ନେତାଙ୍କୁ ନୂଆ ଦାୟିତ୍ୱ ଦେଲା ଦଳ: ପଢ଼ନ୍ତୁ କିଏ କେଉଁଠି ପ୍ରଚାର କରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ନେତାଙ୍କୁ ନୂଆ ଦାୟିତ୍ୱ ଦେଲା ଦଳ: ପଢ଼ନ୍ତୁ କିଏ କେଉଁଠି ପ୍ରଚାର କରିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘମାଘୋଟ ପ୍ରଚାର ପରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। କିନ୍ତୁ ଏହି ପର୍ଯ୍ୟାୟରେ ପ୍ରାର୍ଥୀ ଥିବା ବିଭିନ୍ନ ଦଳର ନେତାଙ୍କ ନିର୍ବାଚନ ପରିଚାଳନା କାମ ଏଯାଏ ସରିନି। ନିଜ ଅଞ୍ଚଳରେ ଭୋଟ୍ ସରିବାପରେ ଦଳ ସେମାନଙ୍କୁ ଦେଇଛି ଅନ୍ୟ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ। ଖାସ୍ କରି ସଙ୍ଗଠନ ଦୁର୍ବଳ ଥିବା ଓ ଅଧିକ ଚ୍ୟାଲେଞ୍ଜର ସାମ୍ନା କରୁଥିବା ନିର୍ବାଚନ ମଣ୍ଡଳୀକୁ ଫୋକସ୍ କରାଯାଇଛି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲଢ଼ି ସାରିଥିବା ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ କେନ୍ଦୁଝର, ଚନ୍ଦ୍ରଶେଖର ସାହୁଙ୍କୁ କେନ୍ଦ୍ରାପଡ଼ା, ରମେଶ ମାଝୀଙ୍କୁ ତଳସରା, ରବି ନନ୍ଦଙ୍କୁ କଣ୍ଟାମାଳ ନିର୍ବାଚନମଣ୍ଡଳୀକୁ ପଠାଇଛି ବିଜେଡି। ଠିକ୍ ସେଭଳି ପୁଷ୍ପେନ୍ଦ୍ର ସିଂହଦେଓ, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଭୁପିନ୍ଦର ସିଂଙ୍କ ଭଳି ହେଭିୱେଟ୍‌ ନେତାଙ୍କୁ ବିଭିନ୍ନ ସ୍ଥାନକୁ ପଠାଯାଇଛି। ଖାସକରି ଯେଉଁଠି ସଙ୍ଗଠନ ଦୁର୍ବଳ ରହିଛି ଓ ବିରୋଧୀ ଦଳ ଅଧିକ ଚ୍ୟାଲେଞ୍ଜ ଦେଉଛନ୍ତି, ସେଭଳି ନିର୍ବାଚନ ମଣ୍ଡଳୀକୁ ଫୋକସରେ ରଖାଯାଇଛି।

ବିଜେଡି ଭଳି ସମାନ ଷ୍ଟାଇଲ୍ ଆପଣାଇଛି ବିଜେପି। ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବେ ବରଗଡ଼ ଓ ବଲାଙ୍ଗୀରରେ ପାଇଁ ପ୍ରଚାର କରିବେ। ସେହିପରି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଆସିକା ଓ କନ୍ଧମାଳ ଲୋକସଭା କ୍ଷେତ୍ରକୁ ଯାଇ ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ରଣନୀତି ପ୍ରସ୍ତୁତ କରିବେ। କୋରାପୁଟରୁ ନିର୍ବାଚନ ଲଢ଼ିଥିବା ଜୟରାମ ପାଙ୍ଗୀଙ୍କୁ କନ୍ଧମାଳ ଲୋକସଭା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି।

ଏ କ୍ଷେତ୍ରରେ କଂଗ୍ରେସ ମଧ୍ୟ ପଛରେ ନାହିଁ। ନିଜ ନିର୍ବାଚନ ସରିବା ପରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କନ୍ଧମାଳ ଯାଇ କ୍ୟାମ୍ପେନ କରିବେ। ଠିକ୍ ସେହିଭଳି ତାରା ପ୍ରସାଦ ବାହିନୀପତି ଆସିକା ଲୋକସଭାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବା ସହ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଉପରେ ଫୋକସ୍ କରିବେ।

ବାକି ୩ଟି ପର୍ଯ୍ୟାୟରେ ଓଡ଼ିଶାର ୧୭ଟି ଲୋକସଭା ଓ ୧୧୯ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ। ଏଥର ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବାରୁ ସବୁ ଦଳ ନିଜର ନେତାଙ୍କ ସଦୁପଯୋଗ କରୁଛି।



from Odisha Reporter http://bit.ly/2X85c6Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages