
ଆଳି (ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଆଜି ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ରୋଡ୍ ଶୋ’ ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବିଜେଡିର କିଛି କର୍ମୀ ବିଜେପିର ଦୁଇ ଜଣ କର୍ମୀଙ୍କୁ ମାଡ଼ ମାରିବା ସହିତ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।
ସନ୍ଧ୍ୟାରେ ରୋଡ୍ ଶୋ’ ଆଳି ଅଭିମୁଖେ ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ଦୁଇ ବିଜେପି କର୍ମୀ ତ୍ରିଲୋଚନ ପାତ୍ର ଓ ଅଲେଖ ପରିଡ଼ା ଏକ ଇନୋଭା ଗାଡ଼ିରେ ଆସୁଥିବା ବେଳେ ଜୁଅଣିଆ ଛକ ନିକଟରେ ଚାରିରୁ ପାଞ୍ଚ ଜଣ ବିଜେଡି କର୍ମୀ ସେମାନଙ୍କ ଉପରକୁ ଟେକାମାଡ଼ କରିଥିଲେ। ଟେକାମାଡ଼ରେ ଗାଡ଼ିର କାଚ ଭାଙ୍ଗି ଯାଇଛି।
ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ଅଭିଯୋଗ କରାଯାଇ ନାହିଁ। ଅନ୍ୟପକ୍ଷରେ ଘଟଣା ସଂପର୍କରେ ସୂଚନା ପାଇ ପୁଲିସ୍ ନିଜ ଆଡୁ ଆସି ଘଟଣାସ୍ଥଳରେ ତଦନ୍ତ କରିଛି। ଉଭୟ ତ୍ରିଲୋଚନ ଓ ଅଲେଖଙ୍କ ସହିତ ପୁଲିସ୍ ଆଲୋଚନା କରି ଦୁର୍ବୃତ୍ତଙ୍କ ସଂପର୍କରେ ଜାଣିବାକୁ ଚେଷ୍ଟା କରିଛି।
from Odisha Reporter http://bit.ly/2V8reJx
No comments:
Post a Comment