ଧି ଧରି ଭାରତୀୟ ରାଜନୀତିରେ ନିଷ୍ଠାର ସହ କାର୍ଯ୍ୟ କରୁଥିବା ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ବାୟୋଗ୍ରାଫି ମାର୍କେଟକୁ ଆସିବ। ଏହି ବର୍ଷ ମେ’ ମାସରେ ଏଭଳି ବହି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।
ଏହି ବହିର ନାଁ ରାଜନୀତି ରହିଛି। ଏହାକୁ ପ୍ରଖ୍ୟାତ ଐତିହାସିକ–ଲେଖକ ଗୌତମ ଚିନ୍ତାମଣି ଲେଖିଛନ୍ତି। ଏହାକୁ ପେଙ୍ଗୁଇନ୍ ରାଣ୍ଡମ ହାଉସ୍ ଇଣ୍ଡିଆ ପ୍ରକାଶ କରିବ। ଚିନ୍ତାମଣି କହିଛନ୍ତି, “ରାଜନୀତିରେ ସକ୍ରିୟ ଥିବା ରାଜନାଥ ଅନେକଙ୍କ ପାଇଁ ପ୍ରେରଣା। ସେ ଯେତେବେଳେ ଯେଉଁ ଦାୟିତ୍ୱ ନେଇଛନ୍ତି, ତା’କୁ ଠିକ୍ ଭାବେ ସମ୍ପାଦନ କରିଛନ୍ତି। ସେ ଦଳମତ ନିର୍ବିଶେଷରେ ନିଜର କର୍ତ୍ତବ୍ୟକୁ କେବେ ଭୁଲି ନାହାନ୍ତି। ସେ କ୍ଷମତାରେ ଥାଆନ୍ତୁ କି ବିରୋଧୀ ଦଳରେ ସର୍ବଦା ଲୋକଙ୍କ ପାଇଁ କାର୍ଯ୍ୟ କରିଛନ୍ତି। ତେଣୁ ତାଙ୍କ ବିଷୟରେ ସମସ୍ତେ ଜାଣିବା ଦରକାର।”
ରାଜନାଥ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ୧୦ ବର୍ଷ କାର୍ଯ୍ୟ କରିଛନ୍ତି। ଏଥିସହ ସେ ୨୦୦୦ ମସିହାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।
from Odisha Reporter http://bit.ly/2uZddiG
No comments:
Post a Comment