ବିରୋଧୀଙ୍କ ଅସ୍ତ୍ର ପାଲଟିବ କି ରାଫେଲ୍‌ ରାୟ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ବିରୋଧୀଙ୍କ ଅସ୍ତ୍ର ପାଲଟିବ କି ରାଫେଲ୍‌ ରାୟ !

ନୂଆଦିଲ୍ଲୀ: ସୁପ୍ରମ୍‌କୋର୍ଟ ଡିସେମ୍ବର ମାସରେ ଦେଇଥିବା ରାଫେଲ ରାୟ ବିରୋଧରେ ଆଗତ ରିଭ୍ୟୁ ପିଟିସନ୍‌ର ଶୁଣାଣି ପାଇଁ ଲିକ୍‌ ହୋଇଥିବା ବିବାଦୀୟ ଦଲିଲ୍‌ ବ୍ୟବହାର ହୋଇପାରିବନାହିଁ ବୋଲି କେନ୍ଦ୍ରର ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ତେବେ ପୂର୍ବରୁ ମଧ୍ୟ ଏହ ପ୍ରସଙ୍ଗକୁ ଅସ୍ତ୍ର କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିବା ବିରୋଧୀ ଦଳମାନଙ୍କର ପାଇଁ ଡିସେମ୍ବରରେ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ ନିରାଶା ଆଣିଦେଇ ଥିଲା। ତେବେ ଆଜିର କୋର୍ଟଙ୍କ ରାୟ ଏକ ପ୍ରକାର ଆଶ୍ୱସ୍ତି ସଦୃଶ ହୋଇଛି। କାରଣ ଡିସେମ୍ବର ରାୟରେ କୋର୍ଟ କହିଥିଲେ, ୩୬ଟି ଯୁଦ୍ଧ ବିମାନ କିଣା ସମ୍ପର୍କିତ ଏହି ମାମଲାର କୋର୍ଟ ନିୟନ୍ତ୍ରିତ ତଦନ୍ତ ହୋଇପାରିବ ନାହିଁ। ଏହି ପିଟିସନ୍‌ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା, ଅରୁଣ ସୌରୀ ଏବଂ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଦାଖଲ କରିଥିଲେ।

ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏହି ରାୟ ପରେ ଅରୁଣ ସୌରୀ କହିଥିଲେ, ସେ ଏହି ରାୟରେ ଆନନ୍ଦିତ। ସେ ଆହୁରି ମଧ୍ୟ କହିଥିଲେ, “ଆମେ ଯୁକ୍ତି ରଖିଥିଲୁ, ଡକ୍ୟୁମେଣ୍ଟ ପ୍ରତିରକ୍ଷା ସମ୍ବନ୍ଧିତ ହୋଇଥିବାରୁ ଆପଣ ଏହାକୁ ତର୍ଜମା କରିବାର ଆବଶ୍ୟକତା ରହିଛି। ଆପଣ ଆମକୁ ପ୍ରମାଣ ମାଗିଥିଲେ, ଆମେ ପ୍ରମାଣ ଦେଲୁ।”

କଂଗ୍ରେସ ମୁଖପାତ୍ର ରଣଦୀପ୍‌ ସୂର୍ଯ୍ୟେୱାଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ କହିଥିଲେ, “ଆପଣ ଯେତେ ପାରନ୍ତି ମିଛ କହିପାରନ୍ତି, କିନ୍ତୁ ଏବେ ନହେଲେ ମଧ୍ୟ କେବେ ନା କେବେ ସତ ସାମ୍ନାକୁ ଆସିବ। ରାଫେଲ ଦୁର୍ନୀତିର ଆଲମିରାରୁ ଗୋଟିଏ ପରେ ଗୋଟିଏ କଙ୍କାଳ ବାହାରିବାରେ ଲାଗିଛି। ଏଥିରେ ‘କୌଣସି ଅଫିସିଆଲ ସିକ୍ରେଟ୍‌ ଆକ୍ଟ’ ଲୁଚାଇବାକୁ ନାହିଁ।”

ପୂର୍ବରୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଧ୍ୟ ମୋଦିଙ୍କୁ ଚ୍ୟାଲେଞ୍ଜ କରିଥିଲେ, ରାଫେଲ ଦୁର୍ନୀତି ଯୋଗୁ ସେ ଦେଶବାସୀଙ୍କ ଆଖିରେ ଆଖି ମିଶାଇପାରିବେ ନାହିଁ।

