ମୁରଲୀ ମନୋହର ଯୋଶୀଙ୍କ ନାଁରେ ଫେକ୍‌ ଚିଠିର ପ୍ରଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 15, 2019

ମୁରଲୀ ମନୋହର ଯୋଶୀଙ୍କ ନାଁରେ ଫେକ୍‌ ଚିଠିର ପ୍ରଚାର

ନୂଆଦିଲ୍ଲୀ: ବିଜେପି ନେତା ମୁରଲୀ ମନୋହର ଯୋଶୀଙ୍କ ନାଁରେ ଏକ ଫେକ୍‌ ଚିଠି ଦଳର ଅନ୍ୟତମ ବରିଷ୍ଠ ନେତା ଏଲକେ ଆଡଭାନୀଙ୍କୁ ପଠାଯାଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଫେକ୍‌ ଚିଠି ପଠାଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ଯୋଶୀ ଆଜି ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛନ୍ତି। ସେ ଆଡଭାନୀଙ୍କୁ କୌଣସି ଚିଠି ଲେଖି ନାହାନ୍ତି ଏବଂ ନିର୍ବାଚନ କମିଶନ ଏହାର ତଦନ୍ତ କରନ୍ତୁ ବୋଲି ଯୋଶୀ ଆଜି ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ସୋଶାଲ୍‌ ମିଡିଆରେ ପ୍ରଚାରିତ ଏକ ଖବର ଅନୁଯାୟୀ, ଯୋଶୀ ଏକ ଦୁଇ ପୃଷ୍ଠାର ଚିଠି ଆଡଭାନୀଙ୍କୁ ଲେଖିଥିଲେ। ଏଥିରେ ସେ ବିଜେପି ଆସନ୍ତା ସାଧାରଣ ନିର୍ବାଚନରେ ୧୨୦ଟି ଆସନ ଜିତିବ। ସେହିପରି ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଥିବା ୯୧ଟି ଆସନରୁ ଦଳ ମାତ୍ର ୮-୧୦ଟି ପାଇବ ବୋଲି କହିଥିଲେ। ନ୍ୟୁଜ ଏଜେନ୍ସି ଏଏନ୍‌ଆଇର ଲୋଗୋ ଥିବା ଉକ୍ତ ଚିଠିଟି ଯୋଶୀ ନିଜ ଅଫିସିଆଲ୍‌ ପ୍ୟାଡ୍‌ରେ ଲେଖିଥିବା ଦାବି କରାଯାଇ ବିଭିନ୍ନ ହ୍ୱାଟସ୍‌ଆପ୍‌ ଏବଂ ଟ୍ୱିଟର ଆକାଉଣ୍ଟରେ ପ୍ରଚାର କରାଯାଇଥିଲା।

ଖାଲି ସେତିକି ନୁହେଁ, ଚିଠିରେ ଆହୁରି କୁହାଯାଇଥିଲା ଯେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ତାଙ୍କୁ ନିର୍ବାଚନ ଲଢ଼ିବାକୁ କହିଥିଲେ। ଏଥିସହ ବିଜେପିର ପ୍ରତିଷ୍ଠାତା ସଦସ୍ୟ ହେବା ସତ୍ତ୍ୱେ ତାଙ୍କୁ ଦଳ କେମିତି ଅପମାନିତ କରିଥିବା ମଧ୍ୟ ଯୋଶୀଙ୍କ ତଥାକଥିତ ଫେକ୍‌ ଚିଠିରେ ଉଲ୍ଲେଖ କରାଯାଇଥିଲା।



from Odisha Reporter http://bit.ly/2Dewf8Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages