ଭୁବନେଶ୍ୱର ବିମାନବନ୍ଦର ରେକର୍ଡ, ଯାତ୍ରୀଙ୍କ ସଂଖ୍ୟା ୪୧ % ବଢ଼ିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ଭୁବନେଶ୍ୱର ବିମାନବନ୍ଦର ରେକର୍ଡ, ଯାତ୍ରୀଙ୍କ ସଂଖ୍ୟା ୪୧ % ବଢ଼ିଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିମାନ ସେବା କ୍ଷେତ୍ରରେ ଭୁବନେଶ୍ୱର ବିମାନବନ୍ଦର ଏକ ନୂଆ ରେକର୍ଡ କରିଛି। ପୂର୍ବବର୍ଷ ତୁଳନାରେ ଏ ବର୍ଷ ଯାତ୍ରୀଙ୍କ ସଂଖ୍ୟା ପ୍ରାୟ ୪୧ ପ୍ରତିଶତ ବଢ଼ିଛି। ଏହାକୁ ଆଖି ଆଗରେ ରଖି ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଆଗାମୀ ଦିନରେ ଟର୍ମିନାଲ୍ ଗୁଡ଼ିକୁ ଆହୁରି ଆକର୍ଷଣୀୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

୨୦୧୭-୧୮ ଆର୍ଥିକ ବର୍ଷରେ ଭୁବନେଶ୍ୱର ବିମାନବନ୍ଦରରେ ୩୨ ଲକ୍ଷ ୩୭ ହଜାର ୯୫୬ଜଣ ଯାତ୍ରୀ ଯିବା ଆସିବା କରିଥିଲେ। ଏମାନଙ୍କ ମଧ୍ୟରେ ୩୧ ଲକ୍ଷ ୫୮ହଜାର ୯୧୫ ଘରୋଇ ଯାତ୍ରୀ ଥିବାବେଳେ ୯୧ ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ଯାତ୍ରୀ ଥିଲେ। ୨୦୧୮-୧୯ ଆର୍ଥିକ ବର୍ଷରେ ଯାତ୍ରୀଙ୍କ ସଂଖ୍ୟା ୪୦.୫୮ ପ୍ରତିଶତ ବଢ଼ିଛି। ଅର୍ଥାତ ଘରୋଇ ଯାତ୍ରୀଙ୍କ ସଂଖ୍ୟା ୪୪ ଲକ୍ଷ ୫୧ ହଜାର ୧୬୩ ଥିବାବେଳେ ବିଦେଶୀ ଯାତ୍ରୀଙ୍କ ସଂଖ୍ୟା ୯୯ ହଜାର ୪୧୦ରେ ପହଞ୍ଚିଛି।

ବିଶେଷକରି ଭୁବନେଶ୍ୱରରୁ ଅନ୍ୟାନ୍ୟ ସହରକୁ ବିମାନ ସେବାରେ ଅଭିବୃଦ୍ଧି ହିଁ ଯାତ୍ରୀ ସଂଖ୍ୟା ବଢ଼ିବାର ପ୍ରମୁଖ କାରଣ ହୋଇଛି। ଏହାକୁ ଆଖି ଆଗରେ ରଖି ଯାତ୍ରୀଙ୍କୁ ଅଧିକ ଅନ୍ତଃରାଷ୍ଟ୍ରୀୟ ସ୍ତରର ସୁବିଧା ସୁଯୋଗ ଦେବା ପାଇଁ ବିମାନବନ୍ଦର ନୂଆ ପାର୍କିଂ ବେ’ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ନୂତନ ବ୍ୟବସ୍ଥା କରାଯାଉଥିବା ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି।

ଯାତ୍ରୀଙ୍କ ଅଭିବୃଦ୍ଧିକୁ ଲକ୍ଷ୍ୟ କରି ନୂଆ ଯୋଜନା ମଧ୍ୟ ହାତକୁ ନିଆଯାଇଛି। ବିମାନବନ୍ଦର ପରିସରକୁ ଅଧିକ ସରସ ସୁନ୍ଦର କରିବା ପାଇଁ କ୍ଷେତ୍ର ଅନୁଧ୍ୟାନ କରାଯାଉଛି। ବିମାନବନ୍ଦର ଏକ ନମ୍ବର ଟର୍ମିନାଲର ପ୍ରବେଶ ପଥ ତଥା ଆରାଇଭାଲ୍ ଗେଟ୍ ନିକଟରେ ଦୁଇଟି ଫାଉଣ୍ଟେନ୍ ପ୍ରସ୍ତୁତ କରାଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏଥିସହିତ ଯାତ୍ରୀମାନଙ୍କ ସୁବିଧା ପାଇଁ ଟର୍ମିନାଲ୍ ଓ ପାର୍କିଂ ସ୍ଥାନକୁ ସଂଲଗ୍ନ କରିବା କାର୍ଯ୍ୟ ମଧ୍ୟ ତ୍ୱରିତ ବେଗରେ ଚାଲିଛି।

ଭୁବନେଶ୍ୱର ବିମାନବନ୍ଦରର ଏଭଳି ଯୋଜନାକୁ ଉଭୟ ଯାତ୍ରୀ ଓ ଟାକ୍ସି ଚାଳକ ଆସୋସିଏସନ୍ ସ୍ୱାଗତ କରିଛନ୍ତି। ବର୍ତ୍ତମାନ ଭୁବନେଶ୍ୱର ବିମାନବନ୍ଦରରୁ ପ୍ରତିଦିନ ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଭାଇଜାଗ, ଅହମ୍ମଦାବାଦ ପ୍ରଭୃତି ଘରୋଇ ସହର ତଥା ବ୍ୟାଙ୍କକ ଓ କୁଆଲାଲାମ୍ପୁରକୁ ବିମାନ ଯିବାଆସିବା କରୁଛି।



from Odisha Reporter http://bit.ly/2Ienlfd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages