ସଚିନଙ୍କ ଫ୍ୟାନ୍ ସୁଧୀର ଓ ଆରସିବି ଫ୍ୟାନ୍ ସୁଗୁମାର ପାଇବେ ଏହି ସ୍ୱତନ୍ତ୍ର ପୁରସ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ସଚିନଙ୍କ ଫ୍ୟାନ୍ ସୁଧୀର ଓ ଆରସିବି ଫ୍ୟାନ୍ ସୁଗୁମାର ପାଇବେ ଏହି ସ୍ୱତନ୍ତ୍ର ପୁରସ୍କାର

ମୁମ୍ବାଇ: ମହାନ୍ କ୍ରିକେଟ୍ ଖେଳାଳି ସଚିନ ତେନ୍ଦୁଲକରଙ୍କ ସବୁଠାରୁ ବଡ଼ ପ୍ରଶଂସକ ସୁଧୀର କୁମାର ଗୌତମ ଏବଂ ବିରାଟ୍ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ସୁପର୍ ଫ୍ୟାନ୍ ସୁଗୁମାର ଡି.ଙ୍କୁ ଗ୍ଲୋବାଲ୍ ସ୍ପୋର୍ଟ୍ସ ଫ୍ୟାନ୍ ଆୱାର୍ଡ ପ୍ରଦାନ କରାଯିବ।

ମଙ୍ଗଳବାର ମୁମ୍ବାଇରେ ଏହି ଘୋଷଣା କରାଯାଇଛି, ଯାହା ପରେ ସୁଧୀର ଓ ସୁଗୁମାର ଏକାଠି ମିଶି ସଚିନଙ୍କ ଜନ୍ମଦିନ ମନାଇ କେକ୍ କାଟିଥିଲେ। ନିକଟରେ ସୁଧୀରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଥିଲା। ସୁଧୀର ଏହି ପୁରସ୍କାରକୁ ନିଜ ଭଗବାନ ସଚିନ ତେନ୍ଦୁଲକରଙ୍କୁ ସମର୍ପିତ କରିଛନ୍ତି।

ଅନ୍ୟପକ୍ଷରେ ସୁଗୁମାର ବାଙ୍ଗାଲୋର କ୍ରିକେଟ୍ ଫ୍ରାଞ୍ଚାଇଜିର ସୁପର୍ ଫ୍ୟାନ୍, ଯିଏ ୨୦୦୮ରୁ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ମିସ୍ କରିନାହାନ୍ତି। ସୁଗୁମାର ୨୦୧୪ରେ ଦୁବାଇରେ ହୋଇଥିବା ଚାରି ମ୍ୟାଚ୍ ଦେଖିବାକୁ ମଧ୍ୟ ପହଞ୍ଚିଥିଲେ ଏବଂ ସର୍ବଦା ନିଜ ଟିମକୁ ସମର୍ଥନ କରିବା ପାଇଁ ନାଲି ରଙ୍ଗରେ ନିଜ ଶରୀରକୁ ପେଣ୍ଟ କରନ୍ତି।

ସଚିନଙ୍କ ୪୬ତମ ଜନ୍ମଦିବସ ଅବସରରେ ସୁଧୀର ବିଶ୍ୱର ସବୁଠାରୁ ବଡ଼ ଡିଜିଟାଲ୍ କ୍ୟାମ୍ପେନ୍ (ଜବ୍ରା କ୍ରିକେଟ୍ ଫ୍ୟାନ୍) ମଧ୍ୟ ଉନ୍ମୋଚନ କରିଛନ୍ତି, ଯେଉଁଥିରେ ବିଶ୍ୱର ସବୁ ପ୍ରଶଂସକ ସଚିନଙ୍କ ସହ ଜଡ଼ିତ ମୁହୂର୍ତ୍ତକୁ ଏକ ଭିଡିଓ ଦ୍ୱାରା ସେୟାର କରିପାରିବେ। ଏହି କ୍ୟାମ୍ପେନ୍ ୨୦୧୯ କ୍ରିକେଟ୍ ୱାର୍ଲ୍ଡ ପର୍ଯ୍ୟନ୍ତ ସକ୍ରିୟ ରହିବ।



from Odisha Reporter http://bit.ly/2UUyZmT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages