ରୋହିତଙ୍କ ଅର୍ଦ୍ଧଶତକ, ମୁମ୍ବାଇ ୧୫୫/୪ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ରୋହିତଙ୍କ ଅର୍ଦ୍ଧଶତକ, ମୁମ୍ବାଇ ୧୫୫/୪

ଚେନ୍ନାଇ: ରୋହିତ ଶର୍ମାଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲର ଆଜି ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୫୫ ରନ୍ କରିଛି। ଫଳରେ ଚେନ୍ନାଇକୁ ମ୍ୟାଚ୍ ଜିତିବା ପାଇଁ ୧୫୬ ରନ୍ କରିବାକୁ ପଡ଼ିବ।

ଏହି ମ୍ୟାଚରେ ରୋହିତ ୪୮ ବଲରେ ୬ ଚୌକା ଓ ୩ ଛକା ସହ ସର୍ବାଧିକ ୬୭ ରନ୍ କରିଥିବା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଏହାଛଡ଼ା ଚେପକର ଧିମା ପିଚରେ ରନ୍ କରିବା ମୁମ୍ବାଇ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିଲା।

ଏହି ମ୍ୟାଚରେ ଚେନ୍ନାଇ ତା’ର ନିୟମିତ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବିନା ମଇଦାନକୁ ଓହ୍ଲାଇଥିଲା। ତାଙ୍କ ସ୍ଥାନରେ ଟିମର ନେତୃତ୍ୱ ନେଉଥିବା ସୁରେଶ ରାଇନା ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ମୁମ୍ବାଇ ତୃତୀୟ ଓଭରରେ ଓପ୍ନର କ୍ୱିଣ୍ଟନ୍ ଡି’କକ୍ (୧୫)ଙ୍କ ୱିକେଟ୍ ହରାଇଥିଲା।

ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଏଭିନ୍ ଲୁଇସ୍ (୩୨) କ୍ୟାପଟେନ୍ ରୋହିତଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ୭୫ ରନ୍ କରି ଟିମକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଲୁଇସଙ୍କ ଆଉଟ୍ ପରେ କୃନାଲ୍ ପାଣ୍ଡ୍ୟା ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲା। ଅର୍ଦ୍ଧଶତକ ମାରିବା ପରେ ରୋହିତ୍ ମଧ୍ୟ ଦ୍ରୁତ ରନ୍ କରିବା ପ୍ରୟାସରେ ମିଚେଲ୍ ସାଣ୍ଟନରଙ୍କ ଶିକାର ହୋଇଥିଲେ।

ରୋହିତଙ୍କ ଆଉଟ୍ ପରେ ମୁମ୍ବାଇ ଶେଷ ୨୨ ବଲରେ ମାତ୍ର ୩୩ ରନ୍ କରିବାକୁ ସକ୍ଷମ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୮ ବଲରେ ୨୩ (୧ ଚୌକା, ୧ ଛକା) ଓ କାଇରନ୍ ପୋଲାର୍ଡ ୧୩ ରନ୍ କରି ଅପରାଜିତ ଥିଲେ। ଚେନ୍ନାଇ ପକ୍ଷରୁ ସାଣ୍ଟନର୍ ୨ଟି, ଦୀପକ ଚହର୍ ଓ ଇମ୍ରାନ୍ ତାହିର୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଛନ୍ତି।



from Odisha Reporter http://bit.ly/2ZyPILr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages