ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ଭୋଟ୍‌, ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୦ ଲକ୍ଷ ମତଦାତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ଭୋଟ୍‌, ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୦ ଲକ୍ଷ ମତଦାତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ହେବ ପ୍ରଥମ ପର୍ଯ୍ୟାୟ ମତଦାନ। ଏଥିପାଇଁ ଚୂଡ଼ାନ୍ତ ହୋଇଛି ସମସ୍ତ ପ୍ରସ୍ତୁତି। ଓଡ଼ିଶାର ୪ ଲୋକସଭା ଆସନ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ସହିତ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା। ସକାଳ ୭ଟାରୁ ସାନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ତେବେ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ସକାଳ ୭ଟାରୁ ଅପରାହ୍ନ ୩ଟା, ୪ଟା ଓ ୫ଟା ମଧ୍ୟରେ ଭୋଟ ଗ୍ରହଣ ହେବ। ସେପଟେ ମତଦାନର ଦେଢ ଘଣ୍ଟା ପୂର୍ବରୁ ମକ୍‌ ପୋଲିଂ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୪ ଲୋକସଭା ଆସନ ପାଇଁ ମଇଦାନରେ ଅଛନ୍ତି ୨୮ ଜଣ ପ୍ରାର୍ଥୀ। ସେହିପରି ଏସବୁ ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ୧୯୧ ଜଣ ପ୍ରାର୍ଥୀ। ମୋଟ ୬୦ଲକ୍ଷ ୩ ହଜାର ୭୦୭ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।

ନିର୍ବାଚନ ପରିଚାଳନା ପାଇଁ ମୋଟ ୪୭ ହଜାର ୮୦୫ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଅଧିକାଂଶ ଅଞ୍ଚଳ ମାଓପ୍ରବଣ ହୋଇଥିବାରୁ ସବୁଠି ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଛି। ୨୩୭୫ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି। ସଶସ୍ତ୍ର ପୁଲିସ୍ ସହ ଓ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ନିର୍ବାଚନ ସୁରକ୍ଷାରେ ନିୟୋଜିତ କରାଯାଇଛି। ସବୁ ବୁଥ୍‌କୁ ସିସିଟିଭି ନଜରରେ ରଖାଯିବା ସହ ୱେବ୍‌ କାଷ୍ଟିଂ କରାଯିବ। ମାଇକ୍ରୋ ଅବଜରର୍ଭର ମତଦାନ ତଦାରଖ କରିବେ।

ନକ୍ସଲ ପ୍ରବଳ ଅଞ୍ଚଳକୁ ହେଲିକପ୍ଟରରେ ଗଲେ ପୋଲିଂ ଅଧିକାରୀ

ନକ୍ସଲ ପ୍ରଭାବିତ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଚ୍ଛିନ୍ନାଞ୍ଚଳ ଓ ନକ୍ସଲ ଉପଦ୍ରୁତ ଅଞ୍ଚଳକୁ ହେଲିକପ୍ଟର ଯୋଗେ ପୋଲିଂ ପାର୍ଟି ଏବଂ ସୁରକ୍ଷା କର୍ମୀଙ୍କୁ ପଠାଯାଇଛି। ନିର୍ବାଚନ କାର୍ଯ୍ୟରେ ବାୟୁସେନାର ହେଲିକପ୍ଟରର ନିୟୋଜିତ କରାଯାଇଛି।

ଚିତ୍ରକୋଣ୍ଡାର କୁନ୍ତରପଦର କ୍ୟାମ୍ପକୁ ହେଲିକପ୍ଟର ଯୋଗେ ପୋଲିଂ ପାର୍ଟିକୁ ପଠାଯାଇଛି। ସେଠାରେ ୧୦ଟି ବୁଥ୍‌ ଥିବା ବେଳେ ହେଲିକପ୍ଟରରେ ଥରକେ ୨ରୁ ୩ଟି ପୋଲିଂ ପାର୍ଟିକୁ ନିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ୧୦ଟି ବୁଥ୍‌କୁ ଗୋଟିଏ ସ୍ଥାନରେ କରାଯାଇଛି। ସ୍ଥାନୀୟ ଲୋକେ ତୁନ୍ତଲ ପଦର କ୍ୟାମ୍ପରେ ପହଞ୍ଚି ଭୋଟ ଦେବେ।  ପ୍ରଥମ ପର୍ଯ୍ୟୟରେ ମାଲକାନଗିରି ସହିତ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମତଦାନ ହେବ।  କେତେକ ସ୍ଥାନରେ ସୁରକ୍ଷା ଦୃଷ୍ଟିରୁ ବୁଥ୍‌ର ସ୍ଥାନ ମଧ୍ୟ ପରିବର୍ତ୍ତନ କରାଯାଇଛି। ମାଲକାନଗିରି ଜିଲ୍ଲାରେ ମୋଟ ୫୪୦ଟି ବୁଥ୍‌ ମଧ୍ୟରୁ ୧୨୮ଟି ଅତି ସମ୍ବେଦନଶୀଳ ରହିଛି।

 



from Odisha Reporter http://bit.ly/2P0KfYK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages