୬୪ଟି ବୁଥରେ ସାନି ମତଦାନ ଦାବି କଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

୬୪ଟି ବୁଥରେ ସାନି ମତଦାନ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଶାସକ ବିଜେଡି କର୍ମୀମାନେ ବୁଥରିଗିଂ ଓ କ୍ୟାପଚରିଂ କରିଥିବା ୬୪ଟି ବୁଥରେ ସାନି ମତଦାନ ପାଇଁ ବିଜେପି ଦାବି କରିଛି। ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ୬୪ଟି ବୁଥରେ ଆଉ ଥରେ ମତଦାନ କରାଇବା ଦାବିରେ ସମସ୍ତ ତଥ୍ୟ ପ୍ରମାଣ ମଧ୍ୟ ପ୍ରଦାନ କରିଛନ୍ତି।

ବିଜେପି ଅଭିଯୋଗ କରିଛି ଯେ, ବିଜେଡି ଦଳର ନେତା ଏବଂ କର୍ମକର୍ତ୍ତାମାନେ କେନ୍ଦ୍ରପଡ଼ାର ଲୋକସଭାମଣ୍ଡଳୀର ଆଳିର ବୁଥ୍ ନମ୍ବର-୩୧୦, ରାଜନଗର ନିର୍ବାଚନୀମଣ୍ଡଳୀର ବୁଥ ନମ୍ବର ୧୬୦, ମାହାଙ୍ଗା ବିଧାନସଭାମଣ୍ଡଳୀ, ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଧର୍ମଶାଳା ବୁଥ ନମ୍ବର ୧୪୮, ୯୫, ୧୪୮,୧୫୮, ୮୦, ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର ୧୮୧ ଏବଂ ୧୮୨, ବରୀ, ବଡ଼ଚଣା, ଭଦ୍ରକ ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର ୧୩୦, ୧୩୧, ୧୩୨, ୨୩୦, ୨୩୧, ୨୩୨ ଏବଂ ବାଲେଶ୍ୱର ନିର୍ବାଚନୀ ମଣ୍ଡଳୀରେ ବିଜେଡି ମୋଟ ୬୪ଟି ବୁଥରେ ରିଗିଂ ଏବଂ କ୍ୟାପଚରିଂ କରିଛନ୍ତି।

ନୀଳ ଗାମୁଛାରେ ଶଙ୍ଖ ଚିହ୍ନ ଥାଇ ବିଜୁ ଯୁବ ବାହିନୀର କର୍ମକର୍ତ୍ତାମାନେ ବୁଥ୍ ଭିତରକୁ ପ୍ରବେଶ କରି ଭୋଟରମାନଙ୍କୁ ପ୍ରଭାବିତ କରାଇବା ସହ ଇଭିଏମ୍ ମେସିନ ଦବାଇବାକୁ ଚେଷ୍ଟା କରୁଥିବା ଦୃଶ୍ୟ ଆଜି ଖବରକାଗଜରେ ପ୍ରକାଶ ପାଇଛି। ବିଜେଡିର ଗୁଣ୍ଡାମାନେ ବୁଥ ଭିତରେ ଗୁଣ୍ଡାଗର୍ଦ୍ଦି କରିଥିବାର ଭିଡିଓ ସୋଶାଲ ମିଡିଆରେ ଘୁରି ବୁଲୁଛି। ଅନେକ ବୁଥରେ ବିଜେଡି ଦଳର ଗୁଣ୍ଡାମାନେ ରକ୍ତମୁଖା ସାଜି ବିଜେପିର କର୍ମକର୍ତ୍ତା ଏବଂ ଏଜେଣ୍ଟମାନଙ୍କୁ ମାଡ଼ ମାରିବା ସହ ବୁଥ୍ ଭିତରକୁ ପ୍ରବେଶ କରିବାକୁ ଦେଇନାହାନ୍ତି।

ସିସିଟିଭି ମାଧ୍ୟମରେ ବୁଥ୍ ଉପରେ କଡ଼ା ନଜର ରଖିବା ସହ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ କରିବା ପାଇଁ ବିଜେପି ଦାବି ଜଣାଇଥିଲେ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହା କରାଇନାହାନ୍ତି। ଯାହାଫଳରେ ଏପରି ଅଘଟଣ ମାନ ଘଟିଲା। କ୍ଷମତା ଚାଲିଯିବା ଭୟରେ ବିଜେଡି ଦଳର ନେତା ଓ କାର୍ଯ୍ୟକର୍ତ୍ତାମାନେ ରକ୍ତମୁଖା ସାଜି ସାରା ଓଡ଼ିଶାରେ ହିଂସାତ୍ମକ ଆଚରଣ ଦେଖାଉଥିବାବେଳେ ଏଥିରେ ପୁଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜି ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରୁଛି ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅସହାୟତା ପ୍ରକାଶ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଏହି ପ୍ରତିନିଧି ଦଳରେ ବିଜେପି ନେତା କାଳନ୍ଦୀ ସାମଲ, ଗୋବିନ୍ଦ ଅଗ୍ରୱାଲ, ଟଙ୍କଧର ତ୍ରିପାଠୀ, ରବିଶଙ୍କର ପଟ୍ଟନାୟକ ଓ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter http://bit.ly/2PCxJPu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages