ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ‘ଷଡ଼ଯନ୍ତ୍ର’ କହିଥିବା ଆଇନଜୀବୀଙ୍କୁ ନୋଟିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ‘ଷଡ଼ଯନ୍ତ୍ର’ କହିଥିବା ଆଇନଜୀବୀଙ୍କୁ ନୋଟିସ୍

ନୂଆଦିଲ୍ଲୀ: ଜଟିଳ ହେଉଛି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନ ମାମଲା। ଜଷ୍ଟିସ ଗୋଗୋଇଙ୍କ ବିରୋଧରେ ଆସିଥିବା ଏହି ମାମଲା ଏକ ଷଡ଼ଯନ୍ତ୍ର ବୋଲି ଜଣେ ଆଇନଜୀବୀ ଉତ୍ସବ ବେନସ କହିବା ପରେ ତାଙ୍କୁ ନୋଟିସ ପଠାଯାଇଛି। ଜଷ୍ଟିସ ଅରୁଣ ମିଶ୍ରାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ନୋଟିସ  ପଠାଇଛନ୍ତି।  
 
ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ନ୍ୟାୟାଧୀଶଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପୀଡ଼ନ ମାମଲା ଏବେ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଏହା ଏକ ବଡ଼ ଷଡ଼ଯନ୍ତ୍ର ବୋଲି କହିଥିବା ଆଇନଜୀବୀ ଉତ୍ସବ ବୈନ୍‌ସଙ୍କୁ ମଙ୍ଗଳବାର ନୋଟିସ୍‌ ଜାରି ହୋଇଛି। ସୁପ୍ରିମକୋର୍ଟର ତିନି ଜଣ ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର, ଜଷ୍ଟିସ୍‌ ଆର୍‌ ଏଫ୍‌ ନରିମନ୍‌ ଓ ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଆଇନଜୀବୀ ଉତ୍ସବଙ୍କୁ ନୋଟିସ ଜାରି କରିଛନ୍ତି। ସତ୍ୟପାଠ ଜରିଆରେ ତାଙ୍କ ମତର ସତ୍ୟତା ସ୍ପଷ୍ଟ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି କରାଯିବ।
 
ଆଇନଜୀବୀ ଉତ୍ସବ କହିଥିଲେ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯ୍ୟାତନା ମାମଲା ଏକ ଷଡ଼ଯନ୍ତ୍ର। ପ୍ରେସ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆରେ ସାମ୍ୱାଦିକ ସମ୍ମିଳନୀ କରିବାକୁ ପ୍ରଥମେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ୧.୫ କୋଟି ଟଙ୍କାର ଅଫର ଦେଇଥିଲେ। ହେଲେ ସେ ଏହି ଅଫରକୁ ଗ୍ରହଣ କରିନଥିଲେ ବୋଲି ନିଜ  ଫେସବୁକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
 
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ହେବ। ପ୍ରଧାନ ବିଚାରପତିଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ କୋର୍ଟ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଶନିବାର ଦିନ ତରବରିଆ ଭାବରେ ଶୁଣାଣି କରିଥିଲେ। ଯେଉଁଥିରେ ନିଜେ ପ୍ରଧାନ ବିଚାରପତି ଅଭିଯୋଗକୁ ଖଣ୍ଡନ କରିଥିଲେ। ଏହା ତାଙ୍କ ବିରୋଧରେ କିଛି ଅପରାଧିକ ମାମଲା ସହିତ ଜଡ଼ିତ ଥିବା ଗୋଷ୍ଠୀର ଚକ୍ରାନ୍ତ ବୋଲି କହିଥିଲେ। ମାନସିକ ନିର୍ଯାତନା ଦେଇ ତାଙ୍କୁ ଇସ୍ତଫା ଦେବାକୁ ପ୍ରୟାସ କରାଯାଉଥିବା ଶନିବାର ଦିନ କହିଥିଲେ ପ୍ରଧାନ ବିଚାରପତି।


from Odisha Reporter http://bit.ly/2KYfXHX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages