ଗୁମର ଖୋଲିଲେ ସନା, ତାଙ୍କ ସମର୍ଥିତ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛି ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ଗୁମର ଖୋଲିଲେ ସନା, ତାଙ୍କ ସମର୍ଥିତ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛି ବିଜେଡି

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ରାଜନୀତିରେ ଚମ୍ପୁଆର ସ୍ୱାଧୀନ ବିଧାୟକ ସନାତନ ମହାକୁଙ୍କ ବେଶ ଦବ୍‌ଦବା ରହିଛି। ଯାହା ଗତ ନିର୍ବାଚନରେ ଦେଖିବାକୁ ମିଳିଥିଲା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ଲୋକପ୍ରିୟତା ସତ୍ତ୍ୱେ ସନା ବିଜୟୀ ହୋଇଥିଲେ। ଏଥିରୁ ଜଣାପଡ଼ିଥିଲା ନବୀନଙ୍କ ଲୋକପ୍ରିୟତା ଆଗରେ ସନାଙ୍କ ଦବ୍‌ଦବା କେତେ ଅଧିକ। ଏଥର କିନ୍ତୁ ନବୀନ ପୁରୁଣା ଚାଲ୍‌ ନ ଖେଳି ସନାଙ୍କ ଶରଣରେ ପଶିଥିବା ଚର୍ଚ୍ଚା ହେଉଛି। ଆଉ ସନାଙ୍କର ମନପସନ୍ଦର ପ୍ରାର୍ଥୀଙ୍କୁ କେନ୍ଦୁଝର ଲୋକସଭା ଓ ଚମ୍ପୁଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ କରିଛି। ଯାହାର ଗୁମର ଖୋଲିଛନ୍ତି ଖୋଦ୍‌ ସନା ମହାକୁଡ଼।

ସେ କହିଛନ୍ତି-“ମାଛ ପାଣି ବିନା ବଞ୍ଚିପାରିବ ନାହିଁ କି ସନା ମହାକୁଡ଼ ରାଜନୀତିକୁ ଛାଡ଼ି ରହିପାରିବ ନାହିଁ। ଦେହ ଯେତେ ଅସୁସ୍ଥ ରହିଲେ ମଧ୍ୟ ମୁଁ ରାଜନୀତି କରିବି। ଦେଖିବାକୁ ଗଲେ ବର୍ତ୍ତମାନ ରାଜ୍ୟରେ ବିଜେଡି ଏକ ଆଞ୍ଚଳିକ ଦଳ ଯିଏ ୧୯ ବର୍ଷ ଧରି ଶାସନ ଗାଦିରେ ରହିଛି। ତାଙ୍କର ରାଜନୈତିକ କାର୍ଯ୍ୟକଳାପ ମୋତେ ଭାରି ଭଲ ଲାଗିଥିଲା। ଠିକ୍‌ ଏତିକି ବେଳେ ବିଜେଡି ସୁପ୍ରିମୋ ମୋତେ ସମର୍ଥନ ମାଗିଥିଲେ। ଯାହାକୁ ସମ୍ମାନ ଜଣାଇ ମୁଁ ବିଜେଡିକୁ ସମର୍ଥନ ଦେଇଥିଲି। ମାତ୍ର ବିଜେଡିରେ ମିଶିନାହିଁ।”

ସେ ଆହୁରି କହିଛନ୍ତି,“କେନ୍ଦୁଝର ଲୋକସଭା ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ଜଣେ ଇଞ୍ଜିନିୟର। ସେ ଚାହିଁଥିଲେ ଭଲ ଚାକିରି କରିପାରି ଥାଆନ୍ତେ। ମାତ୍ର ରାଜନୀତି କରିବା ପାଇଁ ତାଙ୍କୁ ମୁଁ ପରାମର୍ଶ ଦେଇଥିଲି। ଏପରିକି ଚନ୍ଦ୍ରାଣୀଙ୍କୁ କେନ୍ଦୁଝର ଲୋକସଭାରୁ ପ୍ରାର୍ଥୀ କରିବା ପାଇଁ ବିଜେଡି ସୁପ୍ରିମୋଙ୍କୁ ପରାମର୍ଶ ଦେଇଥିଲି। ଯାହାକୁ ସମ୍ମାନ ଜଣାଇ ବିଜେଡି ସୁପ୍ରିମୋ ତାଙ୍କୁ ପ୍ରାର୍ଥୀ କରିଛନ୍ତି।”

ସାନା କହିଛନ୍ତି, “ଦେହ ଅସୁସ୍ଥ ଥିବା ଯୋଗୁ ଏଥର ମୁଁ ଚମ୍ପୁଆ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିପାରିବି ନାହିଁ। ଏ ସମ୍ପର୍କରେ ବିଜେଡି ସୁପ୍ରିମୋଙ୍କୁ ଜଣାଇଦେଇ ଥିଲି। ତେଣୁ ମୋ ପରାମର୍ଶ କ୍ରମେ ବିଜେଡି ଏଠାରୁ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି। ବିଜେଡି ସୁପ୍ରିମୋ ମୋ ଅନୁରୋଧ ରକ୍ଷା କରି ପ୍ରାର୍ଥୀ କରିଛନ୍ତି। ତେଣୁ ମୁଁ ଚାହେଁ ସେହି ପ୍ରାର୍ଥୀମାନେ ବହୁ ଭୋଟ୍‌ରେ ବିଜୟୀ ହୁଅନ୍ତୁ। ଏଥିପାଇଁ ସବୁ ପ୍ରକାର ଉଦ୍ୟମ କରିବି।”

ସେ କହିଛନ୍ତି-“ମୁଁ ‘ଜନ ସମୃଦ୍ଧି’ ପାର୍ଟି ଗଠନ କରିଥିଲି। ସମଗ୍ର ଓଡ଼ିଶାରେ ପ୍ରାର୍ଥୀ ଦେବା ପାଇଁ ପାର୍ଟି ନିଷ୍ପତ୍ତି ନେଇଥିଲା। ମାତ୍ର ସ୍ୱାସ୍ଥ୍ୟଗତ କାରଣରୁ ମୁଁ ପାର୍ଟିରୁ ଇସ୍ତଫା ଦେଇଥିଲି। ସେହିପରି ପାର୍ଟିର ସାଧାରଣ ସମ୍ପାଦକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ନରହିବାରୁ ୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ନଦେବାକୁ ନିଷ୍ପତ୍ତି ନେଇଥିଲେ।”



from Odisha Reporter https://ift.tt/2K5p6O8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages