ମୋ ବିଷୟରେ ଅମୂଳକ ଆରୋପ ନକରିବାକୁ ପ୍ରଭୁ ଜଗନ୍ନାଥ ନବୀନଙ୍କୁ ଜ୍ଞାନ ଦିଅନ୍ତୁ: ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 8, 2019

ମୋ ବିଷୟରେ ଅମୂଳକ ଆରୋପ ନକରିବାକୁ ପ୍ରଭୁ ଜଗନ୍ନାଥ ନବୀନଙ୍କୁ ଜ୍ଞାନ ଦିଅନ୍ତୁ: ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟକୁ ନେଇ ଗତ କିଛି ଦିନ ତଳେ ଏକ ଫିଟନେସ୍‌ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଉକ୍ତ ଭିଡିଓରେ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରା ସୁସ୍ଥ ଥିବାର ବାର୍ତ୍ତା ଦିଆଯାଇଥିଲା। ତେବେ ଏହି ଭିଡିଓକୁ ନେଇ ଜୋରଦାର ଚର୍ଚ୍ଚା ହେବା ପରେ ଏନ୍‌ଡିଟିଭିର ବରିଷ୍ଠ ସାମ୍ବାଦିକ ଶ୍ରୀନିବାସନ ଜୈନ ମୁଖ୍ୟମନ୍ତ୍ରୀଙ୍କର ଏକ ଇଣ୍ଟରଭ୍ୟୁ ନେଇ କିଛି ଫଟୋ ଶେଆର କରିଛନ୍ତି।

ସେଥିରେ ଶ୍ରୀନିବାସନ ଲେଖିଛନ୍ତି ଯେ, ମୋ ସହ ସାକ୍ଷାତକାରବେଳେ ନବୀନ କେତେକ ସାଂଘାତିକ କଥା କହିଥିଲେ। ମୋ ସ୍ୱାସ୍ଥ୍ୟ ଖରାପ ଥିବା ବୈଜୟନ୍ତ ଅପପ୍ରଚାର କରୁଥିବା ନବୀନ କହିଥିଲେ। ନିଜ ରାଜନୈତିକ ଅଭିସନ୍ଧି ଚରିତାର୍ଥ ପାଇଁ ‌ସେ ଏଭଳି ପ୍ରଚାର କରୁଥିବା ନବୀନ ଅଭିଯୋଗ ଆଣିଥିଲେ। ତେବେ ଶ୍ରୀନିବାସନଙ୍କ ଏହି ଟ୍ୱିଟ୍‌ ଉପରେ ରି-ଟ୍ୱିଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

ବୈଜୟନ୍ତ କହିଛନ୍ତି ଯେ, ନବୀନଙ୍କ ଏଭଳି ଆରୋପ ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ମିଛ ବୋଲି କହିବାକୁ ପଡ଼ୁଛି। ମୋ ପ୍ରତି ତାଙ୍କର ଏଭଳି ପାଗଳାମୀ ଦେଖି ଦୁଃଖ ଲାଗୁଛି। ପ୍ରଭୁ ଜଗନ୍ନାଥ ତାଙ୍କୁ ଏଭଳି ଅମୂଳକ ଆରୋପ ନକରିବାକୁ ଜ୍ଞାନ ଦିଅନ୍ତୁ। ତାଙ୍କ ସ୍ୱାସ୍ଥ୍ୟ ଭଲ ରହିବାକୁ ପ୍ରଭୁ ଜଗନ୍ନାଥ ତାଙ୍କୁ ଆଶୀର୍ବାଦ କରନ୍ତୁ।



from Odisha Reporter http://bit.ly/2I7st5o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages