
ଦକ୍ଷୀଣ ଦିନଜପୁର: ପଶ୍ଚିମବଙ୍ଗର ଦକ୍ଷିଣ ଦିନଜପୁରର ବୁନିଆବୁଦପୁର ଗାଁରେ ବବୁଲାଲ ମୁର୍ମୁ ନାମକ ଜଣେ ରିଜର୍ଭ ପୋଲିଂ ଏଜେଣ୍ଟଙ୍କ ମୃତ ଦେହ ଉଦ୍ଦାର ହୋଇଛି। ଆଜି ସକାଳେ ବବୁଲାଲଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି।
ତେବେ ସେ ଆତ୍ମହତ୍ୟା କରିଛନ୍ତି କି ହତ୍ୟାର ଶିକାର ହୋଇଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ବାବୁଲାଲ ଦକ୍ଷିଣ ଦିନଜପୁର ଅଞ୍ଚଳରେ ରିଜର୍ଭ ପୋଲିଂ କର୍ମଚାରୀ ଭାବେ ନିୟୋଜିତ ହୋଇଥିଲେ। ଦକ୍ଷିଣ ଦିନଜପୁରରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ଉଦ୍ଦାର ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଜଣେ ନିର୍ବାଚନ ଅଧିକାରୀ ଅର୍ଣ୍ଣବ ରୟ ଏବେ ବି ନିଖୋଜ ଅଛନ୍ତି। ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ବିପ୍ରଦାସ ଚୌଧୁରୀ ପଲିଟେକନିକ୍ କଲେଜରେ ଥିବା ବୁଥରେ ଇଭିଏମ୍ ଏବଂ ଭିଭିପ୍ୟାଟ ଦାୟିତ୍ୱରେ ନିୟୋଜିତ ଥିଲେ ଅର୍ଣ୍ଣବ ରୟ। ମତଦାନ ଚାଲିଥିବା ବେଳେ ପାଖାପାଖି ୧୨ଟା ୩୦ ମିନିଟ୍ ପରେ ସେ ନିଖୋଜ୍ ହୋଇ ଯାଇଥିଲେ। ନିଖୋଜ୍ ହେବା ପରେ ଏଯାଏଁ ବି କୌଣସି ତାଙ୍କର ଖୋଜ ଖବର ପାଇନାହିଁ ପୁଲିସ।
from Odisha Reporter http://bit.ly/2GA2EsS
No comments:
Post a Comment