ଆସନ୍ତାକାଲି ଆରମ୍ଭ ହେଉଛି ୨୦୧୯ ସାଧାରଣ ନିର୍ବାଚନ, ଯାହାକୁ ମୋଦି ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର ଉତ୍ସବ ବୋଲି ଅଭିହିତ କରିସାରିଛନ୍ତି। ତେବେ ଏହି ନିର୍ବାଚନ ପାଇଁ ବିରୋଧୀଙ୍କ ପାଖରେ ବିଜେପି ସରକାରକୁ ଟାର୍ଗେଟ୍‌ କରିବା ପାଇଁ କିଛି ଖାସ୍‌ ପ୍ରସଙ୍ଗ ଥିବାଭଳି ମନେ ହେଉନଥିଲା। କଂଗ୍ରେସ ‘ନ୍ୟାୟ’ ସ୍କିମ୍‌ ରୂପକ ଡଙ୍ଗାରେ ନିର୍ବାଚନୀ ଗଙ୍ଗା ପାର୍‌ ହେବାର ଉଦ୍ୟମ ଆରମ୍ଭ କରିଥିଲେ ହେଁ ଏଥିରେ ବ୍ୟାପକ ତ୍ରୁଟି ରହିଥିବା ସ୍ପଷ୍ଟ ହୋଇସାରିଛି। ଏହା ଅର୍ଥନୀତିକ ଏବଂ ବ୍ୟୟ ଅଟକଳ ଦୃଷ୍ଟିରୁ ଏକ ପ୍ରକାର ଅସମ୍ଭବ ସ୍କିମ୍‌ ବୋଲି ଚର୍ଚ୍ଚା ହେବା ରାହୁଲଙ୍କ ଯୋଜନାକୁ ଫିକା କରିଦେଇଛି।

ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ଟାର୍ଗେଟ୍‌ କରିବା ପାଇଁ ରାଫେଲ ବ୍ୟତିରେକ କିଛି ପ୍ରସଙ୍ଗ ଏଯାଏ ବିରୋଧୀ ଧରିପାରି ନାହାନ୍ତି। ଅନ୍ୟପକ୍ଷରେ ମହାମେଣ୍ଟ ପାଇଁ କିଛି ପ୍ରମୁଖ ଆଞ୍ଚଳିକ ଦଳ ଏକାଠି ନହେବାରୁ ଏହା ବାସ୍ତବ ନେବ କି ନା ତାହା ମଧ୍ୟ ସନ୍ଦେହରେ। ଠିକ୍‌ ଏହି ସମୟରେ ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧୀଙ୍କୁ ସାହାରା ଭଳି ହୋଇଛି।

କିନ୍ତୁ ରାଜନୀତିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ରାଫେଲ ପ୍ରସଙ୍ଗରେ ଚର୍ଚ୍ଚା କରୁଥିବା ବା ଏହା ବାବଦରେ ବ୍ୟାପକ ଜ୍ଞାନ ରଖୁଥିବା ବର୍ଗ ଏବଂ ପ୍ରକୃତରେ ଭୋଟ୍‌ ଦେଉଥିବା ବର୍ଗ ଭିନ୍ନ ଭିନ୍ନ। ପ୍ରକୃତରେ ଭୋଟ୍‌ ଦେଉଥିବା ତୃଣମୂଳ ସ୍ତରର ଲୋକଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ବାଲାକୋଟ୍‌ ବଦ୍‌ଲା ଯେତେ ସହଜରେ ପହଞ୍ଚି ପାରିଛି ରାଫେଲ୍‌ ପ୍ରସଙ୍ଗ ତା’ ଆଗରେ ଗୌଣ ମନେ ହୁଏ। ତେଣୁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିରୋଧ ପ୍ରକୃତରେ ଭୋଟ୍‌ର ରୂପ ନେବ ନା କେବଳ ଷ୍ଟୁଡିଓ ଚର୍ଚ୍ଚାରେ ସୀମିତ ରହିବ, ତାହା ମେ ୨୩ ବେଳକୁ ନିଶ୍ଚୟ ସ୍ପଷ୍ଟ ହୋଇଯିବ।



from Odisha Reporter http://bit.ly/2UauW0u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages