କଶ୍ମୀର ଓ ଅରୁଣାଚଳକୁ ଭାରତର ଅଂଶ ମାନିଲା ଚାଇନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

କଶ୍ମୀର ଓ ଅରୁଣାଚଳକୁ ଭାରତର ଅଂଶ ମାନିଲା ଚାଇନା

ନୂଆଦିଲ୍ଲୀ: ବେଜିଂରେ ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆରଆଇ) ସମ୍ମିଳନୀ ଚାଳିଥିବା ସମୟରେ ହିଁ ଚାଇନାରୁ ଭାରତର କୂଟନୀତିକ ବିଜୟର ଖବର ଆସିଛି। ପ୍ରଥମ ଥର ପାଇଁ ଏହି ରାଷ୍ଟ୍ର ଜମ୍ମୁକଶ୍ମୀର ଏବଂ ଅରୁଣାଚଳ ପ୍ରଦେଶକୁ ଭାରତ ଅଭିନ୍ନ ଏବଂ ଅବିଚ୍ଛେଦ୍ୟ ଅଂଶ ବୋଲି ବିଆରଆଇ ମାନଚିତ୍ରରେ ସ୍ୱୀକାର କରିଛି। ବିଆରଆଇର ଏହା ଦ୍ୱିତୀୟ ସମ୍ମିଳନୀ ହୋଇଥିବାବେଳେ ଭାରତ ଏହାକୁ ବୟକଟ୍‌ କରିଛି। କିନ୍ତୁ ଭାରତକୁ ମନାଇବା ପାଇଁ ସମ୍ଭବତଃ ଚାଇନା ଭାରତ ସୀମା ମଧ୍ୟ ଦେଇ ବେଲ୍ଟ ଆଣ୍ଡ ରୋଡ୍‌ର କାଳ୍ପନିକ ମାର୍ଗ ବିଛାଇ ମାନଚିତ୍ର ପ୍ରସ୍ତୁତ କରିଛି। ଚାଇନାର ବାଣିଜ୍ୟ ମନ୍ତ୍ରଣାଳୟ ଏହି ସମ୍ମିଳନୀ ଅବସରରେ ହିଁ ଏହି ମାନଚିତ୍ର ପ୍ରଦର୍ଶନ କରିଛି।

ମାନଚିତ୍ରରେ ଅରୁଣାଚଳକୁ ଭାରତର ବୋଲି ପ୍ରଦର୍ଶନ କରିବା ଏକ ଛୋଟ କଥା ନୁହେଁ। କାରଣ ଏହା ଚାଇନାର ଦୀର୍ଘ ଦିନର ଆଭିମୁଖ୍ୟରେ ପରିବର୍ତ୍ତନର ସୂଚନା ଦେଉଛି। ଗତ କିଛିଦିନ ତଳେ ଏଭଳି ଏକ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ଭାରତର ବୋଲି ଦର୍ଶା ଯାଇଥିବାରୁ ଚାଇନାରେ ୧ ହଜାରରୁ ଊର୍ଦ୍ଧ୍ୱ ମାନଚିତ୍ର ପୋଡ଼ାଯାଇଥିଲା। ଏପରିକି ଚାଇନା ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତ ଭାବେ ଦର୍ଶାଇ ଆସୁଛି, ଯାହାର ଉତ୍ତର ଭାଗକୁ ଏହା ବର୍ତ୍ତମାନ ଦଖଲ କରି ରଖିଛି। ଭାରତର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଅରୁଣାଚଳ ଗସ୍ତକୁ ଏହି ରାଷ୍ଟ୍ର ବିରୋଧ କରିଆସିଛି। ଅନ୍ୟପକ୍ଷରେ ଡୋକ୍‌ଲାମ୍‌ ବିବାଦ ମଧ୍ୟ କାହାରିକୁ ଅଛପା ନାହିଁ।

ପୂର୍ବରୁ ଯେବେ ମଧ୍ୟ ଏଭଳି ଅବସର ଆସିଛି ଚାଇନା ଜମ୍ମୁକଶ୍ମୀରର କିଛି ଅଂଶକୁ ପାକିସ୍ତାନର ଅଂଶ ଦର୍ଶାଇଛି। କିନ୍ତୁ ପାକିସ୍ତାନ ଅଧିକୃତ କଶ୍ମୀରକୁ ବର୍ତ୍ତମାନ ଚାଇନା ଭାରତର ଅଂଶବିଶେଷ ଭାବେ ଦର୍ଶାଉଛି। ଯଦି ଏହା ସତ ହୋଇଥାଏ, ଏହା ଭାରତର ଏକ ବିରାଟ କୂଟନୀତିକ ବିଜୟ ବୋଲି କୁହାଯାଇ ପାରିବ। ଭାରତ-ଚାଇନା ପ୍ରସଙ୍ଗରେ ବିଶେଷ ରୁଚି ରଖୁଥିବା କିଛି ବିଶେଷଜ୍ଞ କହିଛନ୍ତି, ଏହା ଭାରତକୁ ସନ୍ତୁଷ୍ଟ କରିବାକୁ ଚାଇନାର ରଣନୀତି ହୋଇପାରିଥାଏ। କାରଣ ଗତ ନଭେମ୍ବରରେ ଚାଇନାର ରାଷ୍ଟ୍ରୀୟ ଟିଭି ଚ୍ୟାନେଲ ଚାଇନା ଦୂତାବାସ ଉପରେ ଆତଙ୍କବାଦୀ ଆକ୍ରମଣର ଖବର ପ୍ରସାରଣ କରିବା ସମୟରେ ପିଓକେକୁ ପାକିସ୍ତାନର ବୋଲି ଦର୍ଶାଇନଥିଲା।

ପିଓକେକୁ ପାକିସ୍ତାନର ମାନଚିତ୍ରକୁ ବାଦ୍‌ ଦେବାର ଆଉ ଏକ କାରଣ ମଧ୍ୟ ଥାଇପାରେ। କୁହାଯାଉଛି, ଚାଇନା ପାକିସ୍ତାନ ଇକୋନୋମିକ୍‌ କରିଡର (ସିପେକ୍‌) ପିଓକେ ମଧ୍ୟ ଦେଇ ଯାଉଛି। ଏହା ଭାରତର ଅଖଣ୍ଡତାକୁ ଅସ୍ଵୀକାର କରୁଥିବାରୁ ଭାରତ ଏହି ପ୍ରକଳ୍ପକୁ ବିରୋଧ କରିଆସୁଛି। ଚାଇନାର ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ ପାଇଁ ସିପେକ୍‌ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।



from Odisha Reporter http://bit.ly/2UCDjSQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages